Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ
ଆର୍ଥିକ ଅନଟନ ଓ ସ୍ବାସ୍ଥ୍ୟ ସମ୍ପର୍କୀୟ ସମସ୍ୟାଜନିତ କାମଗୁଡ଼ିକ ଧିମାଗତିରେ ଚାଲିବ। ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ କାର୍ଯ୍ୟକଳାପ ମଧ୍ୟ ସନ୍ତୋଷଜନକ ନ ହୋଇପାରେ। ବ୍ୟବସାୟ,ବାଣିଜ୍ୟ ଓ ନିର୍ମାଣ ତଥା ପରିବହନରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। କଠିନ ଶ୍ରମ ଓ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଅନୁଭବ କରିପାରନ୍ତି।
ବୃଷ
ବୃଷ
ଶାରୀରିକ ଅସୁସ୍ଥତା ସଙ୍ଗକୁ ମାନସିକ ଅଶାନ୍ତି କାମ ସକାଶେ ପ୍ରତିବନ୍ଧକ ସୃଷ୍ଟିକରିବ। ପାରିବାରିକ ସମସ୍ୟା ବିଷୟ ଚିନ୍ତା କରିବାରୁ ମାନସିକ ସ୍ଥିରତା ରହିବ ନାହିଁ। ରାହୁଙ୍କ କୁପ୍ରଭାବରୁ ଶେଷ ସମୟରେ ନିଷ୍ପତ୍ତି ବଦଳାଇବା ସକାଶେ ମନ ବଳାଇବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା ଲେଖାପଢ଼ା ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ମିଥୁନ
ମିଥୁନ
ଉପରିସ୍ଥଙ୍କ ଅନୁକମ୍ପାରୁ ସ୍ଥଗିତ କାମ ସୁବିଧାରେ ହୋଇଯିବ। ଅବଶ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବାର ସାମାନ୍ୟ ସୂଚନା ରହିଛି। ଆଲୋଚନା ପରିସରରେ ଦ୍ୱନ୍ଦ୍ୱରେ ପଡି ବନ୍ଧୁମାନଙ୍କର ଦ୍ୱନ୍ଦାମତ୍କ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ଆନୁଷ୍ଠାନିକ କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ।
କର୍କଟ
କର୍କଟ
ମଙ୍ଗଳଙ୍କ ଦୁର୍ବଳତା କାରଣରୁ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ସେମିତି କିଛି ହେବନି। ଶତ୍ରୁତାଜନିତ ନିର୍ମାଣକାର୍ଯ୍ୟ, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ। ଅର୍ଥହାନି ଓ କାର୍ଯ୍ୟସମ୍ପନ୍ନରେ ଅସୁବିଧା ଯୋଗୁ ଚିନ୍ତିତ ରହିବେ। ନିଜ ଲୋକମାନଙ୍କ ଉପରେ ରାଗି ବିନା କାରଣରେ ଶତ୍ରୁତା ସୃଷ୍ଟି କରିବାକୁ ପଡ଼ିପାରେ।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଲାଭ କରି ଅଟକିଥିବା କାମ ହାସଲ କରିବେ। ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବନ୍ଧୁଗହଣରେ ଅପ୍ରିୟ ସତ୍ୟ କହି ପ୍ରିୟବ୍ୟକ୍ତିଙ୍କ ଚକ୍ଷୁଶୂଳ ହୋଇପାରନ୍ତି। ବ୍ୟବସାୟ ଓ ପରିବହନରେ ଉନ୍ନତି ସଙ୍ଗକୁ ପ୍ରତିଦ୍ୱନ୍ଦିତାରେ ସଫଳତା ହାସଲ କରିବେ।
କନ୍ୟା
ପର କଥାରେ ପଡ଼ି ଘରଲୋକଙ୍କୁ ଅବିଶ୍ୱାସ କଲେ ହଇରାଣ ହେବେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ପାଇବେ। ଚିତ୍ରା ନକ୍ଷତ୍ରର ଅପୂରଣୀୟ ଆଶା ମନକୁ ବାରମ୍ବାର ଆଲୋଡ଼ନ କରିବା କାରଣରୁ ସାମୟିକ ଅଶାନ୍ତ ରହିବେ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ ଓ ଏପରି କି ପରିବହନରେ ମଧ୍ୟ ଲାଭବାନ ମଧ୍ୟ ହେବେ।
ତୁଳା
ତୁଳା
ପ୍ରତିଯୋଗିତା, ମାଲିମକଦ୍ଦମା ଓ ବିବାଦୀୟ ଘଟଣାରେ ବିଜୟ ଅବଶ୍ୟମ୍ଭାବୀ। ଆବଶ୍ୟକ ସମୟରେ ପାଖରେ ନ ଥିବା ଜିନିଷଟି ସକାଶେ ବନ୍ଧୁଙ୍କ ସହ ତର୍କ ଓ ବିବାଦ ବଢ଼ିପାରେ। ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ ଓ ସାମାଜିକ ସ୍ତରରେ ସ୍ନେହ, ସଦିଚ୍ଛା ଲାଭ କରିବେ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନିକ ସ୍ତରରେ ବ୍ୟତିକ୍ରମ ଦେଖାଦେବ।
ବିଛା
ବିଛା
ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବାର ସୂଚନା ପୂର୍ଣ୍ଣମାତ୍ରାରେ ରହିଛି। ଆର୍ଥିକ ସ୍ଥିତିରେ ଅଭାବ ପରିସ୍ଥିତି ସୃଷ୍ଟି ହୋଇପାରେ, କିନ୍ତୁ ବନ୍ଧୁଙ୍କ ସାହାଯ୍ୟରୁ ସେହି ସମସ୍ୟା ରହି ନ ପାରେ। କ୍ରୀଡ଼ା, କଳା, ସାହିତ୍ୟ ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ପାପଗ୍ରହ ମଧ୍ୟସ୍ଥ ବୃହସ୍ପତିଙ୍କ ଯୋଗୁ ଘର କଥା ଓ ପିଲାମାନଙ୍କ କିଛି ବ୍ୟତିକ୍ରମ ହେତୁ ମନଟା ଅସ୍ଥିର ରହିବ। ଅବଶ୍ୟ ଆଜିର ଯାତ୍ରା, ପରିବହନ, ବ୍ୟବସାୟ ମାନ୍ଦା ହେବ ନାହିଁ। ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ବିପରୀତ ମନ୍ତବ୍ୟ ଦେଇପାରନ୍ତି।
ମକର
ମକର
ଆଜି ସକାଳୁ ସକାଳୁ ଯେଉଁ କାମରେ ବାହାରିଛନ୍ତି ସେଥିରେ ସଫଳତା ଅବଶ୍ୟ ପାଇବେ। ପିଲାମାନଙ୍କ କଳହକୁ କେନ୍ଦ୍ରକରି ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ରପ୍ତାନି କାରବାର ଏଜେନ୍ସି, ସାମ୍ବାଦିକତା, ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ସମୟର ବିଡ଼ମ୍ବନା କାରଣରୁ ଯେତେ ଭଲ କାମ କଲେ ମଧ୍ୟ ସମାଲୋଚିତ ହୋଇପାରନ୍ତି। ଜଣେ ବନ୍ଧୁଙ୍କ ଦ୍ୱାରା ସମସ୍ୟା ସମାଧାନ କରିବେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବାର ଆଶା ରହିଛି। ଆର୍ଥିକ ଉନ୍ନତି ଘଟିବ, କିଛି ବ୍ୟାଙ୍କ ଜମା ମଧ୍ୟ କରି ପାରିବେ ଏବଂ ବ୍ୟବସାୟ, ବାଣିଜ୍ୟ ଓ ପରିବହନ ମଧ୍ୟ ମନ୍ଦ ହେବନି।
ମୀନମୀନ
କାମଗୁଡ଼ିକର ଅଗ୍ରଗତି ସଙ୍ଗକୁ ଅର୍ଥ ଓ ସମ୍ମାନ ପାଇବାରେ ଅସୁବିଧା ହେବନାହିଁ। କିଛି ଲୋକଙ୍କ ମିଥ୍ୟାରୋପ କ୍ରମେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବାକୁ ପଡ଼ିବ। କଳା, କ୍ରୀଡ଼ା, ସାହିତ୍ୟ କ୍ଷେତ୍ରରେ ସଫଳତା ହାସଲ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?