Posted inRasifala

ରାଶିଫଳ: ରବିବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ
ଆଜି କେନ୍ଦ୍ରସ୍ଥ ଶୁକ୍ର ହେତୁ ବନ୍ଧୁମାନଙ୍କ ସାହାଯ୍ୟରେ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବେ। କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ସୁଖ, ସ୍ବାଚ୍ଛନ୍ଦ୍ୟରେ ଅତିବାହିତ ହେବ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟିର ସମ୍ଭାବନା ରହିଛି। ଭ୍ରାତୃ ସମ୍ପର୍କ, ଅର୍ଥପ୍ରାପ୍ତି, ଯାତ୍ରା ଓ ଆଲୋଚନା ସାମୟିକ ବାଧାପ୍ରାପ୍ତ ହୋଇପାରେ।
ବୃଷ
ବୃଷ
ରବି ଓ ଶୁକ୍ର ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କୁ ମନେଇ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳତା ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଭଲ ଲାଭ ପାଇବେ। ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟକୁ ଭଲ ରଖିବା ସହ ପାରିବାରିକ ଜୀବନକୁ ଆନନ୍ଦମୁଖର କରାଇବେ।
ମିଥୁନ
ମିଥୁନ
ଧନାଧିପ ସପ୍ତମସ୍ଥଜନିତ ମାନସିକ ଅସ୍ଥିରତା ଥିଲେ ମଧ୍ୟ ଆର୍ଥିକ ଦିଗ ଅନୁକୂଳ ରହିବ। ଆଜି ଭ୍ରମଣ, ରାଜନୀତି, ପ୍ରଶାସନ, ଲେଖାପଢ଼ା, ଯାତ୍ରା ପାଇଁ ଦିନଟି ବହୁତ ଭଲ। ଅପରାହ୍ନେ ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବେ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଅବଶ୍ୟ ସଫଳତା ହାସଲ କରିବେ।
କର୍କଟ
କର୍କଟ
ରାଶ୍ୟାଧିପ ଷଷ୍ଠ ସ୍ଥାନ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ଜନିତ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ସମୟ ରହିପାରିବେ ନାହିଁ। କର୍ମକ୍ଷେତ୍ରରେ ସାଧାରଣ କଥାରୁ ସହକର୍ମୀଙ୍କ ସହ କଳହ କିମ୍ବା ମନାନ୍ତର ଘଟିବାର ଆଶଙ୍କା ରହିଛି। ବନ୍ଧୁଙ୍କଠାରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ଆଜି ପୂର୍ବ ଶତ୍ରୁତା, ଦୂରଯାତ୍ରା, ବ୍ୟବସାୟରେ ପୁଞ୍ଜି ଲଗାଣ ସମ୍ବନ୍ଧୀୟ ଚିନ୍ତା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ପୂର୍ବରୁ ରହିଥିବା ବ୍ୟତିକ୍ରମକୁ ନେଇ ଚିନ୍ତିତ ରହିବେ। ଦ୍ୱାଦଶସ୍ଥ ଶୁକ୍ର ଯୋଗୁ ଆତ୍ମୀୟ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ। ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁଙ୍କୁ ଦ୍ୱାରସ୍ଥ ହେବାକୁ ପଡ଼ିପାରେ।
କନ୍ୟା
ମଙ୍ଗଳଙ୍କ ଦୋଷରୁ ସମ୍ପର୍କୀୟଙ୍କ ବିରୋଧ କାରଣରୁ ବିଚାର ବିଗିଡ଼ି ଯାଇପାରେ। ପୂର୍ବ ବିବାଦକୁ କେନ୍ଦ୍ର କରି ବ୍ୟବସାୟ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବୃଦ୍ଧି ପାଇବ। ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ ଡାକ୍ତରଙ୍କ ପରାମର୍ଶ ପାଇଁ ଆପଣଙ୍କୁ ଦୌଡ଼ିବାକୁ ପଡ଼ିପାରେ। ସକାଳୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ।
ତୁଳା
ତୁଳା
କର୍ମସ୍ଥାନରେ ରାଶ୍ୟାଧିପତି ଅବସ୍ଥାନ କରି ପ୍ର୍ରତ୍ୟେକ କ୍ଷେତ୍ରରେ କାମ ହାସଲ କରାଇବେ। ସମୟ ଓ ପରିସ୍ଥିତିକୁ ନେଇ ବନ୍ଧୁଙ୍କ ସହ ବିତର୍କ ସୃଷ୍ଟି ହୋଇପାରେ। ସାମୟିକ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଲେଖାପଢ଼ା, ନିର୍ମାଣ, ଗବେଷଣାରୁ ଉପକୃତ ହେବେ।
ବିଛା
ବିଛା
ମଙ୍ଗଳଙ୍କ ସହ ବୃହସ୍ପତିଙ୍କ ସଂଯୋଗରୁ ବନ୍ଧୁମାନଙ୍କ ଦ୍ୱାରା ଅର୍ଥ ଓ ସମ୍ମାନ ଲାଭ କରିବେ। ଅଟକି ରହିଥିବା କାମରେ ଅଳ୍ପ ସମୟ ଅପେକ୍ଷା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ରାଜନୀତି, ଆଇନ, ପାରିବାରିକ, ପ୍ରଶାସନ, ଯାନବାହନ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ଗୁରୁ ଷଷ୍ଠସ୍ଥ ଯୋଗୁ ନିଜର କୌଣସି ଅତୀତ ଘଟଣାକୁ ନେଇ ମନ ଭଲ ରହିବ ନାହିଁ। ତଥାପି କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ଆକର୍ଷିତ କରାଇ କାମ ହାସଲ କରିପାରିବେ। ଆଜି ଫେରିବା ରାସ୍ଥାରେ ଜଣେ ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଝଗଡ଼ା ଲାଗିପାରେ।
ମକର
ମକର
ଆଜି ଇଚ୍ଛା ନ ଥାଇ ମଧ୍ୟ କୌଣସି କାମ କରିବାକୁ ପଡ଼ିପାରେ। ସପ୍ତମସ୍ଥ ରବି କର୍ମାଧିପଯୁକ୍ତ କାରଣରୁ ବିବାଦୀୟ ପରିସରରୁ ଦୂରେଇ ରହିବା ଭଲ ହେବ। କୌଣସି ଅପରିଚିତ ବ୍ୟକ୍ତି ଦ୍ୱାରା ସ୍ଥଗିତ ରହି ଯାଇଥିବା କାମ ସମ୍ପୂର୍ଣ୍ଣ କରିପାରନ୍ତି। ଶିଳ୍ପ, କଳା, ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ।
କୁମ୍ଭ
କୁମ୍ଭ
ବକ୍ରି ଶନି ପ୍ରଭାବରେ ପାରିବାରିକ ଜୀବନରେ ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ କଳହ ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କାର୍ଯ୍ୟ, ବନ୍ଧୁ, ସହକର୍ମୀ, ପଡ଼ୋଶୀଙ୍କ ପାଇଁ ଅନୁକୂଳ ସ୍ଥିତିର ଉତ୍ପର୍ଣ୍ଣ ହୋଇପାରେ। ପାରିବାରିକ, ବ୍ୟବସାୟିକ, ସାମାଜିକ, ନୂତନ ପ୍ରକଳ୍ପ, ସମ୍ପର୍କୀୟ ଯୋଜନାକୁ କାର୍ଯ୍ୟକାରୀ କରାଇନେବେ।
ମୀନମୀନ

ଆଜି କର୍ମଭାବସ୍ଥ ଚନ୍ଦ୍ର ପ୍ରଭାବରୁ ଯାହାକୁ ଯାହା କହିବେ, ସେହି ବ୍ୟକ୍ତି ଆପଣଙ୍କ କଥାକୁ ଅସ୍ବୀକାର କରିବ ନାହିଁ। ସାମଗ୍ରିକ କ୍ଷେତ୍ରରେ ସମସ୍ତ ପ୍ରକାରର ସାହାଯ୍ୟ ପ୍ରାପ୍ତ କରାଇ ସହଜରେ କାମ ହାସଲ କରାଇବେ। ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ। ଦୂରଯାତ୍ରା, ବ୍ୟବସାୟ, ବାଣିଜ୍ୟ, ପରିବହନ ମାନ୍ଦା ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?