Posted inRasifala

ରାଶିଫଳ: ଶନିବାର, ଜୁନ୍ ୨୦ ତାରିଖ – Daily Horoscope

ମେଷ
ଆଜି ପୂର୍ବ ସମସ୍ୟାକୁ ଦୂରେଇ ନେଇ କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ଖୁସି କରାଇବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଅଶ୍ୱିନୀ ନକ୍ଷତ୍ର ସକାଶେ ଆଲୋଚନା ପରିସରରେ ଝଗଡ଼ା ଲାଗିପାରେ। ଫାଇଦା ହାସଲ ମାନସରେ ମିତ୍ରମାନେ ସମ୍ମୁଖରେ ପ୍ରଶଂସା କରିପାରନ୍ତି।
ବୃଷ
ବୃଷ
ଆଜି ମୃଗଶିରା ନକ୍ଷତ୍ର ଅନ୍ୟମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯାହାକି ଶତ୍ରୁତା ସୃଷ୍ଟି କରିବ। ଶିଳ୍ପ, ବାଣିଜ୍ୟ ଭଲରେ ଚାଲିବ ଏବଂ ଲାଭବାନ୍‌ ମଧ୍ୟ ହେବେ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ବନ୍ଧୁଙ୍କ ମାଧ୍ୟମରେ ପାଇପାରନ୍ତି। କଥାରେ ଝଗଡ଼ା କିମ୍ବା ତଜ୍ଜନିତ ସମସ୍ୟାର ଆଶଙ୍କା ରହିଛି।
ମିଥୁନ
ମିଥୁନ
ରାଶିରେ ବୁଧାଦିତ୍ୟ ଯୋଗ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ। ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆର୍ଦ୍ରା ନକ୍ଷତ୍ରର ପରିବାରରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିବେ। ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ ସମର୍ଥକଙ୍କ ଶୁଭକାମନାରୁ ଖୁସି ରହିବେ।
କର୍କଟ
କର୍କଟ
ରାଶିରେ ଶୁଭଗ୍ରହଙ୍କ ଅବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବ ଏବଂ ନୂତନ କର୍ମାରମ୍ଭ ସକାଶେ ପ୍ରସ୍ତୁତ ହୋଇପାରନ୍ତି। ହାତକୁ ନେଇଥିବା କାମଟିକୁ ସୁରୁଖୁରୁରେ କରି ପାରିବା କାରଣରୁ ଟେନସନ୍‌ କିିଛି ମାତ୍ରାରେ କମିଯିବ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ସହ କେତୁଙ୍କ ସଂଯୋଗ ଆପଣଙ୍କ ଚିନ୍ତା ଏବଂ ବିଚାରଧାରାକୁ ପ୍ରଭାବିତ କରିପାରେ। ନିକଟସ୍ଥ ବ୍ୟକ୍ତି ବିଶେଷମାନଙ୍କ ସାହାଯ୍ୟ ସହଯୋଗ ସମସ୍ୟାର ସରଳ ସମାଧାନ କରିବାରେ ସାହାଯ୍ୟ କରିବ। ଆର୍ଥିକ ଦିଗରୁ ଉପକୃତ ହେବେ ଓ ସ୍ଥଗିତ କାମଗୁଡ଼ିକୁ ତ୍ୱରାନ୍ବିତ କରିବାରେ ସମର୍ଥ ହେବେ।
କନ୍ୟା
ଆଜିର ଅନୁକୂଳ ଗ୍ରହସ୍ଥିତି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ହସ୍ତା ନକ୍ଷତ୍ର ସକାଶେ ଦୂରଯାତ୍ରା,ନୂତନ କର୍ମାରମ୍ଭ,ବ୍ୟବସାୟିକ ସ୍ଥିତି ଭଲ ରହିବ। ଭୁଲ୍‌ ବୁଝାମଣା ହେତୁ ଆତ୍ମୀୟମାନଙ୍କ ଅସହଯୋଗ,ଅସମ୍ମାନ ପାଇ ଦୁଃଖର ମାତ୍ରାକୁ ବଢ଼ାଇଦେଇପାରେ । ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ତୁଳା
ତୁଳା
ଲାଭସ୍ଥାନରେ ଗୁରୁ ଏବଂ ଶୁକ୍ର ହେତୁ ମନ ଅନୁଯାୟୀ କାମ ହାସଲ କରିବାରେ ଅସୁବିଧା ହେବନାହିଁ। ଆଜି ଆକସ୍ମିକ ଭାବରେ ରାସ୍ଥାରେ ଯିବା ସମୟରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ। ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ପିଲାଙ୍କ ଆଚରଣର ପରିବର୍ତ୍ତନ କାରଣରୁ ବିରକ୍ତ ହେବେ।
ବିଛା
ବିଛା
ଆଜି ଆପଣ ଯେଉଁ କାମ ସକାଶେ ଉଦ୍ୟମ କରିବେ ତାହା କଦାପି ନିଷ୍ଫଳ ହେବନାହିଁ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ଦେଖିବେ ସବୁ ପ୍ରତିବନ୍ଧକ ଦୂରେଇଯିବ। ମନ ବୁଝିଲାଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ। ଅନୁରାଧା ନକ୍ଷତ୍ର ସାହିତ୍ୟ ଓ ମନୋରଞ୍ଜନ ପ୍ରତି ଆଗ୍ରହୀ ହେବେ।
ଧନୁ
ଧନୁ
ମନରେ ଦୁଃଖ ଥିଲେ ମଧ୍ୟ ହସି ହସି କହିବା କାରଣରୁ କାମ ହାସଲ କରିବାରେ ଅସୁବିଧା ହେବନାହିଁ। ଅନ୍ୟମାନେ ଅନିର୍ଦ୍ଦିଷ୍ଟ ସମୟରେ ଆଶା କରୁଥିବା ବନ୍ଧୁଙ୍କ ନିକଟରୁ ଅର୍ଥଲାଭ ଘଟିବ। ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ମୂଳା ନକ୍ଷତ୍ର ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି।
ମକର
ମକର
ରାଶିର ଅଷ୍ଟମଭାବରେ ପାପଗ୍ରହଯୁକ୍ତ ଚନ୍ଦ୍ର ଥିବାରୁ ମାନସିକସ୍ଥିତି ଭଲ ରହିବ ନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରି କାମ ତୁଲାଇକୁ ବାଧ୍ୟ ହେବେ। ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡ଼ିବ, ଏହି କାରଣରୁ ପାଖ ମାଡ଼ିବେ ନାହିଁ। ଧନିଷ୍ଠା ନକ୍ଷତ୍ରର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଯୋଗୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି।
କୁମ୍ଭ
କୁମ୍ଭ
ଧନଭାବସ୍ଥ ରାହୁଙ୍କ ପ୍ରଭାବରୁ ଅର୍ଥ ପାଇବେ ଏବଂ ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ। ପରିବାରର ଆବଶ୍ୟକତାନୁଯାୟୀ ନୂତନ ଜିନିଷ କ୍ରୟ ସକାଶେ ମନ ବଳାଇ ପାରନ୍ତି। କର୍ମ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଯାହାକି ପରିସ୍ଥିତିକୁ ବଦଳାଇଦେଇପାରେ। ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ।
ମୀନମୀନ
ଆଜି ଚନ୍ଦ୍ର ଷଷ୍ଠ ଭାବରେ ଅବସ୍ଥାନ ଯୋଗୁ ପରିବାରର ଅଶାନ୍ତ ପରିବେଶ ପୂର୍ବପରି ରହିବ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?