Posted inRasifala

ରାଶିଫଳ: ଗୁରୁବାର, ମେ ୨୨ ତାରିଖ – Daily Horoscope

ମେଷ
ଆଜି ଗ୍ରହସ୍ଥିତିର ଅନୁକୂଳତା ହେତୁ ପ୍ରତ୍ୟେକ କ୍ଷେତ୍ରରେ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ବାହାର ଜାଗାରେ ସତର୍କତାର ସହ କାମ ନ କଲେ କ୍ଷତିରେ ପଡ଼ିବେ। ଆନୁଷ୍ଠାନିକ କାମରେ ଦୂରଯାତ୍ରା କରିବାକୁ ପଡ଼ିପାରେ। କୌଣସି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ଅନୁଭବ କରିପାରନ୍ତି।
ବୃଷ
ବୃଷ
ପାପଗ୍ରହଙ୍କ କବଳରେ ଚନ୍ଦ୍ର ରହିଥିବାରୁ ବିଭିନ୍ନ ବିଷୟରେ ଟେନ୍ସନ ଲାଗିରହିବ। ସାମାଜିକ ସ୍ତରରେ ବନ୍ଧୁମାନଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଆଲୋଚନା ପରିସରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଭୁଲ୍‌ ବୁଝାମଣା ଓ ସନ୍ଦେହଜନିତ ଘରୋଇ କଳହକୁ ନେଇ ଅଶାନ୍ତିର ଆଶଙ୍କା ରହିଛି।
ମିଥୁନ
ମିଥୁନ
ଉଚ୍ଚ ରାଶିରେ ଶୁକ୍ର ରହିଥିବାରୁ ବିଳାସବ୍ୟସନ, ବନ୍ଧୁଙ୍କ ଅଭ୍ୟର୍ଥନା, ବସ୍ତ୍ରାଳଙ୍କାର ପାଇପାରନ୍ତି। ବିବାଦୀୟ ପରିସ୍ଥିତିରେ, କର୍ମକ୍ଷେତ୍ରରେ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହେବ। ଯାନବାହନ ଚାଳାନାରେ ସତର୍କତା ଅବଲମ୍ବନ କରନ୍ତୁ। ସାମୂହିକ କାର୍ଯ୍ୟରେ ନିଜକୁ ସାମିଲ କରି ପରିବାର ପାଇଁ ସମୟ ଦେଇ ପାରିବେ ନାହିଁ।
କର୍କଟ
କର୍କଟ
କେନ୍ଦ୍ରକୋଣାଧିପ ମଙ୍ଗଳଙ୍କ ପ୍ରଭାବରେ ଆତ୍ମୀୟତାର ସହ କାମ କରି ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀମାନେ କଳହର ମାତ୍ରାକୁ ବଢ଼ାଇ ଦେଇପାରନ୍ତି। ପରିବାରରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ। ବାଣିଜ୍ୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ସି˚ହ
ସି˚ହ
ରାଶିପ୍ରତି ଚନ୍ଦ୍ରଙ୍କ ଦୃଷ୍ଟିଜନିତ ବ୍ୟୟବୃଦ୍ଧି ସାଙ୍ଗକୁ ଆକସ୍ମିକ ଯାତ୍ରା ଯୋଗୁ ଅସ୍ଥିରତା ସୃଷ୍ଟି ହେବ। ଅନ୍ୟମାନଙ୍କ ସକାଶେ ଯେତେ ସୁବିଧା ସୁଯୋଗ ସୃଷ୍ଟି କଲେ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା ହେତୁ ସ୍ଥଗିତ କାର୍ଯ୍ୟକୁ ସମ୍ପନ୍ନ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ଶନିଙ୍କ କୁପ୍ରଭାବରୁ ନିଜ ଲୋକଙ୍କୁ ସନ୍ଦେହ କରି ଅପ୍ରିୟତା ଅର୍ଜନ କରିବେ। ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ଆଶଙ୍କା ସମ୍ପର୍କକୁ ବିଗାଡିଦେଇପାରେ। ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ପୂରଣ ହୋଇଯିବ। ଗାଡ଼ି ମରାମତି, ଘରକୁ ସଜାଡିବା ଏବଂ ଅଟକିଥିବା କାମକୁ ତ୍ୱରାନ୍ବିତ କରିବାରେ ମନ ଦେଇପାରନ୍ତି ।
ତୁଳା
ତୁଳା
ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରେ ଭ୍ରାତୃସମ୍ପର୍କରେ ଉନ୍ନତି ଏବଂ ରୋଗ, ଋଣ, ଶତ୍ରୁପୀଡ଼ା କମି ଯିବ। ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ସମସ୍ୟା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି। ସ୍ଥିଗତ କାର୍ଯ୍ୟ ତ୍ୱରାନ୍ବିତ ହେବା ସାଙ୍ଗକୁ ବ୍ୟବସାୟିକ ସ୍ଥିତି ଉନ୍ନତ ରହିବ।
ବିଛା
ବିଛା
ଦେବଗୁରୁ ଅଷ୍ଟମସ୍ଥ ହେତୁ ଆର୍ଥିକ ଉନ୍ନତି ହେବ କିନ୍ତୁ ସୁସମ୍ପର୍କରେ ବାଧା ଉପୁଜିପାରେ। ଅନ୍ୟମାନଙ୍କୁ ମନେଇବାକୁ ଯାଇ ବାଚାଳତାପୂର୍ବକ ଅନଧିକାର ଚର୍ଚ୍ଚା କରିବା ଠିକ୍‌ ହେବ ନାହିଁ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ। ପାରିବାରିକ ଏବଂ କର୍ମକ୍ଷେତ୍ରରେ ନିରୁତ୍ସାହତା ପରିଲକ୍ଷିତ ହୋଇପାରେ।
ଧନୁ
ଧନୁ
ଅଷ୍ଟମସ୍ଥ ମଙ୍ଗଳଙ୍କ କୁପ୍ରଭାବରେ ସନ୍ତାନଙ୍କ ସ୍ବାସ୍ଥ୍ୟହାନି କିମ୍ବା ସମସ୍ୟାଜନିତ ଚିନ୍ତିତ ରହିବେ। ସାମାଜିକ ସ୍ତରରେ ନିଜ ଲୋକଙ୍କ ଗହଣରେ ଦକ୍ଷତାର ସହ କାମ କରି ପ୍ରଶଂସିତ ହେବେ। ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, ଗବେଷଣା, ଲେଖାପଢ଼ାରେ ସୁଫଳ ପାଇବେ। ସାଂଗଠନିକ କ୍ଷେତ୍ରରେ ଜନ କଲ୍ୟାଣ କାମ ହାତକୁ ନେବେ।
ମକର
ମକର
ଧନସ୍ଥାନସ୍ଥ ଚନ୍ଦ୍ରଜନିତ ପୂର୍ବର ସ୍ଥିତି ବଦଳି ଯାଇଥିବାରୁ ମନ ହାଲୁକା ରହିବ। ଯାହା କରିବାକୁ ମନସ୍ଥ କରିଛନ୍ତି ବିନା ପ୍ରତିବନ୍ଧକରେ ତାହା ସମ୍ପନ୍ନ କରିବାରେ ସମର୍ଥ ହୋଇପାରିବେ। ବନ୍ଧୁଙ୍କ ମାଧ୍ୟମରେ କୌଣସି ଶୁଭଖବର ପାଇ ମନ ବହୁତ ଖୁସି ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ୍‌ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ନିଜ ରାଶିରେ ଚନ୍ଦ୍ରଙ୍କ ସ୍ଥିତି ଯୋଗୁ ରୋଗପୀଡ଼ା, ଋଣ ପରିଶୋଧ ଏବଂ ଶତ୍ରୁତାକୁ କେନ୍ଦ୍ରକରି ମନ ଅଶାନ୍ତି ରହିବ। ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ବନ୍ଧୁଙ୍କ ସହାୟତାରେ ବକେୟା ଆଦାୟରେ ସକ୍ଷମ ହେବେ। ଜମିଜମା, ମକଦ୍ଦମା, ଆନୁଷ୍ଠାନିକ କାମରେ ବ୍ୟସ୍ତତା ବୃଦ୍ଧି ପାଇପାରେ।
ମୀନମୀନ

ଗୁରୁଙ୍କ ସ୍ଥିତିରୁ ପାରିବାରିକ ସମସ୍ୟା ରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ଅସୁବିଧା ରହିବ ନାହିଁ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ଯାତ୍ରା, ବାଣିଜ୍ୟ, ମାଲିମକଦ୍ଦମା, ସାଂଗଠନିକ କ୍ଷେତ୍ରରୁ ସୁଫଳ ପ୍ରାପ୍ତି ହେବ। ପ୍ରଯୁକ୍ତି ବିଦ୍ୟା, ପ୍ରଶାସନ, ଲୋକ ସମ୍ପର୍କ, ଆଲୋଚନା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଅଗ୍ରଗତି ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?