Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ
ଆଜି ଦ୍ୱାଦଶସ୍ଥ ଚନ୍ଦ୍ର ଯୁକ୍ତ ରାହୁଙ୍କ ଯୋଗୁ ବାହାର ଲୋକଙ୍କ ସକାଶେ ସମୟ ଦେବେ। କାର୍ଯ୍ୟ ତ୍ୱରାନ୍ବିତ ହେବା ବଦଳରେ ହଠାତ୍‌ ଅଟକି ରହିଯାଇପାରେ। ଶିଳ୍ପ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ ଓ ଲାଭବାନ୍‌ ହେବେ। ପରିବାରର ନିର୍ଦ୍ଦେଶକ୍ରମେ ଗୃହକୁ ଧାତୁ , ଅଳଙ୍କାରାଦି ପଦାର୍ଥ କିମ୍ବା ମୂଲ୍ୟବାନ ଜିନିଷ ଆଣିପାରନ୍ତି।
ବୃଷ
ବୃଷ
କର୍ମାଧିପ ସ୍ବଗୃହୀଶନିଙ୍କ ଯୋଗୁ ଯେମିତି ଚାହୁଁଛନ୍ତି, ସେମିତି ପାଇବେ କିନ୍ତୁ ଟିକିଏ ଝିନଝଟ୍‌ ମଧ୍ୟରେ। ପିଲାଙ୍କ ଉନ୍ନତ କାର୍ଯ୍ୟକଳାପ ପାଇଁ ଗୌରବାନ୍ବିତ ହୋଇପାରନ୍ତି। କର୍ମ କ୍ଷେତ୍ର, ଯାନବାହନ, ସଭା ସମିତିରେ ଟେନ୍‌ସନ ଲାଗିରହିବ। ଆତ୍ମୀୟତା ଦେଖାଉଥିବା ଲୋକମାନେ ପରୋକ୍ଷଭାବେ ବିରୁଦ୍ଧାଚରଣ କରିପାରନ୍ତି।
ମିଥୁନ
ମିଥୁନ
ରବି ସହ ବୁଧ ସଂଯୋଗରୁ ସକାଳୁ ସକାଳୁ ହଠାତ୍‌ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ମାନସିକ ଅସ୍ଥିରତା ଦେଖାଦେବ। କୌଣସି ବ୍ୟକ୍ତି ଦ୍ୱାରା ବାଧ୍ୟ ବାଧକତାରେ ଯାତ୍ରାରୁ ଦୂରେଇ ରହିବା ଭଲ। ଅଫିସ କାମରେ ଆଲୋଚନା ସରଗରମ ମଧ୍ୟରେ ଅସମାପ୍ତ ରହିବ। ବ୍ୟବସାୟ ବେଶ୍‌ ଭଲରେ ଚାଲିବ, କିନ୍ତୁ ଲାଭ ବିଶେଷ ହେବ ନାହିଁ।
କର୍କଟ
କର୍କଟ
ବୃହସ୍ପତିଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥାକହି ଜଟିଳ ପରିସ୍ଥିତିକୁ ସୁଧାରି ନେବେ। ଟଙ୍କା ପଇସା, ନେବା ଆଣିବା କ୍ଷେତ୍ରରେ ସତର୍କ ନ ରହିଲେ ଅନୁତାପ କରିବାକୁ ପଡିପାରେ। ପାରିବାରିକ କ୍ଷେତ୍ର, ଯାନବାହନ କ୍ରୟ, ଦୋକାନବାଡି ପ୍ରଭୃତିରେ ଶୁଭଫଳ ପାଇବେ। ଅଧିକାଂଶ ସମୟ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ।
ସି˚ହ
ସି˚ହ
ସାମୟିକ ଭାବେ ଭାଇ, ସ୍ତ୍ରୀ, ବାଣିଜ୍ୟ, ଯାତ୍ରା ପ୍ରଭୃତି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ଉପରେ ସନ୍ଦେହ ପାରିପାର୍ଶ୍ୱିକ ପରିସ୍ଥିତିକୁ କେତେକାଂଶରେ ଅସ୍ବାଭାବିକ କରିବ। ଆକସ୍ମିକ ଆଗନ୍ତୁକ ଅତିଥି ଦୁଶ୍ଚିନ୍ତାର କାରଣ ହୋଇପାରନ୍ତି। ପରିବହନ,ବ୍ୟବସାୟ ଓ ପ୍ରଶାସନିକ ସ୍ତରରେ ଆଶାନୁଯାୟୀ ଫଳ ପାଇବେ।
କନ୍ୟା
ଧନସ୍ଥାନରେ ଶୁକ୍ର ଥିବାରୁ ଋଣ ପରିଶୋଧ ଓ ରୋଗପୀଡ଼ା ଉପଶମଜନିତ ଆଶ୍ୱସ୍ତିଲାଭ କରିପାରନ୍ତି। ବହୁତ ଦିନ ହେଲା ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ। ସାଂଗଠନିକ କାମ, ରାଜନୀତି ଓ ସଭାସମିତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। କ୍ରୀଡ଼ା, ଚଳଚ୍ଚିତ୍ର ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ସ୍ବଗୃହୀ ଶୁକ୍ରଙ୍କ ପ୍ରଭାବରୁ ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ। ସନ୍ତାନଙ୍କ ଉନ୍ନତି, ସାକ୍ଷାତକାର, ଆନୁଷ୍ଠାନିକ ଆଲୋଚନା ପ୍ରଭୃତିରେ ସଫଳତା ପାଇବା ସାଙ୍ଗକୁ ବୁଦ୍ଧିଜୀବୀଙ୍କ ସୁନଜରରେ ଆସିବେ। ସାହିତ୍ୟସଭା, ଆନୁଷ୍ଠାନିକ କାମ, ରାଜନୈତିକ ସଂଗଠନ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ।
ବିଛା
ବିଛା
କର୍ମକ୍ଷେତ୍ର ଶନିଦୃଷ୍ଟରେ ଥିବାରୁ କାମ ସବୁ ଗଡ୍‌ବଡ୍‌ ହୋଇଯାଉଥିବାରୁ ମନସ୍ତାପ କରିବେ। କ୍ରୋଧ ସମ୍ବରଣ ନ କରି କଡ଼ା କଥା କହିବା କାରଣରୁ ଅସୁବିଧାର ସମ୍ମୁଖୀନ ହେବେ। ଶିଳ୍ପ, ବାଣିଜ୍ୟରେ ମାଲ ପରିବହନ ପାଇଁ ଅସୁବିଧା ହେବ ନାହିଁ। ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ କିନ୍ତୁ ସମୟାନ୍ତରରେ ସମାଧାନ ମଧ୍ୟ ହୋଇଯିବ।
ଧନୁ
ଧନୁ
ବୁଧାଦିତ୍ୟ ଯୋଗ ପ୍ରଭାବରୁ ଦିନଟି ପ୍ରତ୍ୟେକ ଦୃଷ୍ଟି କୋଣରୁ ବହୁତ ଭଲ ରହିବ। ଯାହା ଭାବୁଛନ୍ତି ଶୀଘ୍ର କରିବା ଭଲ ହେବ। ପ୍ରିୟ ବନ୍ଧୁଙ୍କ ଆଗରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଗଲେ ପରେ ପସ୍ତେଇବେ। ଶିଳ୍ପ, ବାଣିଜ୍ୟ, ପ୍ରକାଶନ, ରାଜନୀତି, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ଉଚ୍ଚ ମାନର ଫଳ ପାଇବେ।
ମକର
ମକର
ସାନମାନଙ୍କ ମତକୁ ସମ୍ମାନ ଦେଲେ ସମାଲୋଚନାରୁ ତ୍ରାହି ମିଳିବ। କର୍ମଭାବର ଶୁଭତ୍ୱ ହେତୁ ବୁଦ୍ଧି ଖଟାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହେବେ। ଆଜି ବ୍ୟବସାୟ ଭଲ ହେବାରୁ ଖୁସି ରହିବେ। ହିତୈଷୀଙ୍କ ପରାମର୍ଶରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ରାଗ, ରୁଷା ଓ ଅଭିମାନ ଭିତରେ ସମୟ କଟାଇବେ।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନିଜନିତ କର୍ମକ୍ଷେତ୍ରର ବିବଦମାନ ସ୍ଥିତି ସମାଧାନ ଦିଗକୁ ଗତିକରିବ। ନିର୍ମାଣାଧୀନ କାର୍ଯ୍ୟ ସକାଶେ ଅର୍ଥର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପାରେ। ସକାଳୁ ମାଙ୍ଗଳିକ କାମ କିମ୍ବା ଧର୍ମାନୁଷ୍ଠାନ ଦିଗ ସକାଶେ ଖିଆପିଆ ଛାଡି ବୁଲିବେ। ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ।
ମୀନମୀନ

ମୁଖଭାବସ୍ଥ ଗୁରୁଙ୍କ ଯୋଗୁ ଆପଣଙ୍କ ମନଭୁଲାଣିଆ କଥାରେ ଶତ୍ରୁମାନେ ମଧ୍ୟ ମିତ୍ର ପାଲଟିଯିବେ। ଭାବପ୍ରବଣତାବଶତଃ ନିଜର ଅସାବଧାନତା କିମ୍ବା ସତର୍କତା ଅଭାବରୁ ଧନହାନି ଘଟିପାରେ। ପରିବାରରେ, ପରିବହନରେ, ଗୃହ ନିର୍ମାଣରେ, ସଭା ସମିତିରେ କ୍ରମଶଃ ସ୍ଥିରତା ଫେରିଆସିବ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୨ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତିକୁ ଋଦ୍ଧିମନ୍ତ କରିବ। ଯେକୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଆଡ୍‌ଜଷ୍ଟ କରିନେଲେ କୃତକାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ କିମ୍ବା…

ରାଶିଫଳ: ଶନିବାର, ଅଗଷ୍ଟ ୧ ତାରିଖ – Daily Horoscope

ମେଷ ଆଜି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାସଲ ସକାଶେ ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କଠାରୁ ଆଶାନୁଯାୟୀ ସାହାଯ୍ୟ ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। ଚନ୍ଦ୍ରଙ୍କ ସହ ରାହୁ ସଂଯୋଗରୁ…

ରାଶିଫଳ: ଶୁକ୍ରବାର, ଜୁଲାଇ ୩୧ ତାରିଖ – Daily Horoscope

ମେଷ ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍‍ ବୁଝାମଣାଜନିତ ମତପାର୍ଥକ୍ୟର ଆଶଙ୍କା ରହିଛି। ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। କର୍ମକ୍ଷେତ୍ରରେ ସୁସମ୍ପର୍କ ଅଭାବରୁ…

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri