Posted inRasifala

ରାଶିଫଳ: ବୁଧବାର, ମେ ୨୨ ତାରିଖ – Daily Horoscope

ମେଷ
ଆଜି ଆତ୍ମୀୟଙ୍କ ସହ ପୂର୍ବ ବିବାଦ, ପକ୍ଷପାତ ବିଚାର, ବିବାଦୀୟ କଥାକୁ କେନ୍ଦ୍ରକରି ଅଶାନ୍ତ ରହିପାରନ୍ତି। ସ୍ବାସ୍ଥ୍ୟ ଠିକ୍‌ ରହିବ, ବକେୟା ଅର୍ଥ ପାଇବାରେ ଅସୁବିଧା ରହିବ ନାହିଁ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ ହେବେ। ପ୍ରଶାସନ ଓ ରାଜନୀତିରେ କୂଟନୀତି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ।
ବୃଷ
ବୃଷ
ରବି ଓ ଶୁକ୍ରଙ୍କ ପ୍ରଭାବରୁ ଆପଣଙ୍କ ଉଚ୍ଚାଭିଳାଷ ଓ କାର୍ଯ୍ୟଦକ୍ଷତା ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବ। ବନ୍ଧୁଙ୍କ ନିକଟରୁ ଯାହା ଓ ଯେତିକି ପାଇବା ପାଇଁ ଆଶା କରୁଛନ୍ତି ତାହା ନିଶ୍ଚିତ ଭାବରେ ପାଇବେ। ବାଣିଜ୍ୟ, ବ୍ୟବସାୟ, ଚୁକ୍ତିପତ୍ର, ଜମିଜମା ସମ୍ପର୍କୀୟ କଥାବାର୍ତ୍ତାରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ମିଥୁନ
ମିଥୁନ
ଧନାଧିପ କୋଣଭାବସ୍ଥ ହେତୁ ସକାଳୁ ଶୁଭଖବର ମନକୁ ଆହ୍ଲାଦିତ କରିବ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ, ବକେୟା ଟଙ୍କା ପ୍ରାପ୍ତି ଏବଂ ବନ୍ଧୁଙ୍କ ସହ ଆଲୋଚନାରେ ସଫଳତା ମିଳିବ। ଶିଳ୍ପ, ପରିବହନ ଓ ବ୍ୟବସାୟରେ ଲାଭବାନ ହେବେ। ପରିବାରର ଆବଶ୍ୟକତା ଅନୁଯାୟୀ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି।
କର୍କଟ
କର୍କଟ
ସହକର୍ମୀଟି କର୍ମକ୍ଷେତ୍ରରେ ଅଭୁତପୂର୍ବ ସାହାଯ୍ୟ କରିବ। ବାହାର ଦୁନିଆରେ ଯେତିକି ପ୍ରଶଂସିତ ନିଜ ଘରେ କିମ୍ବା ଆତ୍ମୀୟଙ୍କ ପାଖରେ ତାହା ଦୁର୍ଲଭ ହେବ। ଆଜି ଆର୍ଥିକ, କର୍ମକ୍ଷେତ୍ର, ସାମଜିକ ସ୍ଥିତି, ବନ୍ଧୁ ସମ୍ପର୍କର ସଦ୍‌ଭାବ ପ୍ରଭୃତି ଅଭାବ ରହିବ ନାହିଁ। ଶିଳ୍ପ,ବାଣିଜ୍ୟ, ପରିବହନ ଓ ସଂଗଠନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ।
ସି˚ହ
ସି˚ହ
ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। ଦ୍ୱିତୀୟସ୍ଥ କେତୁ ହେତୁ ବାଧ୍ୟବାଧକତାରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ଶାନ୍ତ ହୋଇଯିବ। କଳା, ସାହିତ୍ୟ, ସାମ୍ବାଦିକତା, ସଭାସମିତି, ସଂଗଠନ ଓ ପ୍ରଶାସନିକ ସ୍ଥିତି ପ୍ରାୟତଃ ଭଲ ରହିବ।
କନ୍ୟା
ଅନ୍ତରରେ ଦୁଃଖ ଭରି ରହିଥିଲେ ମଧ୍ୟ ମୁହଁରେ ହସ ଫୁଟାଇ କାମ କରିବେ। ହସ୍ତା ନକ୍ଷତ୍ର ପାଇଁ ପ୍ରତିବନ୍ଧକ ଦୂରେଇଯିବ ଏବଂ ଶତ୍ରୁତାର ଅବସାନ ପାଇଁ ବନ୍ଧୁ ସାହାଯ୍ୟ କରିବେ। ବ୍ୟବସାୟରେ ସମସ୍ୟା ଥିଲେ ମଧ୍ୟ ତାହା ଉକତ୍ଟ ହେବ ନାହିଁ। ସରକାରୀ ସ୍ତରରୁ ସ୍ଥଗିତ କାଗଜପତ୍ର, ଅର୍ଥ, ଋଣ ପ୍ରଭୃତି ପାଇବାର ସୂଚନା ମିଳିପାରେ।
ତୁଳା
ତୁଳା
ବନ୍ଧୁମାନେ ବନ୍ଧୁତ୍ୱର ଦ୍ୱାହିଦେଇ ପାଖେ ପାଖେ ରହି କାମରେ ସାହାଯ୍ୟ କରିବେ। ଚନ୍ଦ୍ରଙ୍କ ସୁପ୍ରଭାବରୁ ଆର୍ଥିକ ଉନ୍ନତି, ବୈଷୟିକ ଅଭିବୃଦ୍ଧି, ସାମାଜିକ ସମ୍ମାନ ସହ ଦିନଟି ରୁଚିବୋଧକ ରହିବ। ପିଲାଙ୍କ ସ୍ବାସ୍ଥ୍ୟ ଖରାପ ହେଉଥିବାରୁ ମନ ଭଲ ରହିବ ନାହିଁ। ଜଣେ ବନ୍ଧୁଙ୍କ ପାଇଁ ଦୂରଯାତ୍ରା କରିବାକୁ ପଡ଼ିପାରେ।
ବିଛା
ବିଛା
ରବିଙ୍କ ପ୍ରଭାବରୁ ବଡ଼ ଲୋକଙ୍କ ସଂସ୍ପର୍ଶରେ ଆସିବେ ଏବଂ କାମ ହାସଲର ପ୍ରତିଶ୍ରୁତି ପାଇ ଫେରିବେ। ପ୍ରତିବାଦୀ ସ୍ଥାନରେ ଗ୍ରହବଳ ହେତୁ ବିବାଦ କଲେ ପରାଜୟର ଗ୍ଲାନି ଓ ଧନହାନିକୁ ଆପଣେଇବେ। ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତି ଫାଇଦା ହାସଲ ପାଇଁ ଚେଷ୍ଟିତ ରହିବ। ରାଜନୀତି କ୍ଷେତ୍ରରେ ଆଦୃତି ସହ ପ୍ରତିଷ୍ଠା ମିଳିବ।
ଧନୁ
ଧନୁ
ଶନିଙ୍କ କୁପ୍ରଭାବରୁ ପ୍ରତ୍ୟେକ କାର୍ଯ୍ୟ ବିଳମ୍ବିତ ସମୟରେ ହେଉଥିବାରୁ ମନରେ ସରସତା ରହିବ ନାହିଁ। ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଚିନ୍ତାରେ ମନକୁ ବିଷାକ୍ତ କରିପାରନ୍ତି। ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ପ୍ରଯନତ୍ କରି ପାରନ୍ତି। ପରିବହନ, ବ୍ୟବସାୟ, ଶିଳ୍ପ, ବାଣିଜ୍ୟରେ ଉନ୍ନତି କରିବେ।
ମକର
ମକର
ଆଜି ବନ୍ଧୁଙ୍କ ସହ ମିଷ୍ଠାଳାପ, ସାମାଜିକ ସମ୍ମାନ, ଶୁଭଖବର ଓ ପାରିବାରିକ ସୌହାର୍ଦ୍ଦ୍ୟ ମନକୁ ଖୁସି କରାଇବ। ପ୍ରତ୍ୟେକ କ୍ଷେତ୍ରରେ ଆପଣ ଖର୍ଚ୍ଚାନ୍ତ ହେବେ ସିନା କାମ ଅଟକିବ ନାହିଁ। ମାଲିମକଦ୍ଦମା, ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।
କୁମ୍ଭ
କୁମ୍ଭ
ବିଭିନ୍ନ ସମସ୍ୟା ବିଜଡିତ ମନ ହେତୁ ଶାନ୍ତିରେ ରହିପାରିବେ ନାହିଁ କିମ୍ବା ଶୋଇପାରିବେ ନାହିଁ। ଶ୍ରମ ଓ ଅନିଦ୍ରାଜନିତ ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି। ମିତ୍ରତା ପରିପ୍ରେକ୍ଷୀରେ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ସରଳ ସ୍ବଭାବ ପ୍ରଭାବରୁ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମୀନମୀନ

ଆଶାନୁଯାୟୀ ସୁଫଳ ପାଇବେ ଏବଂ ପୂର୍ବ ଆଲୋଚନା ଅନୁଯାୟୀ କାମ ସବୁ ହୋଇଯିବ। ଗସ୍ତ କାଯର୍‌ୟକ୍ରମ ବଦଳି ଯାଇପାରେ କିନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆମତ୍ୀୟଙ୍କ ଈର୍ଷା,ବନ୍ଧୁଙ୍କ ସ୍ବାର୍ଥଲାଳସା, ନିଜ ଲୋକଙ୍କ ଅନାଦର ଭାବ ମନକୁ ବ୍ୟଥିତ କରିପାରେ। ରେବତୀ ନକ୍ଷତ୍ର ଚେଷ୍ଟା କରୁଥିବା କାମରେ ଅବଶ୍ୟ ସଫଳତା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜୁନ୍‌ ୪ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସମସ୍ୟା ବିଜଡ଼ିତ ରହିଲେ ମଧ୍ୟ କାମ ହାସଲରୁ ଓହରିବେ ନାହିଁ। ପୁରାତନ ରୋଗ, ବାକି ଟଙ୍କା ଓ ପୂର୍ବ ଶତ୍ରୁତାକୁ...

ରାଶିଫଳ: ସୋମବାର, ଜୁନ୍‌ ୩ ତାରିଖ – Daily Horoscope

ମେଷ ଆଜି ଆର୍ଥତ୍କ ଅଭିବୃଦ୍ଧି ସକାଶେ ଅନୁକୂଳ ପରିବେଶ ସୃଷ୍ଟି ହେବ। କାର୍ଯ୍ୟସିଦ୍ଧି ସାଙ୍ଗକୁ ଶିକ୍ଷା କ୍ଷେତ୍ରରେ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହେବେ। ସ୍ଥଗିତ କାମ...

ରାଶିଫଳ: ରବିବାର, ଜୁନ୍‌ ୨ ତାରିଖ – Daily Horoscope

ମେଷ ଆଜି କୃଷ୍ଣପକ୍ଷର ଦ୍ୱାଦଶ ଚନ୍ଦ୍ର, କଲ୍ୟାଣଚନ୍ଦ୍ର ଯୋଗୁ ଅସଜଡ଼ା ପରିସ୍ଥିତିକୁ ସଜାଡ଼ିବାରେ ସମର୍ଥ ହେବେ। ଭଲ ସମ୍ପର୍କ ନ ଥିବା ନିକଟସ୍ଥ ବ୍ୟକ୍ତିବିଶେଷଙ୍କ କଟାକ୍ଷ...

ରାଶିଫଳ: ଶନିବାର, ଜୁନ୍‌ ୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଉତ୍ତରଭାଦ୍ରବ ନକ୍ଷତ୍ରରେ ଥିବାରୁ ଶନିଙ୍କ ପ୍ରଭାବରେ ବିଚାର ବିଗିଡ଼ିଯିବା ଫଳରେ ଭୁଲ୍‌ ନିଷ୍ପତ୍ତି ନେଇ ପସ୍ତେଇବେ। କର୍ମକ୍ଷେତ୍ରରେ ଉନ୍ନତି ସାଙ୍ଗକୁ ଆର୍ଥିକ...

ରାଶିଫଳ: ଶୁକ୍ରବାର, ମେ ୩୧ ତାରିଖ – Daily Horoscope

ମେଷ ନିଷ୍ଠାପର କାର୍ଯ୍ୟ ଓ ଆକର୍ଷଣୀୟ ବ୍ୟବହାର ହେତୁ ଅର୍ଥ, ସମ୍ମାନର ଅଭାବ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାର...

ରାଶିଫଳ: ଗୁରୁବାର, ମେ ୩୦ ତାରିଖ – Daily Horoscope

ମେଷ ଆଜି ଯାହା ଚାହୁଁଛନ୍ତି ପାଇବେ ଏବଂ ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଗୁରୁ ଓ ଶୁକ୍ର ପ୍ରଭାବରୁ ନୂଆ ଯୋଜନା ଲାଗି ମନ ବଳାଇବେ।...

ରାଶିଫଳ: ବୁଧବାର, ମେ ୨୯ ତାରିଖ – Daily Horoscope

ମେଷ ଧନାଧିପ ଶୁକ୍ରଙ୍କ ସ୍ଥିତି ବିଭିନ୍ନ ବାଟରେ ଆର୍ଥିକ ଉନ୍ନତି ପାଇଁ ମାର୍ଗ ସୁଗମ କରିବ। କାର୍ଯ୍ୟ ହାସଲଜନିତ ମନରେ ପ୍ରଫୁଲ୍ଲତା ଭରି ରହିବା ସଙ୍ଗକୁ...

ରାଶିଫଳ: ମଙ୍ଗଳବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର କେନ୍ଦ୍ରରେ ବୁଧ ରାଶିସ୍ଥ ଯୋଗୁ ଆମତ୍ୀୟଙ୍କ ସାହାଯ୍ୟ ପାଇବା କଷ୍ଟକର ହେବ। ଶୁକ୍ରଙ୍କ ପ୍ରଭାବରୁ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶ ପାଇପାରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri