Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ
ଆଜି ସକାଳୁ କୌଣସି ଶୁଭ ଖବର ପାଇ ଖୁସି ହେବେ। ଘର କାମ ଅପେକ୍ଷା ବାହାର ଲୋକଙ୍କ ସକାଶେ ସମୟ ନେବେ। କାଯର୍‌ୟଗୁଡ଼ିକ ତ୍ୱରାନ୍ବିତ ହେବା ବଦଳରେ ଆକସ୍ମିକ ସମସ୍ୟା ହେତୁ ହଠାତ୍‌ ଅଟକି ରହିଯିବା ଆଶଙ୍କା ରହିଛି । ପରିବାରର ନିର୍ଦ୍ଦେଶକ୍ରମେ ଗୃହକୁ ଧାତୁ, ଅଳଙ୍କାରାଦି ପଦାର୍ଥ କିମ୍ବା ମୂଲ୍ୟବାନ ଜିନିଷ ଆଣି ପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ଉନ୍ନତ କାର୍ଯ୍ୟକଳାପ ପାଇଁ ଗୌରବାନ୍ବିତ ହୋଇପାରନ୍ତି। ଯାନ ବାହନ, ଦୋକାନବାଡି, ସଭା ସମିତିରେ ଟେନ୍‌ସନ୍‌ କିଛି ମାତ୍ରାରେ ଲାଗିରହିବ। ଅତି ନିକଟରେ ରହି ଆମତ୍ୀୟତା ଦେଖାଉଥିବା ଲୋକମାନେ ପରୋକ୍ଷଭାବେ ବିରୁଦ୍ଧାଚରଣ କରିପାରନ୍ତି। ବ୍ୟବସାୟ, ପରିବହନ, ମାଲି ମକଦ୍ଦମାରେ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
କୌଣସି ସମସ୍ୟାର ସମ୍ମୁଖୀନ ହୋଇ ମାନସିକ ଅସ୍ଥିରତା ଦେଖାଦେଇପାରେ। ବିଭିନ୍ନ ପ୍ରକାର କାମରେ ବ୍ୟସ୍ତ ରହିବା କାରଣରୁ ମନ ଠିକ୍‌ ରହିବ ନାହିଁ । କୌଣସି ବ୍ୟକ୍ତି ଦ୍ୱାରା ବାଧ୍ୟ ବାଧ୍ୟକତାରେ ଯାତ୍ରାରୁ ଦୂରେଇ ରହିବା ଭଲ। ଅଫିସ୍‌ କାମରେ ଆଲୋଚନା ସରଗରମ ମଧ୍ୟରେ ଅସମାପ୍ତ ରହିପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥାକହି ଜଟିଳ ପରିସ୍ଥିତିକୁ ସୁଧାରି ନେବେ। ପାରିବାରିକ କ୍ଷେତ୍ର, ଯାନବାହନ ଚଳାଚଳ, ଦୋକାନବାଡି ପ୍ରଭୃତିରେ କିଛିଟା ସମସ୍ୟା ଦେଖାଦେବ । ଅଧିକାଂଶ ସମୟ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ। ପୁରାତନ ରୋଗର ପୀଡ଼ା ବୃଦ୍ଧି ମାନସିକ ସ୍ଥିତିକୁ ବିଷାଦିତ କରିବ ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ସମସ୍ୟା ସଙ୍ଗକୁ କର୍ମହାନି ଯୋଗୁ ମାନସିକ ସନ୍ତୁଳନ ହରାଇପାରନ୍ତି । ସନ୍ଦେହାମତ୍କ କାର୍ଯ୍ୟ ପାରିପାର୍ଶ୍ୱିକ ପରିସ୍ଥିତିକୁ କେତେକାଂଶରେ ଅସ୍ବାଭାବିକ କରିପାରେ। ଅବଶ୍ୟ ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଆକସ୍ମିକ ଆଗନ୍ତୁକ ଅତିଥି ଦୁଶ୍ଚିନ୍ତାର କାରଣ ହୋଇପାରନ୍ତି।
କନ୍ୟା
ବହୁତ ଦିନ ହେଲା ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ । ସାଂଗଠନିକ କାମ, ରାଜନୀତି ଓ ସଭାସମିତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। କ୍ରୀଡ଼ା, ଚଳଚ୍ଚିତ୍ର ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ନିଜର ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ତୁଳା
ତୁଳା
ବିଭିନ୍ନ ସ୍ଥଗିତ କାମ ବିଷୟ ଚିନ୍ତାକରି ମାନସିକ ସ୍ଥିତି ଭଲ ରହିବ ନାହିଁ। ସନ୍ତାନଙ୍କ ଉନ୍ନତି, ଶିକ୍ଷା, ସାକ୍ଷାତକାର, ଆନୁଷ୍ଠାନିକ ଆଲୋଚନା ପ୍ରଭୃତିରେ ସଫଳତା ପାଇବେ। ସାହିତ୍ୟସଭା, ରାଜନୈତିକ ସଂଗଠନ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ପ୍ରିୟଜନଙ୍କ ସହ ଭ୍ରମଣ କରିବା ମାନସରେ ଆଲୋଚନା କରିପାରନ୍ତି।
ବିଛା
ବିଛା
ଧୀରେ ଧୀରେ ପୂର୍ବର ସ୍ଥିତି ଓ ସୁଖ, ସୁବିଧା ବଦଳି ଯାଇଥିବାରୁ ମନରେ ଆନନ୍ଦ ରହିବନାହିଁ। ବିଶେଷତଃ ଶିଳ୍ପ, ବ୍ୟବସାୟ, ବାଣିଜ୍ୟରେ ମାଲପରିବହନ ପାଇଁ ଅସୁବିଧା ହେବ ନାହିଁ। ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ କିନ୍ତୁ ସମୟାନ୍ତରେ ସମାଧାନ ହୋଇଯିବ। ପାରିବାରିକ ଜୀବନରେ ସୁଖସନ୍ତୋଷ ପାଇପାରିବେ।
ଧନୁ
ଧନୁ
ପ୍ରିୟ ବନ୍ଧୁଙ୍କ ଆଗରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଗଲେ ପସ୍ତେଇବେ। କର୍ମ କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପ୍ରକାଶନ, ରାଜନୀତି, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ଉଚ୍ଚ ମାନର ଫଳ ପାଇବେ। ଟିକିଏ ଟିକିଏ କଥାରେ ରାଗ ଅଭିମାନ କରି ନିଜର ସ୍ଥିତିକୁ ଦୁର୍ବଳ କରିପାରନ୍ତି।
ମକର
ମକର
ଅତୀତକୁ ସ୍ମରଣ କରି ସାମୟିକ ଭାବରେ ଆନମନା ରହିବେ। କର୍ମକ୍ଷେତ୍ରରେ ନିଜଠାରୁ ସାନଙ୍କ ମତକୁ ସମ୍ମାନ ଦେଲେ ସମାଲୋଚନାରୁ ରିହାତି ମିଳିବ। ଜୀବନଯାତ୍ରାର ଶୈଳୀକୁ ବଦଳାଇବାର ପ୍ରଯନତ୍କଲେ କେତେକାଂଶରେ ଉପକୃତ ହେବ। ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ ।
କୁମ୍ଭ
କୁମ୍ଭ
ପୂର୍ବନିର୍ଦ୍ଧାରିତ ଧର୍ମାନୁଷ୍ଠାନ ସକାଶେ ବନ୍ଧୁଗଣଙ୍କ ସହ ଆଲୋଚନା କରିବାକୁ ମନସ୍ଥ କରିପାରନ୍ତି। ଘରୋଇ ଆବଶ୍ୟକତା ପୂରଣ କ୍ଷେତ୍ରରେ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ। ଦୂରଯାତ୍ରା ସମୟରେ ଯାନ ବାହନରେ ସତର୍କ ରହିବା ଭଲ ହେବ। ପରିସ୍ଥିତିକୁ ଆଖି ଆଗରେ ରଖି କାମ କରିଚାଲିଲେ ଆଶା ପୂରଣ ହୋଇପାରିବ ।
ମୀନମୀନ
ଆଜି ଆପଣଙ୍କର ମନ ଭୁଲାଣିଆ କଥାରେ ଶତ୍ରୁମାନେ ମଧ୍ୟ ମିତ୍ର ପାଲଟିଯିବେ। ଭାବପ୍ରବଣତାବଶତଃ ନିଜର ଅସାବଧାନତା କିମ୍ବା ସତର୍କତା ଅଭାବରୁ ଧନ ହାନି ଘଟିପାରେ । ପରିବାରରେ, ପରିବହନରେ, ଗୃହ ନିର୍ମାଣରେ,ସଭା ସମିତିରେ କ୍ରମଶଃ ସ୍ଥିରତା ଫେରି ଆସିବ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri