Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ
କୌଣସି ବନ୍ଧୁଙ୍କ ଜରିଆରେ ସମସ୍ୟା ସମାଧାନ ସହ ଆଲୋଚନା ଫଳବତୀ ହୋଇପାରେ। କୃତ୍ତିକା ନକ୍ଷତ୍ରର ପରିବାର, ସଭାସମିତି ତଥା କର୍ମକ୍ଷେତ୍ରରେ କୌଣସି ଅସୁବିଧା ହେବନାହିଁ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ ସାଧାରଣ ବାଧାପ୍ରାପ୍ତ ହୋଇପାରେ। ଆତ୍ମୀୟସ୍ବଜନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରେ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ।
ବୃଷ
ବୃଷ
ଅନ୍ୟମାନଙ୍କୁ ମନେଇବାକୁ କୌଶଳପୂର୍ଣ୍ଣ କଥା କହି କାମ ହାସଲ କରିବେ। ଲଘୁ କ୍ରୋଧ ପ୍ରକାଶ କରି କଡ଼ା କଥା କହିବା କାରଣରୁ କର୍ମକ୍ଷେତ୍ରରେ ତାହା ସମସ୍ୟା ସୃଷ୍ଟି କରିପାରେ। ମୃଗଶିରା ନକ୍ଷତ୍ର ନିକଟ ଅତୀତରେ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି।
ମିଥୁନ
ମିଥୁନ
ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି କିଛି ନା କିଛି ସମସ୍ୟାଜନିତ ତାହା ସହଜ ହେବନାହିଁ। ଆରଦ୍ରା ନକ୍ଷତ୍ରର କର୍ମକ୍ଷେତ୍ରରେ ଜଣେ ଆଗନ୍ତୁକ ସମସ୍ୟା ସୃଷ୍ଟିର କାରଣ ହେବେ। ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା ଓ ପ୍ରେମପ୍ରଣୟ ପାଇଁ ଦିନଟି ଭଲ। ଅସମର୍ଥତ୍ତ ସୂତ୍ରରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି।
କର୍କଟ
କର୍କଟ
ଆଜି ରାହୁଯୁକ୍ତ ଚନ୍ଦ୍ର ହେତୁ ଦୈହିକ ଅସୁସ୍ଥତା ସହ ମାନସିକ ସନ୍ତୁଳନ ମଧ୍ୟ ହରାଇପାରନ୍ତି। ଚୋରି, ଅନ୍ୟମନସ୍କତାରୁ ଦରକାରୀ କାଗଜପତ୍ର ହଜିଯାଇପାରେ। ପରିବାର ସକାଶେ ଯାହା ଆଶା କରୁଛନ୍ତି ବିଳମ୍ବରେ ହେଉଉଛେ ତାହା ହିଁ ହେବ। ବନ୍ଧୁଙ୍କ ନିକଟରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିବେ।
ସି˚ହ
ସି˚ହ
ଏକାଧିକ ଗ୍ରହଙ୍କ କୁପ୍ରଭାବରୁ ବିଭିନ୍ନ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇପାରନ୍ତି। ଆର୍ଥତ୍କ ଅନଟନ ହେତୁ ବିଳମ୍ବରେ କାମଗୁଡ଼ିକ ସମ୍ପନ୍ନ ହେବ। ପାରିବାରିକ ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
କନ୍ୟା
ବ୍ୟୟବହୁଳ ଜୀବନଯାତ୍ରା ସାଙ୍ଗକୁ ବାରମ୍ବାର ସ୍ଥାନ ପରିବର୍ତ୍ତନ ଦୁଶ୍ଚିନ୍ତାର କାରଣ ହେବ। କାମ ଚାପରେ ଅବସର ସମୟର ଅଭାବ ସହ ଶାନ୍ତିରେ ଶୋଇ ପାରିବେ ନାହିଁ। ହିତୈଷୀଙ୍କ ମନ ବୁଝିଲାଭଳି କଥା ଦୁଃସମୟକୁ ଲାଘବ କରିପାରେ। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ସକାଶେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟିର ଆଶଙ୍କା ରହିଛି।
ତୁଳା
ତୁଳା
ଆଜି ଆପଣଙ୍କ ସକାଶେ ସାମଗ୍ରିକ ସୁଖ, ସୁବିଧାକୁ ନେଇ କାର୍ଯ୍ୟକ୍ଷେତ୍ର ସନ୍ତୋଷଜନକ ରହିବ। ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ତାହା ନିର୍ବିଘ୍ନରେ ସମାପନ ହୋଇଯିବ। ଲେଖାପଢ଼ା ତଥା ପ୍ରକାଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଶୁଭଫଳ ପାଇବେ। ଆଇନ, କଳାକ୍ଷେତ୍ର ମନ୍ଦ ହେବନି କିନ୍ତୁ ପାରିବାରିକ ଅସ୍ଥିରତା ସୃଷ୍ଟିହେବ।
ବିଛା
ବିଛା
ଆଜିର ପରିସ୍ଥିତି ଅନୁକୂଳ ନ ହେଲେ ମଧ୍ୟ ଦୃଢ଼ ମନୋବଳ ହେତୁ କାମରେ ଅନ୍ତରାୟ ସୃଷ୍ଟି ହେବନାହିଁ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ବିଶାଖା ନକ୍ଷତ୍ର ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବେ। ଶିଳ୍ପ, ବାଣିଜ୍ୟ, ରାଜନୀତି କ୍ଷେତ୍ରରେ ସଫଳତା ଅବଶ୍ୟ ମିଳିବ।
ଧନୁ
ଧନୁ
ବୃହସ୍ପତିଙ୍କ କେନ୍ଦ୍ର ସ୍ଥିତି ସାମଗ୍ରିକ କ୍ଷେତ୍ରରେ ସୁଫଳ ପ୍ରଦାନ କରିବ। ଭାଗ୍ୟସ୍ଥ ଗ୍ରହମାନେ ସ୍ଥଗିତ କାମ ତ୍ୱରାନ୍ବିତ କରାଇବା ସହ ପ୍ରତ୍ୟେକ ଦିଗରୁ ସାହାଯ୍ୟ ପାଇପାରିବେ। ଫେରିବା ରାସ୍ତାରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚିତ ହେବେ। ବାଣିଜ୍ୟ, ପରିବହନରେ ଝଗଡ଼ା ଲାଗିପାରେ।
ମକର
ମକର
କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗକରି କାମ କଲେ ସବୁ ପ୍ରକାରର ସାହାଯ୍ୟ ସୁବିଧା ଅବଶ୍ୟ ପାଇବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହେବ। ଧନିଷ୍ଠା ନକ୍ଷତ୍ର ବନ୍ଧୁଙ୍କ ସମ୍ମୁଖରେ ମନକଥା ପ୍ରକାଶ କରି ନ ପାରି ଅନୁତାପ କରିବେ।
କୁମ୍ଭ
କୁମ୍ଭ
ଗ୍ରହମାନଙ୍କ ପ୍ରତିକୂଳ ପ୍ରଭାବରୁ ପ୍ରତିରୋଧ ଓ ପ୍ରତିବନ୍ଧକ ମଧ୍ୟରେ ସମସ୍ତ କାମ କରିବାକୁ ପଡ଼ିପାରେ। ପରିବାରର ଖର୍ଚ୍ଚ ବୃଦ୍ଧି କାରଣରୁ ଚିନ୍ତିତ ହେବେ। ସମ୍ପର୍କୀୟଙ୍କ ସହ ମିତ୍ରତା କଲେ କାମ ହାସଲ କରି ପାରିବେ। ଶତଭିଷା ନକ୍ଷତ୍ରର ପାରିବାରିକ ସୁଖ ସ୍ବାଚ୍ଛନ୍ଦ୍ୟ କାରଣରୁ କିମ୍ବା ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
ମୀନମୀନ

ଆଜି ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ସ୍ମରଣୀୟ ରହିବ। ଭାବପ୍ରବଣ ବଶତଃ ବନ୍ଧୁଙ୍କ ସମ୍ମୁଖରେ ଭିନ୍ନ ପ୍ରକାରର କଥା କହି ଅପଦସ୍ଥ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ ଆନୁଷ୍ଠାନିକ କାମରେ ସଫଳତା ଅବଶ୍ୟ ମିଳିବ। ଉତ୍ତରଭାଦ୍ର ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା ଓ ଅଶାନ୍ତିର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri