Posted inRasifala

ରାଶିଫଳ: ରବିବାର, ଜୁନ୍ ୨୧ ତାରିଖ – Daily Horoscope

ମେଷ
ଆଜି ଦ୍ୱିତୀୟଭାବସ୍ଥ ମଙ୍ଗଳଜନିତ ବ୍ୟବହାରରେ କଠୋରତାଜନିତ ମତାନ୍ତର କିମ୍ବା କଳହ ଘଟିପାରେ। ଅବଶ୍ୟ ମନ ଭିତରର ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିପାରିଲେ ଉପକୃତ ହେବେ। ମୁହଁ ସାମ୍‌ନାରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାର କଥା କହୁଥିବାର ଶୁଣିବାକୁ ପାଇପାରନ୍ତି।
ବୃଷ
ବୃଷ
ପରିବାରର ବ୍ୟତିକ୍ରମ କିମ୍ବା ଯାତ୍ରା, ବାଣିଜ୍ୟ ସମ୍ବନ୍ଧୀୟ ସମସ୍ୟା ସକାଶେ ମନ ଭଲ ରହିନପାରେ। ସହକର୍ମୀ ଅଥବା ପାଖ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇବା ଫଳରେ କୌଣସି କାମ ଅଟକି ରହିବ ନାହିଁ। ମଙ୍ଗଳଜନିତ ଆଲୋଚନା କ୍ଷେତ୍ରରେ ବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ ସମ୍ପନ୍ନ ନ ହୋଇପାରେ।
ମିଥୁନ
ମିଥୁନ
ରାଶିରେ ରବି ଓ ବୁଧଙ୍କ ସ୍ଥିତି ଆପଣଙ୍କୁ ବନ୍ଧୁ ଏବଂ ପାରିବାରିକ ସହଯୋଗରୁ କାର୍ଯ୍ୟସାଧନ କରିବେ। ଦ୍ୱିତୀୟସ୍ଥ ପଣ୍ଡିତଗ୍ରହଙ୍କ ପ୍ରଭାବରେ ବ୍ୟକ୍ତିବିଶେଷଙ୍କୁ ଆପ୍ୟାୟିତ କରି ଅର୍ଥଲାଭର ମାର୍ଗକୁ ସୁଗମ କରିପାରନ୍ତି। ରାଜନୀତି , ସଙ୍ଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ।
କର୍କଟ
କର୍କଟ
ଆଜିର ଘାତଚନ୍ଦ୍ର କେତୁଯୁକ୍ତ ହେତୁ ଶାରୀରିକ ଏବଂ ମାନସିକ ସ୍ଥିତି ପ୍ରତି ସଜାଗ ରହିବା ଭଲ। ରାଶିରେ ଶୁଭଗ୍ରହ ଯୋଗୁ ପ୍ରତ୍ୟେକ ପରିସ୍ଥିତିକୁ ସୁଧାରି ନେବାରେ ଅସୁବିଧା ହେବନି। ବ୍ୟୟାଧିପତିଙ୍କ ପ୍ରଭାବରେ ପରିସ୍ଥିତିବଶତଃ ବନ୍ଧୁଙ୍କ ପାଇଁ ଖର୍ଚ୍ଚାନ୍ତ ହେବେ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସି˚ହ
ସି˚ହ
ପାପଗ୍ରହଯୁକ୍ତ ବ୍ୟୟାଧିପତି ଯୋଗୁ ଆଜି ପରିସ୍ଥିତି ଅନୁଯାୟୀ ଅପବ୍ୟୟଜନିତ ମନସ୍ତାପ କରିପାରନ୍ତି। ଆନୁଷ୍ଠାନିକ କାମ ଓ ସଭାସମିତିରେ ତଥା ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କର୍ମକ୍ଷେତ୍ରରେ ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ପୂର୍ବକ କିତେକାଂଶରେ ଟେନସନ୍‌ ଦୂର ହୋଇପାରେ।
କନ୍ୟା
କର୍ମାଧିପତି କର୍ମ ସ୍ଥାନରେ ରବିଯୁକ୍ତ କାରଣରୁ ସ୍ଥାନାନ୍ତରଜନିତ ବ୍ୟସ୍ତତା ବଢ଼ିଯିବ। ପାରିବାରିକ, ବ୍ୟବସାୟିକ ତଥା କର୍ମାରମ୍ଭ ପାଇଁ ଦିନଟି ମନ୍ଦ ହେବନି। ନିଜ ପରିସରରେ ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ସ୍ବତନ୍ତ୍ର ଭାବରେ ନିମନ୍ତ୍ରିତ ହୋଇ କୌଣସି ସାଂସ୍କୃତିକ କାର୍ଯ୍ୟରେ ଯୋଗଦେଇପାରନ୍ତି।
ତୁଳା
ତୁଳା
କର୍ମସ୍ଥାନରେ ଷଷ୍ଠାଧିପତି ଯୁକ୍ତ ଯୋଗୁ କର୍ମଜଞ୍ଜାଳ ବୃଦ୍ଧି ଓ ସ୍ବାସ୍ଥ୍ୟହାନି ଘଟିପାରେ। ବ୍ୟକ୍ତିଗତ କାରଣକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ସୃଷ୍ଟି ହେବ। ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କଠାରୁ ଦୂରତା ରଖି କାମ କରିବା ଭଲ ହେବ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବୃଦ୍ଧିର ଆଶଙ୍କାକୁ ଦୂରେଇବାରେ ସମର୍ଥ ହେବେ।
ବିଛା
ବିଛା
ଷଷ୍ଠାଧିପତି ତୃତୀୟଭାବକୁ ଅବଲୋକନ କରୁଥିବାରୁ ବନ୍ଧୁ କିମ୍ବା ସହକର୍ମୀଙ୍କ ଆବଶ୍ୟକ ସହଯୋଗ ପାଇନପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ଆପଣ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ କରିବେ। ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କଲେ ସଫଳତା ପାଇବେ।
ଧନୁ
ଧନୁ
ଅଷ୍ଟମାଧିପତି ପାପଗ୍ରହଯୁକ୍ତ ହୋଇ ନବମସ୍ଥ ଯୋଗୁ ସହକର୍ମୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ରହିପାରନ୍ତି। ମନ ଭଲ ନ ଥିବା କାରଣରୁ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ଅବଶ୍ୟ କର୍ମକ୍ଷେତ୍ରରେ କୌଣସି କାମ ଅଟକି ରହିବ ନାହିଁ। ଯାତ୍ରା, ବାଣିଜ୍ୟ ପ୍ରଭୃତି ଗତାନୁଗତିକ ରୀତିରେ ଆଗକୁ ଆଗକୁ ଗଡ଼ିଚାଲିବ।
ମକର
ମକର
ସପ୍ତମାଧିପତି ଚନ୍ଦ୍ରଙ୍କ ଅଶୁଭତ୍ୱ କାରଣରୁ ଯାତ୍ରାରେ ସମସ୍ୟା ଏବଂ ପରିବାରରେ ମନାନ୍ତରର ସୂଚନା ରହିଛି। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ କାମ ହାସଲ ସକାଶେ ଆପଣଙ୍କୁ ସହଯୋଗ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ। ସନ୍ତାନହେତୁକ ଚିନ୍ତା ଦୂରହେବ।
କୁମ୍ଭ
କୁମ୍ଭ
ଗୁରୁ କ୍ଷେତ୍ରସ୍ଥ ଶନିଙ୍କ ପ୍ରଭାବରେ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ସ୍ବଗୃହୀ ଶୁକ୍ର ପ୍ରଭାବରୁ ବନ୍ଧୁ ସମ୍ପର୍କ, ପରିବହନ, ବିବାଦୀୟ ପରିସ୍ଥିତି, ସଭାସମିତି ଓ ଆନୁଷ୍ଠାନିକ କାମରେ ବିଶେଷ ଅସୁବିଧା ହେବ ନାହିଁ। ପାରିବାରିକ ସମସ୍ୟା ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି।
ମୀନମୀନ
ଦୈହିକ ସୁସ୍ଥତା ସାଙ୍ଗକୁ ବନ୍ଧୁଙ୍କ ସହଯୋଗ ସହାୟକ ହେବ। ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ଅସ୍ଥିର ରହିବେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି। ଦୁର୍ବଳ ଓ ପାପଗ୍ରସ୍ତ ଧନାଧିପତି କାରଣରୁ ପରିସ୍ଥିତିବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇନେବାକୁ ବାଧ୍ୟ ହେବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁନ୍ ୨୦ ତାରିଖ – Daily Horoscope

ମେଷ ଆଜି ପୂର୍ବ ସମସ୍ୟାକୁ ଦୂରେଇ ନେଇ କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ଖୁସି କରାଇବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଓ…

ରାଶିଫଳ: ଶୁକ୍ରବାର , ଜୁନ୍ ୧୯ ତାରିଖ – Daily Horoscope

ମେଷ କର୍ମାଧିପ ବ୍ୟୟଭାବସ୍ଥ ଯୋଗୁ ଉଦ୍ୟମରେ ସଫଳତା ପାଇବା କଷ୍ଟକର ହୋଇପାରେ। ଧନାଧିପ ଚତୁର୍ଥକେନ୍ଦ୍ରସ୍ଥ ଯୋଗୁ ସାମାଜିକ ସ୍ଥିତି ପୂର୍ବଭଳି ରହିବ। ଦ୍ୱିଜା ନକ୍ଷତ୍ର ଯେ କୌଣସି…

ରାଶିଫଳ: ଗୁରୁବାର, ଜୁନ୍ ୧୮ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହାୟତାରେ କର୍ମକ୍ଷେତ୍ରର ପ୍ରତ୍ୟେକ ପରିସ୍ଥିତିକୁ କୌଶଳରେ ସଜାଡ଼ି ନେବେ। କିନ୍ତୁ କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‌ ସମ୍ଭାବନାକୁ…

ରାଶିଫଳ: ବୁଧବାର, ଜୁନ୍ ୧୭ ତାରିଖ – Daily Horoscope

ମେଷ କେନ୍ଦ୍ରକୋଣାଧିପଙ୍କ ଅଷ୍ଟମଭାବ ସଂସ୍ଥିତି ବନ୍ଧୁମିଳନ ସଙ୍ଗକୁ ଆର୍ଥିକ ଅଭିବୃଦ୍ଧି କରାଇବ। ପାରିବାରିକ ସ୍ତରରେ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ ବିତିବ।…

ରାଶିଫଳ: ମଙ୍ଗଳବାର, ଜୁନ୍ ୧୬ ତାରିଖ – Daily Horoscope

ମେଷ ସ୍ବଗୃହୀ ମଙ୍ଗଳଙ୍କ ପ୍ରଭାବରେ ଦୈହିକ ସୁସ୍ଥତା ସହ କର୍ମକ୍ଷେତ୍ର ଏବଂ ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ। ବନ୍ଧୁମାନଙ୍କ ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇ ନୂତନ ଉତ୍ସାହର…

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri