Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୨୦ ତାରିଖ – Daily Horoscope

ମେଷ
ବନ୍ଧୁଙ୍କ ମାଧ୍ୟମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଅଫିସ୍‌ କାମରେ କେତେକ ଉପରିସ୍ଥଙ୍କ ଚାପର ସମ୍ମୁଖୀନ ହୋଇପାରନ୍ତି। କୌଣସି ଆତ୍ମୀୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ବାଚନିକ ସହାୟତା ପାଇବେ। ବୃହସ୍ପତିଙ୍କ ପ୍ରଭାବରେ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ିଲେ ଅବଶ୍ୟ କୃତକାର୍ଯ୍ୟ ହେବେ।
ବୃଷ
ବୃଷ
ସପ୍ତମ କେନ୍ଦ୍ରସ୍ଥ ଶୁକ୍ରହେତୁ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ବାହାରେ ଅଧିକାଂଶ ସମୟ କଟାଇବା କାରଣରୁ ସାମୟିକ ନିଃସଙ୍ଗତାବୋଧ କରିପାରନ୍ତି। କଳା, ସାହିତ୍ୟ, ସଂଗୀତ ଓ କ୍ରୀଡ଼ା କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ।
ମିଥୁନ
ମିଥୁନ
ରବିଙ୍କ ଯୋଗୁ ସହକର୍ମୀଙ୍କ ଅସହଯୋଗ ହେତୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ସାଧାରଣ କଥାରେ ଖଳ ଲୋକମାନଙ୍କ ଦ୍ୱାରା କଳହ ଘେରରେ ଆକ୍ରାନ୍ତ ହୋଇ ପାରନ୍ତି। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବ। ଜମିଜମା, ନିର୍ମାଣ, କଳ କାରଖାନା କ୍ଷେତ୍ରରେ ସମସ୍ୟା ଲାଗି ରହିବ।
କର୍କଟ
କର୍କଟ
ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସାମାଜିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ପାପଗ୍ରହ ଦୃଷ୍ଟ ଶୁକ୍ରଜନିତ ପାରିବାରିକ କଳହ କାରଣରୁ ସାୟାହ୍ନେ ଟେନସନ୍‌ ବଢ଼ିଯିବ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇବେ। କୋର୍ଟ କଚେରି କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି।
ସି˚ହ
ସି˚ହ
କାର୍ଯ୍ୟବ୍ୟସ୍ତ ଯୋଗୁ ପରିବାରର କେତେକ ଅତ୍ୟାବଶ୍ୟକ କାମକୁ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ। ନିର୍ମାଣ, କଳା, ସାହିତ୍ୟ, ଲେଖାପଢ଼ା ପ୍ରଭୃତି କ୍ଷେତ୍ରରେ ଧୀରେ ସୁସ୍ଥେ ଗତି କରିବେ। ପ୍ଲଟିଂ କାରବାର, ଏଜେନ୍ସି, ସାମ୍ବାଦିକତାରେ ଆଶାଜନକ ଫଳ ପାଇବେ। କେତୁଙ୍କ ସ୍ଥିତି କାରଣରୁ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତପ୍ତ ହେବେ।
କନ୍ୟା
ବୁଧଙ୍କ ପ୍ରଭାବରେ ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମ ଅଟକି ରହିବ। ପାଇବାକୁ ଥିବା ଟଙ୍କା ପଇସା ମଧ୍ୟ ଠିକ୍‌ ସମୟରେ ପାଇ ପାରିବେ ନାହିଁ। ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ ଓ ପ୍ରତ୍ୟେକ କଥାକୁ ଠିକ୍‌ ଭାବରେ ଗ୍ରହଣ କରିପାରିବେ ନାହିଁ। ବନ୍ଧୁ ଓ ପରିଜନଙ୍କ ସହିତ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ତୁଳା
ତୁଳା
କୌଣସି କଥା ଠିକ୍‌ ଭାବେ ବିଚାର ନ କରି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ କରିବେ। ମଙ୍ଗଳ ହେତୁକ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ। ଅପେକ୍ଷା କରିଥିବା କାମଟି ଶୀଘ୍ର ହୋଇଯିବାର ଶୁଭ ସୂଚନା ପାଇବେ। ବ୍ୟବସାୟ, ପରିବହନ, ମାଲିମକଦ୍ଦମା, ସଭାସମିତି କ୍ଷେତ୍ରରେ ସାଧାରଣ ସମସ୍ୟା ଦେଖାଦେବ।
ବିଛା
ବିଛା
ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ। ଯେତେ ପ୍ରକାର ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ଆଜି ସନ୍ଧ୍ୟା ସୁଦ୍ଧା ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ। ସନ୍ତାନହେତୁକ ଚିନ୍ତା ଟଳିବ।
ଧନୁ
ଧନୁ
ମାନସିକ ସ୍ଥିତି ସୁଦୃଢ଼ ରହିବ ଓ ହାତକୁ ନେଇଥିବା କାମ ହାସଲରେ କିଛି ଅସୁବିଧା ହେବନାହିଁ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବା ସହଜ ହେବ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସମ୍ମାନିତ ହେବେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଏବଂ ବାଦବିବାଦରେ ଆପୋସ ସମାଧାନ ଘଟିବ।
ମକର
ମକର
ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ପରିହାସଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ। ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ସକାଳ ସମୟଟି ଭଲ। ସୁସ୍ଥତା ଫେରି ଆସିବ, କିନ୍ତୁ ପରିକଳ୍ପିତ ଯୋଜନା କାର୍ଯ୍ୟକାରୀ ହୋଇ ପାରିବନାହିଁ।
କୁମ୍ଭ
କୁମ୍ଭ
ଆଜି ସକାଳୁ ସକାଳୁ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଭଲ ସମ୍ପର୍କ ନଥିବା ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆନୁଷ୍ଠାନିକ କାମ ସକାଶେ ପଡ଼ୋଶୀଙ୍କ ସହ ଆଲୋଚନା କରିପାରନ୍ତି।
ମୀନମୀନ

ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି ବିଭିନ୍ନ ସମସ୍ୟାକୁ ଡାକି ଆଣିବ। ଶିଳ୍ପ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଆଜିର ଭ୍ରମଣ ସହିତ ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବ। ଦୂରବନ୍ଧୁ ସମ୍ପର୍କ ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?