ମେଷ

ବାପ/ପୁଅ,ମାଲିକ/ଚାକର, ଅଫିସର/ଅଧସ୍ତନ କର୍ମଚାରୀଙ୍କ କ୍ଷେତ୍ରରେ ତିକ୍ତତାର ଆଶଙ୍କା ରହିଛି। ଅଶ୍ୱିନୀ ନକ୍ଷତ୍ର ସକାଶେ ପାରିବାରିକ ଅଶାନ୍ତି, ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା ସୃଷ୍ଟି କରିବ। ବ୍ୟବସାୟ, ରାଜନୀତି, ଜମିଜମା କାରବାର ପାଇଁ ବିଶେଷ ଅସୁବିଧା ହେବନାହିଁ। ସନ୍ତାନଙ୍କ ଅଶାନ୍ତ ମନଦେଖି ନିଜେ ଚିନ୍ତିତ ହୋଇପାରନ୍ତି।
ବୃଷ

ପରିବାର ଓ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କର ଅକୁଣ୍ଠ ସମର୍ଥନ ଆପଣଙ୍କ କର୍ମପ୍ରବାହକୁ ଗତିଶୀଳ କରାଇବ। ଆଜି ଅର୍ଥନୈତିକ କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଏବଂ କଳା କାରିଗରୀ କ୍ଷେତ୍ରରେ ସଫଳତା ପାଇବେ। ବିବାଦୀୟ ପରିସ୍ଥିତି, ମାଲିମକଦ୍ଦମା, ପ୍ରତିଯୋଗୀତା କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ।
ମିଥୁନ

ବିଭିନ୍ନ ଦିଗରୁ ସାହାଯ୍ୟ ଓ ସମର୍ଥନ ପାଇଲେ ମଧ୍ୟ ଆଜିର କାମ ଗୁଡିକ ସକାଶେ ହନ୍ତସନ୍ତ ହେବାକୁ ପଡିବ। ପରିସ୍ଥିତିରେ ପଡି ଇଛାନଥିଲେ ମଧ୍ୟ କେତେକ କାମ ସକାଶେ ବହୁତ ଅର୍ଥବ୍ୟୟର ସମ୍ଭାବନା ରହିଛି। ମୃଗଶିରା ନକ୍ଷତ୍ରର ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବାର ଆଶା ରହିଛି।
କର୍କଟ

ଆଜି ବନ୍ଧୁଙ୍କ ସହୃଦୟତା ଏବଂ ପାରିବାରିକ ସଦ୍ଭାବର ଅଭାବ ରହିବନାହିଁ। ଅଶ୍ଳେଷା ନକ୍ଷତ୍ରର ମନ ମରିଚିକା ପଛରେ ଦୈାଡି ନୈରାଶ୍ୟଯୁକ୍ତ ହେବାର ସୂଚନା ରହିଛି। କାର୍ଯ୍ୟସିଦ୍ଧି, ଅର୍ଥଲାଭ, କର୍ମକ୍ଷେତ୍ରରେ ସମସ୍ୟା ସମାଧାନ, ଓ ସନ୍ତାନ ହେତୁକ ଗୌରବବୃଦ୍ଧି ଘଟିବ। ଆନୁଷ୍ଠାନିକ କାମ ସକାଶେ ପ୍ରତିକୁଳ ପରିସ୍ଥିତି ସୃଷ୍ଟି ହୋଇପାରେ।
ସି˚ହ

ମନଲୋଭା ପ୍ରତିଶୃତି ମାଧ୍ୟମରେ ନିଜଲୋକଙ୍କୁ ମନେଇ ଅଭିଳଷିତ କାମ ସମ୍ପନ୍ନ କରିବେ। ଆରୋଗ୍ୟତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ଉଚ୍ଚ ପଦପଦବୀ ଓ ବୈଷୟିକ ସୁଖ, ସମୃଦ୍ଧି ଯୋଗୁ ମନ ଖୁସି ରହିବ। ରାଜନୀତି, ଅଦାଲତ, ଗଣତନ୍ତ୍ର, ସଂଗଠନ , ଧାର୍ମିକ କାର୍ଯ୍ୟ ଓ ସତ୍ସଙ୍ଗ କ୍ଷେତ୍ରକୁ ଋଦ୍ଧିମନ୍ତ କରିପାରେ।
କନ୍ୟା

ଆଜିର ଗ୍ରହସ୍ଥିତି ଆପଣଙ୍କୁ ଧୈର୍ଯ୍ୟ ଓ ସାହସର ସହିତ କାମ ହାସଲ ପାଇଁ ପ୍ରେରଣା ଯୋଗାଇବ। ବ୍ୟବସାୟ, ଯାତ୍ରା, ସରକାରୀ ଓ ରାଜନୈତିକ କ୍ଷେତ୍ରରେ ପତିଆରା ବଢ଼ିବ। ଜମିଜମା , ଗୃହସୀମା, ନିର୍ମାଣ, କୋର୍ଟକଚେରୀ ମାମଲା କ୍ଷେତ୍ରରେ ସଂକଟ ସ୍ଥିତି ସୃଷ୍ଟି ହେବ। ବନ୍ଧୁଙ୍କ ପରୋକ୍ଷ ମନ୍ତବ୍ୟରେ କୈାଣସି କଥାର ମୀମାଂସାର ଆଶା ମଉଳି ଯିବ।
ତୁଳା

ଗ୍ରହସ୍ଥିତିର ବିଷମତାଜନିତ ମୂଲ୍ୟହୀନ କଥାରେ ମନ ବିଚଳିତ ରହିବ। କେତେକ କ୍ଷେତ୍ରରେ ବୃୃଥା ଆଶା ଓ ଅଭିଳାଷ ଅଶାନ୍ତିର କାରଣ ପାଲଟିଯିବ। ସମ୍ପର୍କୀୟମାନେ ପୁରୁଣା କଥାକୁ କେନ୍ଦ୍ରକରି ଅସହଯୋଗ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ, ରାଜନୀତି, ସଂଗଠନ, ଗବେଷଣାରୁ ଆଶାନୁରୂପ ଫଳ ପାଇବେ।
ବିଛା

ବହୁତ ପରିଶ୍ରମରେ ପାଇଥିବା ଜିନିଷ ହରାଇ ମନସ୍ତାପ କରିପାରନ୍ତି। କିନ୍ତୁ ଅନୁରାଧା ନକ୍ଷତ୍ର ବୈଷୟିକ ସୁଖ, ସମୃଦ୍ଧି ସଙ୍ଗକୁ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ପଦସ୍ଥବ୍ୟକ୍ତିମାନଙ୍କ ସାହାର୍ଯ୍ୟରୁ ସାମାଜିକ କ୍ଷେତ୍ରରୁ ସମ୍ମାନ ଲାଭ କରିବେ। ମାଲିମକଦ୍ଦମା, ଜମିଜମା କାରବାର, ନିର୍ମାଣ, କ୍ଷେତ୍ରରେ ସୁଫଳ ପାଇବାର ଆଶା ରହିଛି।
ଧନୁ

ସ୍ବାସ୍ଥ୍ୟ ଭଲ ରହିବ ନାହିଁ ଏବଂ ଆତ୍ମୀୟଙ୍କ ନିକଟରୁ ସହାନୁଭୂତି ମଧ୍ୟ ହରାଇବେ। ମୁଳା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ଅବଶ୍ୟ କର୍ମକ୍ଷେତ୍ରରୁ ଅର୍ଥ ଓ ସମ୍ମାନ ମିଳିବ ଏବଂ ବ୍ୟବସାୟିକ ଉନ୍ନତି ମଧ୍ୟ କରିବେ। ବନ୍ଧୁଙ୍କ ସହ ଆଲୋଚନା ପରିସରରେ ଅପ୍ରିୟ ସତ୍ୟଭାଷଣରୁ ନିବୃତ ରହିବା ଭଲ ହେବ।
ମକର

ପିଲାଙ୍କ କାର୍ଯ୍ୟକଳାପ କିମ୍ବା ସୁସମ୍ପର୍କରେ ତିକ୍ତତା ଆଜିର ମାନସିକ ଅଶାନ୍ତିର କାରଣ ହେବ। ଅର୍ଥ ସଂକଟ ଦୂର ହେବା ସଙ୍ଗକୁ ଟେକେନିକାଲ୍ କାମରେ ବିଶେଷ ସୁବିଧା ପ୍ରାଇପାରନ୍ତି। ପରିବାରରୁ ନିକଟ ସମ୍ପର୍କୀୟ ସହ ସମ୍ପର୍କକୁ କେନ୍ଦ୍ର କରି ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍ବୁଝାମଣା ହେତୁ ସୁସମ୍ପର୍କ ରହିନପାରେ।
କୁମ୍ଭ

ବହୁତ ଦିନରୁ ଗଡି ଗଡି ଆସୁଥିବା ଋଣ,ପୁରୁଣା ରୋଗର ପୀଡା, ଏବଂ ପିଛା ଛାଡୁନଥିବା ଶତ୍ରୁତାମ ଯୋଗୁଁ ଚିନ୍ତିତ ରହିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ କୁଟନୀତି ପ୍ରୟୋଗକରି ଉନ୍ନତମାନର ଫଳ ପାଇବେ। କୈାଶଳ ଅବଲମ୍ବନ କରି ହାସଲ କରିବାକୁ ଥିବା କାମଟି ବନ୍ଧୁଙ୍କ ଦ୍ୱାରା କାମଟି କରାଇ ନେବେ।
ମୀନ
ଆଜି ସଠିକ୍ ବିଚାରଧାରା ଅଭାବରୁ କୈାଣସି ଭୁଲ୍ କରି ଅନୁତାପ କରିପାରନ୍ତି। ରେବତୀ ନକ୍ଷତ୍ର ସକାଶେ ନିର୍ଦ୍ଦିଷ୍ଟ ସମୟରେ ଚାହୁଁଥିବା ଜିନିଷ ପାଇ ନପାରନ୍ତି କିନ୍ତୁ ପ୍ରାପ୍ତି ନିଶ୍ଚିତ ଅଟେ। କର୍ମକ୍ଷେତ୍ରରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କୈାଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.