Posted inRasifala

ରାଶିଫଳ: ଶନିବାର, ଜାନୁୟାରୀ ୨୨ ତାରିଖ – Daily Horoscope

ମେଷ
ତର୍କବିତର୍କ କାରଣରୁ ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ। କିନ୍ତୁ ବନ୍ଧୁଙ୍କ କାମରେ ଠିକ୍‌ ପରାମର୍ଶ ଦେଇ ଅନ୍ୟମାନଙ୍କ ପ୍ରଶଂସାର ପାତ୍ର ହେବେ। ବାଧ୍ୟବାଧକତାରେ ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବନ୍ଧୁଙ୍କ ନିକଟରୁ ଅର୍ଥପ୍ରାପ୍ତିରେ ବିବାଦ ଦେଖାଦେବ।
ବୃଷ
ବୃଷ
ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ସ୍ତ୍ରୀ ସମ୍ପର୍କରେ ଉନ୍ନତ ଫଳ ପାଇବେ। କର୍ମକ୍ଷେତ୍ରରେ ବେପରୁଆ କାର୍ଯ୍ୟକଳାପ ସକାଶେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ପରିବାରରେ ମଧ୍ୟ ଇଚ୍ଛା ନ ଥାଇ କେତେକ କାମ କରିବାକୁ ପଡ଼ିବ। ଅଫିସ୍‌ କାମରେ ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ।
ମିଥୁନ
ମିଥୁନ
ପାରିବାରିକ ସ୍ତରରେ ଅଭାବ ଅସୁବିଧା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ପାରିବାରିକ ଜଞ୍ଜାଳ ବୃଦ୍ଧି ସଙ୍ଗକୁ ସମସ୍ୟାରେ ମଧ୍ୟ ବ୍ୟସ୍ତତା ପ୍ରକାଶ କରିବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବା ସହ ବୁଦ୍ଧିଜୀବୀଙ୍କ ପ୍ରଶଂସାର ପାତ୍ର ହେବେ। ସାମୂହିକ କାମରେ ନୀଚ୍ଚ ଜାତିର ବ୍ୟକ୍ତିଙ୍କ ସହ କଳହ ଲାଗିପାରେ।
କର୍କଟ
କର୍କଟ
ଦିନଟିରେ କିଛି ସୁବିଧା ସଙ୍ଗକୁ କିଛି ଅସୁବିଧା ରହିଥିବାରୁ ମାନସିକ ଦ୍ୱନ୍ଦ୍ୱ ଦେଇ ଗତି କରିବେ। ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ଫାଇଲ୍‌ କାମରେ ଅଧିକ ସମୟ ବିନିଯୋଗ କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ସହ ଆଜିର ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ହେବ।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ। ପାରିବାରିକ ସ୍ତରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ବନ୍ଧୁମାନଙ୍କ ମନ ଧରିଲା ଭଳି କଥା କହି ଶତ୍ରୁଠାରୁ କାମ ହାସଲ କରିନେବେ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
କନ୍ୟା
କୌଣସି ବନ୍ଧୁ ଅଯାଚିତ ଭାବରେ ଆର୍ଥିକ ସମସ୍ୟାକୁ ସୁଧାରି ନେବେ। ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଚିନ୍ତା କରିଥିବା କାମଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି, ଯାହା କି ଅଶାନ୍ତିର କାରଣ ହୋଇପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ସହକର୍ମୀଙ୍କ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନାହିଁ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ମନରେ ଆଶଙ୍କା ସୃଷ୍ଟି ହେବାର ରହିଛି। କାର୍ଯ୍ୟବ୍ୟସ୍ତ ଯୋଗୁ ନିଜ କାମ କରିବା ସକାଶେ ସୁଅବସର ପାଇବେ ନାହିଁ। ପାରିବାରିକ ସମସ୍ୟା ବଡ଼ ଚିନ୍ତାର କାରଣ ହେବ।
ବିଛା
ବିଛା
କର୍ମକ୍ଷେତ୍ରରେ ପରିସ୍ଥିତି ବିଗିଡ଼ି ଯାଉଥିବାରୁ ମନସ୍ତାପ ମଧ୍ୟରେ ଗତି କରିବାକୁ ବାଧ୍ୟ ହେବେ। ପାରିବାରିକ କ୍ଷେତ୍ରରେ ସତର୍କରେ ନ ଚଳିଲେ ମିଥ୍ୟାପବାଦରେ ନିନ୍ଦିତ ହୋଇପାରନ୍ତି। ଅଭାବ ପୂରଣ ପରିପ୍ର୍ରେକ୍ଷୀରେ ଋଣ ସୂତ୍ରରେ ଅର୍ଥଲାଭ କରିବାକୁ ବାଧ୍ୟହେବେ। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ।
ଧନୁ
ଧନୁ
ଅଭିଳାଷ ପୂରଣ କରିବା ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରି ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି। ଅଜଣା ଜାଗାରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ।
ମକର
ମକର
ମନକଥା ମନରେ ରଖି ଲକ୍ଷ୍ୟ ହାସଲ ଦିଗରେ ଚେଷ୍ଟା କଲେ ଉପକୃତ ହେବେ। ବନ୍ଧୁମାନଙ୍କ ସହାୟତାରେ ଅର୍ଥ ସଂଗ୍ରହ ଅଭିଯାନ ଜାରି ରଖିଲେ ସଫଳତା ପାଇପାରନ୍ତି । ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ପ୍ରତିଦାନ ସ୍ବରୂପ ଭ୍ରାତୃପ୍ରୀତି ମିଳିପାରେ, ଯାହା କି ସହଯୋଗ ରୂପେ ପ୍ରାପ୍ତ ହେବ।
କୁମ୍ଭ
କୁମ୍ଭ
ଶାରୀରିକ ସୁସ୍ଥତା ସଙ୍ଗକୁ ମାନସିକ ସ୍ଥିରତା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ଅଧିକ ଆଶା କରି ନିରାଶ ହୋଇପାରନ୍ତି। ପାରିବାରିକ ସମସ୍ୟା ବିଷୟ କ୍ଷେତ୍ରରେ ସ୍ତ୍ରୀଙ୍କ ଅଭିଯୋଗ ଅମୂଳକ ନୁହେଁ, ଏହାର ପୁନର୍ବିଚାର କରିବା ଭଲ ହେବ। ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଦୁଃଖ ଜଣାନ୍ତୁ; ଉପକୃତ ହେବେ।
ମୀନମୀନ
ଆପଣ ଯାହା ଚିନ୍ତା କରୁଛନ୍ତି ତାହା ଅବଶ୍ୟ ସୁବିଧାରେ ହୋଇଯିବ। ଏଜେନ୍ସି, ସାହିତ୍ୟ ଚର୍ଚ୍ଚା, ସଭାସମିତି, ମାଙ୍ଗଳିକ କାମ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ପରୋକ୍ଷ ଶତ୍ରୁତା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ଈର୍ଷାପରାୟଣ ବ୍ୟକ୍ତିମାନେ ଆପଣଙ୍କ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ନିନ୍ଦା ରଟନା କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?