Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ
କର୍ମାଧିପ ରାହୁ ନକ୍ଷତ୍ରସ୍ଥ ଯୋଗୁ ପ୍ରତ୍ୟେକ କାମରେ ଦ୍ୱନ୍ଦ୍ୱ ଓ ଆଶଙ୍କା ଦେଖାଦେବ। ଘର କଥା ହେଉ କିମ୍ବା କର୍ମକ୍ଷେତ୍ର କଥା, ସବୁ କାମ ଗୋଳିଆ ରହିବ। ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି,ଏଣୁ ସତର୍କ ରହିବା ଭଲ। ଅବଶ୍ୟ ଶୁକ୍ରଙ୍କ ପ୍ରଭାବରେ କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରାଦିରେ କୌଣସି ଅସୁବିଧା ରହିବନାହିଁ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ସଙ୍ଗକୁ ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ସଭାସମିତି ଏପରି କି କହିବା ଲେଖିବାର ସମ୍ପର୍କ ଯେଉଁଠାରେ ରହିଛି ସେହି ସବୁ ପ୍ରତ୍ୟେକ ଦିଗ ଅନୁକୂଳ ରହିବ। ପାରିବାରିକ ସମସ୍ୟାର ସମ୍ମୁଖୀନ ହେବେ। ତୃତୀୟସ୍ଥ ମଙ୍ଗଳ ହେତୁ ଭ୍ରାତୃ ବିବାଦ ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ମାନସିକ ଆଘାତ ପାଇପାରନ୍ତି। ଅବଶ୍ୟ ବିଭିନ୍ନ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା ବିଷୟରେ ଉନ୍ନତ ମାନର ଫଳ ପାଇବେ। ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ବ୍ୟସ୍ତତା ଅନୁଭବ କରିପାରନ୍ତି।
କର୍କଟ
କର୍କଟ
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ପ୍ରଭାବରେ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ପରିବାର ଲୋକଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବହୁଦିଗରୁ ସମ୍ପର୍କୀୟଙ୍କ ସହଯୋଗ ପାଇ ଖୁସି ହେବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ ସକାଶେ ସମୟ ଲାଗିପାରେ।
ସି˚ହ
ସି˚ହ
ଆପଣ ନିଜ ଲୋକମାନଙ୍କୁ ଯେତିକି ଖୁସୀରେ ରଖିବାକୁ ଚାହିଁଲେ ମଧ୍ୟ ରଖିପାରିବେନାହିଁ। ଆଜିର ପରିସ୍ଥିତି ଓ ରହୁଥିବା ପରିବେଶର ପ୍ରତିକୂଳତା କାମରେ ଅନ୍ତରାୟ ସୃଷ୍ଟି କରିବ। କର୍ମ କ୍ଷେତ୍ରରେ ବାଧା ଉପୁଜିଲେ ମଧ୍ୟ କାମ ଅଟକି ରହିବନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଭଲ।
କନ୍ୟା
କୌଣସି ପରିସ୍ଥିତିରେ ତରବରିଆ ପଦକ୍ଷେପ ନ ନେଇ ଭାବିଚିନ୍ତି କାମ କରିବା ଭଲ ହେବ। ଅଭାବ ପୂରଣ ସକାଶେ ବହୁ ଚେଷ୍ଟା ପରେ ଋଣ ସୂତ୍ରରେ ଅର୍ଥଲାଭ କରିପାରନ୍ତି। କଠିନ ପରିଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ବୁଝାମଣା ମାଧ୍ୟମରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
ତୁଳା
ତୁଳା
ବିଭିନ୍ନ ବିଷୟରେ ତର୍କ ଓ ବିବାଦ ପାରିବାରିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରିବ। ଆଳସ୍ୟ ଓ ଅବହେଳା ସଙ୍ଗକୁ କାଳ କ୍ଷେପଣ ନୀତି ହେତୁ ମନରେ ସରସତା ରହିବ ନାହିଁ। ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଅସାବଧାନତା ହେତୁ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ।
ବିଛା
ବିଛା
ହିତୈଷୀମାନଙ୍କ ସାହାଯ୍ୟ ଓ ସମର୍ଥନ ହେତୁ ଅସୁସ୍ଥ ପରିବେଶକୁ ପ୍ରତିହତ କରିବାରେ ସମର୍ଥ ହେବ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ। ଆଜି ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଅନୁରାଧା ନକ୍ଷତ୍ର ବନ୍ଧୁବିଚ୍ଛେଦ ଜନିତ ମାନସିକ ଅଶାନ୍ତି ମଧ୍ୟରେ ସମୟ କଟାଇବେ।
ଧନୁ
ଧନୁ
କର୍ମଜଞ୍ଜାଳ ବୃଦ୍ଧିଜନିତ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ସୁସ୍ଥତା ରହି ନ ପାରେ। ବନ୍ଧୁଙ୍କ ସହାୟତାରେ ପିଲାଙ୍କ ବିବାହ ସମ୍ପର୍କୀୟ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ନିଜ ଲୋକଙ୍କ ଅସହଯୋଗ କାରଣରୁ ଉନ୍ନୟନ କାମ ବାଧାପ୍ରାପ୍ତ ହୋଇପାରେ। ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ।
ମକର
ମକର
ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଶ୍ରବଣା ନକ୍ଷତ୍ର ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। କାର୍ଯ୍ୟ ଦକ୍ଷତା ହେତୁ ପଡ଼ୋଶୀମାନେ ଭୁରିଭୁରି ପ୍ରଶଂସା କରିପାରନ୍ତି।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ରର ମାନସିକ ଚାପ ବୃଦ୍ଧି କର୍ମକ୍ଷେତ୍ରରେ ପ୍ରତିରୋଧ ସୃଷ୍ଟି କରିବ। ନିଜର ଲୋକ ମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇ ପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ ସମ୍ମାନିତ ମଧ୍ୟ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସ୍ଥିତି ସୁଦୃଢ ରହିବ।
ମୀନମୀନ
ବୁଝାମଣା ଅଭାବରୁ ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମନାନ୍ତର ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ଆସିବ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?