Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ
ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନକୁ ପ୍ରଭାବିତ କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟମ୍ଭାବୀ। ଚନ୍ଦ୍ରଙ୍କ ପ୍ରତି ରାହୁଙ୍କ ଦୃଷ୍ଟି କାରଣରୁ ଅନ୍ୟମନସ୍କତା କିମ୍ବା ଭୁଲ୍‌ ବୁଝାମଣାଜନିତ ମନାନ୍ତରର ଆଶଙ୍କା ରହିଛି। ପରିବାରର ଅର୍ଥନୈତିକ, ସାମାଜିକ, ପ୍ରଶାସନିକ କ୍ଷେତ୍ର ବହୁତ ଭଲ ରହିବ।
ବୃଷ
ବୃଷ
ଶୁକ୍ର ଏବଂ ଚନ୍ଦ୍ରଙ୍କ ପ୍ରଭାବରେ ମନୋରଞ୍ଜନକୁ ପ୍ରାଧାନ୍ୟ ଦେଇ କାମକୁ ଅବହେଳା କରିବେ। ସାହିତ୍ୟ, କ୍ରୀଡ଼ା ସଙ୍ଗୀତ କ୍ଷେତ୍ରରେ ସାମିଲ୍‌ ହୋଇ ପ୍ରଶଂସିତ ହେବେ। ବ୍ୟବସାୟିକ ଦିଗରୁ ଦିନଟି ସନ୍ତୋଷଜନକ ହେବନାହିଁ। ପାରିବାରିକ ସମସ୍ୟା କ୍ଷେତ୍ରରେ ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ପ୍ରଦାନ କରିବ।
ମିଥୁନ
ମିଥୁନ
ରାଶିରେ ଶୁଭଗ୍ରହ ପ୍ରଭାବରେ ଆଜିର ଦୈନିକଚର୍ଯ୍ୟା ଓ କାର୍ଯ୍ୟପଦ୍ଧତି ସନ୍ତୋଷଜନକ ରହିବ। ପରିବାରର ବ୍ୟୟବୃଦ୍ଧି ମାନସିକ ଦୁଶ୍ଚିନ୍ତା ସୃଷ୍ଟି କରିବ। ପଡ଼ୋଶୀ ଈର୍ଷାନ୍ବିତ ହୋଇ ବିରୁଦ୍ଧାତ୍ମକ କଥାବାର୍ତ୍ତା କରିପାରନ୍ତି। ବ୍ୟବସାୟ ମନ୍ଦ ନ ହେଲେ ମଧ୍ୟ ସାହାଯ୍ୟ ସହଯୋଗ ଅଭାବରୁ ସାମୟିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
କର୍କଟ
କର୍କଟ
ପ୍ରାପ୍ୟ ପାଇବାରେ ବିଳମ୍ବ ସଙ୍ଗକୁ ଅର୍ଥସଙ୍କଟ ଜନିତ ନୈରାଶ୍ୟ ମନସ୍ତାପର କାରଣ ହୋଇପାରେ। ପାରିବାରିକ ସମସ୍ୟା ଏବଂ କର୍ମକ୍ଷେତ୍ରର ବିବାଦୀୟ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିବ । ପଦସ୍ଥବ୍ୟକ୍ତିଙ୍କ ଆଶ୍ୱାସନାରୁ ଖୁସି ରହିବେ। ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ବନ୍ଧୁମିଳନଜନିତ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ଆଜି ଯାହା ଚାହୁଁଛନ୍ତି ପାଇବାରେ ସାମାନ୍ୟ କଷ୍ଟ ହୋଇପାରେ। ସରକାରୀ ସ୍ତରରେ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯିବାର ଆଶଙ୍କା ରହିଛି। ପ୍ରତିଯୋଗିତା, ମାଲିମକଦ୍ଦମା, ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସଫଳତା ପାଇବେ। ରାଶିରେ କେତୁଙ୍କ ପ୍ରଭାବରେ ଶାରୀରିକ ଅସୁସ୍ଥତା ସଙ୍ଗକୁ ମାନସିକ ସନ୍ତୁଳନ ମଧ୍ୟ ହରାଇପାରନ୍ତି।
କନ୍ୟା
ବୁଧଙ୍କ ଦୃଷ୍ଟିରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ ହେବ। ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସେମାନଙ୍କ ପ୍ରତି ରହିଥିବା ଭଲ ଧାରଣା ହ୍ରାସ ପାଇପାରେ। ପଦାଧିକାରୀଙ୍କ ଚାପରେ କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିପାରନ୍ତି। ପରିବାରର ଆବଶ୍ୟକତା ସକାଶେ ଋଣ କରିପାରନ୍ତି।
ତୁଳା
ତୁଳା
ଷଷ୍ଠାଧିପ ଭାଗ୍ୟସ୍ଥ ଏବଂ ରାଶ୍ୟାଧିପ ଅଷ୍ଟମସ୍ଥ ଯୋଗୁ ସମସ୍ୟା ଏବଂ ପ୍ରତିବନ୍ଧକ ମଧ୍ୟରେ କାର୍ଯ୍ୟ ହାସଲ କରିବେ। ଅବଶ୍ୟ ଆଜିର ଯାତ୍ରା ଓ ବ୍ୟବସାୟିକ ସ୍ଥିତି ଆପଣଙ୍କ ଅଭିଳାଷ ପୂରଣରେ ସହାୟକ ହେବେ। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତି ଅନୁଯାୟୀ ବାଧ୍ୟବାଧକତାରେ କେତେକ କାମ କରିବାକୁ ପଡ଼ିପାରେ।
ବିଛା
ବିଛା
ଦ୍ୱାଦଶାଧିପତି ଶୁକ୍ରଙ୍କ ଦୃଷ୍ଟିର ପ୍ରଭାବ ଯାତ୍ରାରେ ବାଧକ ନ ସାଜି କାର୍ଯ୍ୟସାଧକର ଭୂମିକା ଗ୍ରହଣ କରିପାରେ। ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ସହ ଅର୍ଥ ଓ ସମ୍ମାନ ପାଇବେ। ରାଜନୈତିକ ସ୍ତରରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ପାରିବାରିକ, ପରିବହନ, ପ୍ରଶାସନ, କ୍ଷେତ୍ର ମଧ୍ୟ ମନ୍ଦ ହେବନି।
ଧନୁ
ଧନୁ
ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ଆଜିର ଯାତ୍ରା ଓ କର୍ମାରମ୍ଭ ପାଇଁ କୌଣସି ଅସୁବିଧା ରହିବ ନାହିଁ। କୌଣସି ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ ପାଇଁ ସମୟ ଭଲ ରହିଲେ ମଧ୍ୟ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ସକାଶେ କେତେକ ବ୍ୟତିକ୍ରମ ଦେଖାଦେବ। ଧାର୍ମିକ କାର୍ଯ୍ୟରେ ଯୋଗଦେଇପାରନ୍ତି।
ମକର
ମକର
କୋଣଭାବସ୍ଥ ଶୁକ୍ରଙ୍କ ପ୍ରଭାବରେ ଭ୍ରମଣ ସାଙ୍ଗକୁ ମନୋରଞ୍ଜନର ସୁଯୋଗ ଲାଭ କରିବେ। ଶନି ଓ ମଙ୍ଗଳଙ୍କ ସହ ବୁଧଙ୍କ ସଂଯୋଗ ହେତୁ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହେବେ। ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। କର୍ମାରମ୍ଭ, ଜମିଜମା, ସାମ୍ବାଦିକତା,ବକ୍ତୃତା,ଏଜେନ୍ସିପ୍‌ ପାଇଁ ଦିନଟି ବହୁତ ଭଲ।
କୁମ୍ଭ
କୁମ୍ଭ
ସମସ୍ୟାମୁକ୍ତ ପାରିବାରିକ ସ୍ଥିତି, ଶତ୍ରୁତାବିହୀନ କାର୍ଯ୍ୟ ଏବଂ ସମାଲୋଚନାବିହୀନ ସହଯୋଗ ଆନନ୍ଦଦାୟକ ରହିବ। କିନ୍ତୁ ରାହୁଙ୍କ ପ୍ରଭାବରେ ଭୁଲ୍‌ ବୁଝାମଣା ସଙ୍ଗକୁ ନିମ୍ନମାନର ବିଚାରଧାରା ବନ୍ଧୁମାନଙ୍କ ଗ୍ରହଣୀୟ ନ ହୋଇପାରେ। ଅନ୍ୟମାନଙ୍କର ଆପଣ ଯେତେ ଉପକାର କରିଥିଲେ ମଧ୍ୟ ଆତ୍ମୀୟମାନେ ସ୍ବାର୍ଥସାଧନକୁ ଗୁରୁ୍‌ତ୍ୱ ଦେବେ।
ମୀନମୀନ
ଆଜି ଆପଣଙ୍କ ମନ ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ। ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସାମାଜିକସ୍ତରରେ ଆନୁଷ୍ଠାନିକ କିମ୍ବା ଧର୍ମାନୁଷ୍ଠାନ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ଶୁଭଗ୍ରହ ପ୍ରଭାବରୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ। ଆଜି ଯାତ୍ରା, ବାଣିଜ୍ୟ ଏବଂ କଚେରି ମାମଲାରେ ସନ୍ତୋଷଜନକ ଫଳ ପାଇବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri