Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୨୨ ତାରିଖ – Daily Horoscope

ମେଷ
ଆଜିର ସପ୍ତମସ୍ଥ କେତୁ ଯୁକ୍ତ ଚନ୍ଦ୍ର ଆପଣଙ୍କୁ ସମସ୍ୟାବହୁଳ ଯାତ୍ରା ସହ ପାରିବାରିକ ଅଶାନ୍ତି ସୃଷ୍ଟି କରିପାରେ। ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେବା ସୂଚନା ରହିଛି । କଳା, ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟାଦିରେ ଯୋଗଦେବାକୁ ନିମନ୍ତ୍ରଣ ପାଇବେ। ଧାର କରଜ କରି କାମ ଚଳାଇନେବେ।
ବୃଷ
ବୃଷ
ରୋଗ, ଋଣ ଓ ଶତ୍ରୁତା ହେତୁ ଟେନସନ୍‌ କିିଛି ମାତ୍ରାରେ ବୃଦ୍ଧି ପାଇବ। ତଥାପି ଆପଣ ଦୁଃସାହାସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ଦୂରଯାତ୍ରାରେ କୈାଣସି ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଖାଇବାରେ ଅନିୟମିତତା ଓ ଅଜୀର୍ଣ୍ଣଜନିତ ପେଟ ଗୋଳମାଳରୁ ପୀଡ଼ା ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ସ୍ଥଗିତ କାମ କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରୁ ସମ୍ପୂର୍ଣ୍ଣ ହୋଇପାରିବ । ବିବାଦର ସମାଧାନ କିମ୍ବା ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହୋଇପାରେ। କର୍ମକ୍ଷେତ୍ର, ଜମିଜମା, ପରିବହନ, କଳା, ସାହିତ୍ୟ ପ୍ରଭୃତିରେ ମଧ୍ୟମ ଫଳ ପାଇବେ। ଧାର୍ମିକ କାର୍ଯ୍ୟ କିମ୍ବା ସାମୂହିକ କାର୍ଯ୍ୟରେ ଶ୍ରମ ବିନିଯୋଗ କରି ଆମତ୍ତୃପ୍ତି ଲାଭ କରିବେ।
କର୍କଟ
କର୍କଟ
ପାରିପାଶ୍ୱିକ ପରିସ୍ଥିତିରେ ବିଶେଷ ଉନ୍ନତି ଦେଖାନଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ବିଭିନ୍ନ କାରଣକୁ କେନ୍ଦ୍ରକରି ସାମୟିକ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ଅପରାହ୍ନରେ ଆଶା କରିଥିବା ଜିନିଷ ଲାଭ କରିବା କାରଣରୁ ମାନସିକ ଅବସାଦ ଦୂର ହେବ। ଆଜିର ଯାତ୍ରା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟାଦି ମନ୍ଦ ହେବନାହିଁ।
ସି˚ହ
ସି˚ହ
ରବିଙ୍କ ଦୁର୍ବଳତା ସଙ୍ଗକୁ ପାପଗ୍ରସ୍ଥ ଚନ୍ଦ୍ରଜନିତ ମାନସିକ ଅଶାନ୍ତି ଅନୁଭବ କରି ପାରନ୍ତି। ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବା କାରଣରୁ ଦୁଃଶ୍ଚିନ୍ତା ବୃଦ୍ଧି ପାଇବ। ଭୁଲ୍‌ ବୁଝାମଣା ହେତୁ କର୍ମ କ୍ଷେତ୍ରରେ ମାମୁଲି ଘଟଣାରେ ଉଚ୍ଚବାଚ୍ଚ ଘଟିପାରେ। ଏଜେନ୍ସି, ସାମ୍ବାଦିକତା, ପ୍ରକାଶନ, ଗବେଷଣାଦିରେ ସଫଳତା ମିଳିବ।
କନ୍ୟା
ଧନସ୍ଥାନ କେତୁ ସଂଯୋଗ ହେତୁ ଅର୍ଥ ସମ୍ପର୍କୀୟ ବିବାଦ କିମ୍ବା ଧନହାନୀ ଘଟିପାରେ। ପ୍ରତିବନ୍ଧକ ଆସିଲେ ମଧ୍ୟ ସାମନା କରିବାର ଧୈର୍ଯ୍ୟ ବଳବତର ରହିବ। କର୍ମକ୍ଷେତ୍ରରେ କୌଣସି ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। କ୍ରୟ ବିକ୍ରୟ କ୍ଷେତ୍ରରେ ଜମିଜମା ବିବାଦର ସମାଧାନ କରିପାରନ୍ତି।
ତୁଳା
ତୁଳା
ସ୍ଥଗିତ କେତେକ ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ମାନସିକ ଅସ୍ଥିରତା ଲାଗିରହିବ। ପରିବାରରେ ଅନାହୂତ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ସାମାଜିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ବିଛା
ବିଛା
ପରିବାରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଇ କଳହ ସୃଷ୍ଟି କରିପାରନ୍ତି। କର୍ମକ୍ଷେତ୍ରରେ ବିବାଦୀୟ ଘଟଣାର ଦିଗ ହଠାତ୍‌ ବଦଳି ଯାଇପାରେ। ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବ, କିନ୍ତୁ ଚିନ୍ତାର କୌଣସି କାରଣ ନାହିଁ ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। କ୍ରୀଡା, କଳା, ସାହତ୍ୟ, ସଂସ୍କୃତି ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଆବଶ୍ୟକତା ଅନୁଭବ କରି ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଲେଖାପଢା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ମକର
ମକର
ମାନସିକ ସ୍ଥିରତା ଅଭାବରୁ ପ୍ରତ୍ୟେକ କାମକୁ ସନ୍ଦହଜନକ ଦୃଷ୍ଟିରେ ଦେଖିବେ। ଆଜି ଦିନ ମଧ୍ୟରେ ବନ୍ଧୁ ମାନଙ୍କ ସହ ଯୁକ୍ତିତର୍କଠାରୁ ଦୁରେଇ ରହିବା ଭଲ। ପ୍ରତିଟି କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିବେ। ଆମତ୍ୀୟ ମାନଙ୍କ ସହ ନିଜର ସୁଖଭ୍ରମଣ ଯୋଗ ରହିଛି।
କୁମ୍ଭ
କୁମ୍ଭ
ଶାରୀରିକ ଅସୁସ୍ଥତା କାରଣରୁ ଅଧିକାଂଶ ସମୟ ଉଦାସୀନ ରହିବେ। ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।ପାଖରେ ଥିବା ଲୋକଟିର କାର୍ଯ୍ୟକାଳାପ ସନ୍ଦେହଜନକ ମନେହେବ।
ମୀନମୀନ
ଅଷ୍ଟମସ୍ଥ ଚନ୍ଦ୍ରଙ୍କ ଯୋଗୁ ନକାରାତ୍ମକ ଚିନ୍ତାଧାରା ମନକୁ ବେଶି ବିବ୍ରତ କରିପାରେ। ପାରିବାରିକ ସ୍ତରରେ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି। ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ବିବାଦୀୟ ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri