Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କର ପ୍ରତ୍ୟେକ କାମରେ କିଛିଟା ଦ୍ୱନ୍ଦ୍ୱ ଓ ଆଶା ଆଶଙ୍କା ମଧ୍ୟରେ ମନ ହଲ୍‌ଚଲ୍‌ ହୋଇପାରେ। ସେହି କାମଟି ବାଧ୍ୟହୋଇ କରିବେ, କିନ୍ତୁ ବିଳମ୍ବରେ ଓ ସମସ୍ୟା ମଧ୍ୟରେ ହିଁ ସମ୍ପନ୍ନ ହେବ । ଘର କଥା ହେଉ କିମ୍ବା କର୍ମକ୍ଷେତ୍ର କଥା ହେଉ ସବୁ କାମ ଗୋଳିଆ। ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି, ଏଣୁ ସତର୍କ ରହିବା ଭଲ ।
ବୃଷ
ବୃଷ
ସାଧାରଣ ବଚସାରୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନାହିଁ। ସଭାସମିତି ଏପରିକି କହିବା ଲେଖିବାର ସମ୍ପର୍କ ଯେଉଁଠାରେ ରହିଛି ସେହିିସବୁ ପ୍ରତ୍ୟେକ ଦିଗ ଅନୁକୂଳ ରହିବ।
ମିଥୁନ
ମିଥୁନ
ଆଜି କର୍ମକ୍ଷେତ୍ରରେ ଅଧୈର୍ଯ୍ୟ ନ ହୋଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ପାରିବାରିକ ସ୍ତରରେ ସନ୍ତାନହେତୁକ ମାନସିକ ଆଘାତ ପାଇ ପାରନ୍ତି। ଅବଶ୍ୟ ବିଭିନ୍ନ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ପରିବହନ, ବ୍ୟବସାୟ, ସଭାସମିତି,ଜମିଜମା ବିଷୟରେ ଉନ୍ନତ ମାନର ଫଳ ପାଇବେ।
କର୍କଟ
କର୍କଟ
ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଆପଣ ଠିକ୍‌ ନିଷ୍ପତ୍ତି ଆପଣ ନେଇପାରିବେ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ପରିବାର ଲୋକଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଅବଶ୍ୟ ବହୁଦିଗରୁ ନିକଟ ସମ୍ପର୍କୀୟମାନଙ୍କ ସହଯୋଗ,ସୁଖ, ସମ୍ମାନ ପାଇ ଖୁସି ହେବେ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ ଆହୁରି ବହୁ ସମୟ ଲାଗିପାରେ ।
ସି˚ହ
ସି˚ହ
ଆଜିର ପରିସ୍ଥିତି ଓ ରହୁଥିବା ପରିବେଶ ତାହା ସହଜରେ କରାଇଦେବ ନାହିଁ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇଯିବେ। କର୍ମକ୍ଷେତ୍ରରେ ବାଧା ଉପୁଜିବ, ତଥାପି ବ୍ୟସ୍ତ ହୁଅନ୍ତୁ ନାହିଁ। ଖର୍ଚ୍ଚ ପରିମାଣ ବୃଦ୍ଧିଯୋଗୁ ମନରେ ସରସତା ରହିବ ନ ପାରେ।
କନ୍ୟା
କୌଣସି ପରିସ୍ଥିତିରେ ମଧ୍ୟ ଯାହା କହିବେ କିମ୍ବା କରିବେ ସେସବୁ ଭାବିଚିନ୍ତି କରିବା ଭଲ ହେବ । ଅଭାବ ପୂରଣ ସକାଶେ ବହୁ ଚେଷ୍ଟା କରିବା ପରେ ଋଣ ସୂତ୍ରରେ ଅର୍ଥଲାଭ କରିବେ। ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ଅପରାହ୍ନେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
ତୁଳା
ତୁଳା
ବିଭିନ୍ନ ବିଷୟରେ ତର୍କ ଓ ବିବାଦ ପାରିବାରିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରିବ। ପ୍ରତ୍ୟେକ କ୍ଷେତ୍ରରେ ଆଳସ୍ୟ ଓ ଅବହେଳା ସାଙ୍ଗକୁ କାଳ କ୍ଷେପଣ ନୀତି ହେତୁ ମନରେ ସରସତା ରହିବ ନାହିଁ। ଆଜି ନିଜ କାମରେ ମନଦେଇ କାମଟିକୁ ପୂରା ନ କରିବା ଯାଏଁ ଛାଡ଼ିବେ ନାହିଁ। ନିଜ ଲୋକମାନେ ଈର୍ଷା କରିବେ।
ବିଛା
ବିଛା
ଆଜି ଆପଣ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ବିଜୟୀ ହେବେ । ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। କ୍ରୀଡ଼ା, କଳା ସାହିତ୍ୟ, ସଙ୍ଗୀତ,ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ଧନୁ
ଧନୁ
ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ସୁସ୍ଥତା ରହି ନ ପାରେ। ଅଫିସ୍‌ ଭିତରେ କିଛି ବିଚାର ନ କରି ଅନ୍ୟକୁ ବିଶ୍ୱାସକରି ହଇରାଣରେ ପଡ଼ିପାରନ୍ତି। ପିଲାମାନଙ୍କ ବିବାହ ସମ୍ପର୍କୀୟ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ନିଜ ଲୋକମାନଙ୍କ ଅସହଯୋଗ କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ ।
ମକର
ମକର
ପରିବାରରେ ଭୁଲ୍‌ ବୁଝାମଣା ନେଇ ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ତିକ୍ତତା ଦେଖାଦେଇପାରେ । ବ୍ୟବସାୟ,ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ।
କୁମ୍ଭ
କୁମ୍ଭ
କାର୍ଯ୍ୟବ୍ୟସ୍ତତାଜନିତ ମାନସିକ ଚାପ ବୃଦ୍ଧି ହେତୁ ସ୍ବାସ୍ଥ୍ୟହାନି କାମକୁ ପ୍ରତିରୋଧ କରିବ। ନିଜ ଲୋକମାନଙ୍କ କାର୍ଯ୍ୟକଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସ୍ତ୍ରୀ କିମ୍ବା ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ ସମ୍ମାନିତ ମଧ୍ୟ ହୋଇପାରନ୍ତି।
ମୀନମୀନ
ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହେବ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ଆସିବ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। କ୍ରନିକ୍‌ ରୋଗ ଓ ସ୍ବଜନ ଶତ୍ରୁତା କାରଣରୁ ଚିନ୍ତିତ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?