Posted inRasifala

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମ ଚନ୍ଦ୍ରଜନିତ ଦୈହିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ଋଣ ପରିଶୋଧ ସାଙ୍ଗକୁ ପୂର୍ବଶତ୍ରୁତା ଦୁଶ୍ଚିନ୍ତା ବୃଦ୍ଧି କରିବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭବାନ୍‌ ହେବେ। ଅଟକି ରହିଥିବା କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।
ବୃଷ
ବୃଷ
ଶନି ଓ ରାହୁଙ୍କ ପ୍ରଭାବରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବଢ଼ିଯିବ। ରାଜନୀତି ଓ କ୍ରୀଡ଼ା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ମିଥୁନ
ମିଥୁନ
କୌଣସି ହୃଦୟବାନ୍‌ ବ୍ୟକ୍ତିଙ୍କ ସହାୟତାରୁ କାର୍ଯ୍ୟସିଦ୍ଧି ହେତୁ ମନ ପ୍ରଫୁଲ୍ଲ ରହିବ। ନୂତନ ଯାନବାହନ, ଗୃହ ଓ ଜମିଜମା, ପରିବହନ କ୍ଷେତ୍ରରେ ଉନ୍ନତି କରିବେ। ସ୍ଥିର ମନରେ କାମ କରନ୍ତୁ, ଦେଖିବେ ସବୁକିଛିର ସମାଧାନ ଆପଣାଛାଏଁ ହୋଇଯିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ଅସହଯୋଗ କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଅନ୍ୟମନସ୍କ ରହିବା କାରଣରୁ ବିଭିନ୍ନ ପ୍ରକାର ସମସ୍ୟାକୁ ଡାକି ଆଣିପାରନ୍ତି। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପୁଷ୍ୟା ସଫଳତା ହାସଲ କରିବେ। ଆଇନ ଅଦାଲତ କ୍ଷେତ୍ରରେ ଟେନ୍‌ସନ ଦୂରେଇଯିବ। ବିଶେଷ ଭ୍ରମଣ ଓ କଠିନ ଶ୍ରମଜନିତ ସାମୟିକ ଅସୁସ୍ଥତା ଅନୁଭବ କରିବେ।
ସି˚ହ
ସି˚ହ
ରାଶିରେ ବୁଧଙ୍କ ପ୍ରଭାବଜନିତ କାର୍ଯ୍ୟସିଦ୍ଧି ଓ ଆର୍ଥିକ ସାହାଯ୍ୟ ପାଇପାରିବେ। ବନ୍ଧୁଙ୍କ ପରାମର୍ଶକ୍ରମେ କୌଣସି ନୂତନ କାମର ଯୋଜନା କରିପାରନ୍ତି। ସହକର୍ମୀଙ୍କ ସହ ଆଲୋଚନା, ଖେଳ, ମଉଜ ମଜଲିସ୍‌ରେ ସମୟ କଟାଇବେ। ପରିବାର ଭିତରେ ସବୁକଥାକୁ ସନ୍ଦେହ କଲେ କ୍ଷତିରେ ପଡ଼ିବେ।
କନ୍ୟା
ବଳବାନ୍‌ ରାଶ୍ୟାଧିପ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତା ପ୍ରଦାନ କରି ଗୌରବ ବିମଣ୍ଡିତ କରିବେ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ଆକସ୍ମିକ ଭାବେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ସହିତ ଅର୍ଥ ସମ୍ପର୍କିତ ସମସ୍ୟା ସୁଧାରିନେବେ।
ତୁଳା
ତୁଳା
ରାହୁ ଓ କେତୁଙ୍କ କୁପ୍ରଭାବରୁ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉଙ୍କିମାରିବ କିନ୍ତୁ ପୂର୍ଣ୍ଣାଙ୍ଗ ହେବନାହିଁ। ତଥାପି କୌଣସି ନୂତନ କର୍ମାରମ୍ଭ କରିବେ ଓ ଏଥିରେ ସହଯୋଗ ଅବଶ୍ୟ ମିଳିବ। ପରିବାରର ଆବଶ୍ୟକତା ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ବ୍ୟୟଭାର କ୍ରମଶଃ କମିଆସିବ ଓ ଏ ଦିଗରେ ବନ୍ଧୁ ସାହାଯ୍ୟ କରିପାରନ୍ତି।
ବିଛା
ବିଛା
ପାପଗ୍ରହମାନଙ୍କ ପ୍ରଭାବରେ ବିଭିନ୍ନ ପ୍ରକାର କାମରେ ବ୍ୟସ୍ତ ରହୁଥିବା ଯୋଗୁ ମାନସିକ ସ୍ଥିରତା ରହିବ ନାହିଁ। ବାକିଥିବା ଟଙ୍କା ପଇସାକୁ ନେଇ ବିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ। ଘରୋଇ ବରାଦ ଅନୁଯାୟୀ କିଛି ମନୋରଞ୍ଜନ ଜିନିଷ କ୍ରୟ କରିବେ। ପାରିବାରିକ ସମସ୍ୟା ସମାଧାନରେ ସଫଳ ହେବେ।
ଧନୁ
ଧନୁ
ଆପଣଙ୍କ କାର୍ଯ୍ୟଦକ୍ଷତା, କଳା କୁଶଳତା ଓ ବନ୍ଧୁବତ୍ସଳତା ମାନସିକ ସ୍ଥିରତା ପାଇଁ ଖୋରାକ ଯୋଗାଇବ। କିନ୍ତୁ ବ୍ୟବସାୟ କ୍ରମଶଃ ସମସ୍ୟା ବହୁଳ ହେବାରୁ ଚିନ୍ତିତ ରହିପାରନ୍ତି। ଭ୍ରମଣ, ସଙ୍ଗଠନ, ରାଜନୀତି ଓ ପ୍ରଶାସନ ପାଇଁ ଦିନଟି ବହୁତ ଭଲ। କର୍ମକ୍ଷେତ୍ରରେ ଉପଯୁକ୍ତ ଭାବେ ସମ୍ମାନିତ ହୋଇପାରନ୍ତି।
ମକର
ମକର
ଗୁରୁଚଣ୍ଡାଳ ଯୋଗ ପ୍ରଭାବରେ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡ଼ିବ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ପାରିବାରିକ ସମସ୍ୟାର ସରଳ ସମାଧାନ ଦିଗରେ ଆତ୍ମୀୟଙ୍କ ଭୂମିକା ଅବିସ୍ମରଣୀୟ ରହିବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଅବଶ୍ୟ ଲକ୍ଷ୍ୟ ପୂରଣ ହେବ।
କୁମ୍ଭ
କୁମ୍ଭ
ଶୁକ୍ରଙ୍କ ସୁପ୍ରଭାବରେ ନୂତନ ବନ୍ଧୁପ୍ରସ୍ତାବ ସ୍ଥିରୀକୃତ ହେବା କାରଣରୁ ମନ ଖୁସି ହୋଇଯିବ। କଳା, ସାହିତ୍ୟ, ଚଳଚ୍ଚିତ୍ରରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହେବେ। ଆଜିର ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ। ଗତକାଲିର ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ।
ମୀନମୀନ

କୌଣସି ସିଦ୍ଧାନ୍ତ ଗ୍ରହଣ ନ କରି ପରିସ୍ଥିତିକୁ ଲକ୍ଷ୍ୟକରି କାମକଲେ ଭଲ ହେବ। ଆଜିର କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ପାଖ ପଡ଼ୋଶୀଙ୍କ ସହାୟତାରୁ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ। ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?