ମେଷ

ଆଜିର ଗ୍ରହସ୍ଥିତିର ଶୁଭପ୍ରଭାବ ଆପଣଙ୍କ ଜୀବନଯାତ୍ରାକୁ ହର୍ଷୋତ୍ଫୁଲ୍ଲିତ କରାଇବ। ସରକାରୀ ସ୍ତରରେ ଅଟକି ରହିଥିବା କାମକୁ ସମ୍ପନ୍ନ କରି ଆଶ୍ୱସ୍ତି ଲାଭ କରିବେ। ଆତ୍ମୀୟସ୍ୱଜନଙ୍କ ପରୋକ୍ଷ ଶତ୍ରୁତା ଏବଂ ବୃଥା ଅଭିଯୋଗରେ କ୍ଷୁବ୍ଧ ହୋଇପାରନ୍ତି। ରବିଙ୍କ ସୁପ୍ରଭାବରୁ ରାଜନୀତିରେ ସଫଳତା ପ୍ରାପ୍ତିର ଆଶା ରହିଛି।
ବୃଷ

ଶୁକ୍ରଙ୍କ ଶୁଭ ପ୍ରଭାବରୁ କର୍ମକ୍ଷେତ୍ରରେ ସାହାଯ୍ୟ ଓ ସହଯୋଗର ସୁଅ ଆପଣଙ୍କ ପାଖକୁ ଆପଣାଛାଏଁ ମାଡି ଆସିବ। ଅର୍ଥ ଓ ସମ୍ମାନ ସାଙ୍ଗକୁ ନିଜ ପରିସରର ହିତୈଷୀମାନଙ୍କ ଗହଣରେ ନିଜକୁ ହଜାଇ ଦେଇପାରନ୍ତି। ଆକସ୍ମିକ ଭାବେ ମତାନ୍ତରଜନିତ କୌଣସି ବନ୍ଧୁଙ୍କ ପ୍ରତ୍ୟାଗମନ ଯୋଗୁ ଦୁଃଖ ପ୍ରକାଶ କରିବେ।
ମିଥୁନ

ଆଜି ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଆଶୀର୍ବାଦ ସହ ଅର୍ଥ, ଉପହାର, ଉପଢ଼ୌକନାଦି ପାଇପାରନ୍ତି। ବୁଧଙ୍କ ଦୃଷ୍ଟିରେ ବନ୍ଧୁବର୍ଗ, ଆତ୍ମୀୟ କିମ୍ବା ପଡ଼ୋଶୀଙ୍କ ସହାୟତାରେ ଅଭିଳଷିତ କର୍ମ ସମ୍ପାଦନ କରିବେ। ଯାତ୍ରା, ବାଣିଜ୍ୟ, ଚୁକ୍ତିପତ୍ର, ସଭାସମିତି, ନୂତନ ଯୋଜନାର ଆଲୋଚନା କ୍ଷେତ୍ରରେ ସୁଫଳ ମିଳିବ।
କର୍କଟ

ପଦାଧିକାରୀଙ୍କ ସହାନୁଭୂତିପୂର୍ଣ୍ଣ ପରାମର୍ଶ ଅଶାନ୍ତ ମନକୁ ଶାନ୍ତ କରିବାରେ ସହାୟକ ହେବ। ପାରିବାରିକ ବ୍ୟତିକ୍ରମକୁ ସମାଧାନ କରିବାରେ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ସମ୍ପର୍କୀୟଙ୍କ ବିୟୋଗ ଖବର ପାଇ ବିବ୍ରତ ହେବେ। ପ୍ରକାଶନ, ଆଇନ, ଧାର୍ମିକ ତଥା ଆନୁଷ୍ଠାନିକ କାମରେ ଲକ୍ଷ୍ୟ ପୂରଣ ହେବାର ଆଶା ରହିଛି।
ସି˚ହ

ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ହାସଲ କରିବେ। ଧର୍ମକାର୍ଯ୍ୟ, ବନ୍ଧୁମିଳନ, ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭରୁ ଦିନଟି ଖୁସିରେ କଟିବ। ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକଜନିତ ସ୍ଥଗିତ କାର୍ଯ୍ୟ ସକାଶେ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ମତପାର୍ଥକ୍ୟରୁ ଆଲୋଚନା ଅମୀମାଂସିତ ରହିଯାଇପାରେ।
କନ୍ୟା

ରାଶିପ୍ରତି ପାପଗ୍ରହଙ୍କ ପ୍ରତ୍ୟକ୍ଷଦୃଷ୍ଟି କାରଣରୁ ମାନସିକ ସ୍ତରରେ ଅସ୍ଥିରତା ଅନୁଭବ କରିବେ। ସହକର୍ମୀ ଓ ଆତ୍ମୀୟସ୍ବଜନଙ୍କ ଯେତେ ମନ ଧରି କାମ କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରି ପାରିବେ ନାହିଁ। ଅବଶ୍ୟ ବାଣିଜ୍ୟ, ବ୍ୟବସାୟ, ପରିବହନ, ହୋଟେଲ ଶିଳ୍ପ, ଗୃହନିର୍ମାଣ, ଜମି କିଣାବିକା କ୍ଷେତ୍ରରେ ସୁଫଳ ପାଇବେ।
ତୁଳା

ଭାଗ୍ୟାଧିପତି ବୁଧଙ୍କ ଦୁର୍ବଳତା ଯୋଗୁ କୌଣସି କାମରେ ପୂର୍ଣ୍ଣ ସଫଳତା ଆଶା କରାଯାଇ ନ ପାରେ। କର୍ମକ୍ଷେତ୍ରରେ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଶୁକ୍ରଙ୍କ ସୁପ୍ରଭାବରୁ ଦୈହିକ ସୁସ୍ଥତା ପୂର୍ବପରି ରହିବ ଓ ବନ୍ଧୁମାନଙ୍କ ଗହଣରେ ସମୟ ଅତିବାହିତ କରିବେ।
ବିଛା

ଧନସ୍ଥାନ ପ୍ରତି ଚନ୍ଦ୍ର ଏବଂ ବୃହସ୍ପତିଙ୍କ ଶୁଭଦୃଷ୍ଟି ଉଚ୍ଚପଦବୀ ଓ ଅର୍ଥ ଗୌରବ ପ୍ରଦାନ କରିବେ। ସାମାଜିକ ସ୍ତରରେ ସମ୍ମାନଜନକ ସ୍ଥିତିରେ ରହିବେ। ଶିକ୍ଷାରେ ସଫଳତା, ସନ୍ତାନଙ୍କ କୃତିତ୍ୱ, ପ୍ରଭାବଶାଳୀ କଥା ମାଧ୍ୟମରେ ଅନ୍ୟମାନଙ୍କୁ ଆପଣେଇ ନେବେ। ମାଙ୍ଗଳିକ କାମ ଓ ବ୍ୟବସାୟିକ କ୍ଷେତ୍ରରେ ସମସ୍ୟା ଆସିପାରେ।
ଧନୁ

ରାଶି ଗ୍ରହଶୂନ୍ୟ ଏବଂ ସପ୍ତମସ୍ଥ ଗ୍ରହଜନିତ ବିବାଦୀୟ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ। ଭୁଲ୍ ବୁଝାମଣା ହେତୁ ପାରିବାରିକ କଳହର ଆଶଙ୍କା ରହିଛି। ନିଜର ଲୋକ ଦୂରେଇ ଯିବାରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ତଥାପି ଆର୍ଥିକ ସ୍ଥିତି କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ପ୍ରଭାବିତ ହେବ ନାହିଁ।
ମକର

ସୁସ୍ଥ ଚିନ୍ତାଧାରା ସାଙ୍ଗକୁ ଆପଣଙ୍କ ସୁସଂଯତ ଏବଂ ଶୃଙ୍ଖଳିତ କାର୍ଯ୍ୟଶୈଳୀ ସଫଳତା ପ୍ରଦାନରେ ସହାୟକ ହୋଇପାରିବ। କିନ୍ତୁ ଚତୁର୍ଥସ୍ଥ ଅଷ୍ଟମାଧିପତି ଯୋଗୁ ବନ୍ଧୁବର୍ଗ ଓ ଆତ୍ମୀୟସ୍ବଜନଙ୍କ ଦ୍ୱାରା ଭର୍ତ୍ସିତ ହୋଇପାରନ୍ତି। କର୍ମକ୍ଷେତ୍ର କିମ୍ବା ବୃତ୍ତିଗତ ଧନ୍ଦାରେ ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ଅଟକି ରହିଥିବା କାରଣରୁ ଅନୁତାପ କରିବେ।
କୁମ୍ଭ

ଶୁକ୍ରଙ୍କ ପ୍ରଭାବରୁ ବାକ୍ବିଳାସ ବିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା ପ୍ରଶଂସିତ ହେବେ। ଯାତ୍ରା, ପ୍ରକାଶନ, ଆଇନ, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତିରେ ସଫଳତା ପାଇବେ। ଯାନ୍ତ୍ରିକ ଜିନିଷ,ବିଳାସବ୍ୟସନ ସମ୍ପର୍କିତ ବସ୍ତୁ, ଯାନବାହନ ପ୍ରଭୃତି ପାଇଁ ମନ ବଳାଇପାରନ୍ତି ା ରାହୁଙ୍କ ପ୍ରଭାବରୁ କୌଣସି ଭୁଲ୍ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିପାରନ୍ତି।
ମୀନ
କେନ୍ଦ୍ରସ୍ଥ ବୃହସ୍ପତି ଯୋଗୁ ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଅର୍ଥ, ସମ୍ମାନ, ମାନସିକ ସୁସ୍ଥତା, ବନ୍ଧୁଙ୍କ ସହୃଦୟତା, ପାରିବାରିକ ସଦ୍ଭାବ ପାଇବେ। ସାମୟିକ ଭାବରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଲୋଚନା ପରିସରରେ ଯଥା ସମ୍ଭବ ନୀରବତା ଅବଲମ୍ବନ କରିବା ଭଲ ହେବ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.