Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ
ଆଜି ରାହୁ ସହ ଚନ୍ଦ୍ରଙ୍କ ସଂଯୋଗ ହେତୁ ଭୁଲ୍‌ ବୁଝାମଣାରୁ ପାରିବାରିକ ଅଶାନ୍ତି ସୃଷ୍ଟିହେବ। ଅବଶ୍ୟ କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ କିନ୍ତୁ ସାମାନ୍ୟ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡିପାରେ। ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବା ସାଙ୍ଗକୁ ବ୍ୟବସାୟିକ ଦିଗଟି ବେଶ୍‌ ଭଲ ରହିବ। ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବ।
ବୃଷ
ବୃଷ
ମିତ୍ରଗୃହରେ ରାଶ୍ୟାଧିପତି ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି। ମୂଲ୍ୟବାନ ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ। ପାରିବାରିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟତା ହରାଇାକୁ ପଡିବାର ଆଶଙ୍କା ରହିଛି।
ମିଥୁନ
ମିଥୁନ
ଦ୍ୱିତୀୟସ୍ଥ ବୁଧ ପ୍ରଭାବରେ ବ୍ୟବହାରରେ ନିୟନ୍ତ୍ରଣ ନ ରଖିଲେ ପ୍ରତ୍ୟେକ କାମରେ ବ୍ୟତିକ୍ରମ ଲାଗିରହିବ। ଫାଇଦା ହାସଲ ପାଇଁ ସମ୍ପର୍କୀୟମାନେ ଫନ୍ଦିଫିକର ଲାଗି ମନ ବଳାଇପାରନ୍ତି। ବନ୍ଧୁଙ୍କ ପ୍ରାୟୋଜିତ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ନିର୍ମାଣମୂଳକ କାର୍ଯ୍ୟ ସୁବିଧାରେ ହାସଲ କରିବା କଷ୍ଟକର ହୋଇପଡିବ।
କର୍କଟ
କର୍କଟ
ଧନାଧିପ ରାଶିରେ ରହି ଅର୍ଥପ୍ରାପ୍ତିର ମାର୍ଗକୁ ସୁଗମ କରିବେ। କଠୋର ପରିଶ୍ରମଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବ। ଆଜିର ସକାଳୁଆ ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ପରିବାରର ଆର୍ଥିକ ଅବନତିର ସମୀକ୍ଷା କରି ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
ସ୍ବଗୃହୀ ବୃହସ୍ପତିଜନିତ ସୁଚିନ୍ତିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତପତ୍ରତା ପ୍ରକାଶ କରିପାରନ୍ତି। ବନ୍ଧୁମାନଙ୍କ ଛଳନାପୂର୍ଣ୍ଣ କଥାକୁ ଠିକ୍‌ ଭାବେ ବୁଝି ପାରିବେନି। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇଲେ ମଧ୍ୟ ଆବଶ୍ୟକତା ଅପୂରଣ ରହିବ ନାହିଁ । ଉପରିସ୍ଥଙ୍କ ଆଦେଶାନୁସାରେ ଦୂରଯାତ୍ରା କରିବାକୁ ପଡିପାରେ।
କନ୍ୟା
ଆଜିର ଗ୍ରହସ୍ଥିତି ବହୁତ ଭଲ ହେତୁ ଯେଉଁ କାମରେ ହାତଦେବେ ନିଶ୍ଚିତ ସଫଳତା ପାଇବେ। ପ୍ରତ୍ୟୁଷ ଯାତ୍ରାରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ । ଭାଇଙ୍କ ସମସ୍ୟାର ସମାଧାନ ପାଇଁ ଚିନ୍ତାଜନକ ସ୍ଥିତି ଉପୁଜିବ। ବ୍ୟବସାୟ କ୍ଷେତ୍ରରେ ଲାଭ କିଛି କମ୍‌ ନ ହେଲେ ମଧ୍ୟ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି ।
ତୁଳା
ତୁଳା
ଶନିଙ୍କ କେନ୍ଦ୍ରାବସ୍ଥାନ ଯୋଗୁ ଆଜି ଆପଣଙ୍କ କୌଣସି କାମ ଅସାଧ୍ୟ ରହିବ ନାହିଁ । ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା ଓ ସଚ୍ଚୋଟତା କାରଣରୁ ସମ୍ମାନର ସହ ପ୍ରତିଷ୍ଠିତ ହେବେ। ନିକଟରେ ରହୁଥିବା ବ୍ୟକ୍ତିମାନେ ଶତ୍ରୁତା ଆଚରଣ କରିପାରନ୍ତି।
ବିଛା
ବିଛା
ଭାଗ୍ୟସ୍ଥାନରେ ବୁଧାଦିତ୍ୟ ଯୋଗ ଆପଣଙ୍କୁ ସାମଗ୍ରିକ ସୁଖ ସୁବିଧା ପ୍ରଦାନ କରିବ। କିନ୍ତୁ ବିଶାଖା ନକ୍ଷତ୍ରର ଆକସ୍ମିକ ସମସ୍ୟା ଦେଖାଦେବା କାରଣରୁ ଚେଷ୍ଟା କରୁଥିବା କାର୍ଯ୍ୟରେ ଗତି ମନ୍ଥର ହେବ। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ରାହୁମଙ୍ଗଳ ପ୍ରଭାବରେ ଅଧୈର୍ଯ୍ୟ ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ଉପକୃତ ହେବେ । ପୂର୍ବରାଗ ଶୁଝାବାକୁ ଯାଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ଜମିଜମା ସମ୍ବନ୍ଧୀୟ ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ।
ମକର
ମକର
ଚତୁର୍ଥଭାବର କୁପ୍ରଭାବରେ ପାରିବାରିକ ଶାାନ୍ତି ନଷ୍ଟ ହୋଇପାରେ। ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଆକସ୍ମିକ ଭାବରେ ପାଖକୁ ଆସିଥିବା ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ । ଗୃହସୀମା, ନିର୍ମାଣ, ଜମିଜମା କାରବାରରେ ସମସ୍ୟାମୁକ୍ତ ରହିବେ।
କୁମ୍ଭ
କୁମ୍ଭ
ଦ୍ୱିତୀୟସ୍ଥ ଗୁରୁ ଆପଣଙ୍କୁ ଅର୍ଥ ଓ ସମ୍ମାନରେ ଗୌରବାନ୍ବିତ କରାଇବେ। ଧନିଷ୍ଠା ନକ୍ଷତ୍ରର ପାରିବାରିକ କ୍ଷେତ୍ର ବିବାଦବହୁଳ ହେବା କାରଣରୁ ମାନସିକ ସ୍ଥିରତା ରହି ନ ପାରେ। ପୁରାତନ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସହ ଯୋଗାଯୋଗ କଲେ ଉପକୃତ ହେବେ। ପିଲାମାନଙ୍କ ପଢ଼ା ନେଇ ମନ ଭାରାକ୍ରାନ୍ତ ରହିବ।
ମୀନମୀନ
ପାପଗ୍ରହ ମଧ୍ୟସ୍ଥ ବୃହସ୍ପତିଜନିତ ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦୃଷ୍ଟିଗୋଚର ହେବ। ଅଂଶୀଦାର ବ୍ୟବସାୟୀଙ୍କ ସହ ତର୍କ, ବିତର୍କ ହେତୁକ ମାନମନାନ୍ତର ଦେଖା ଦେଇପାରେ। ପରିବାରର ଆବଶ୍ୟକତା ଉପଲବ୍ଧି କରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri