Posted inRasifala

ରାଶିଫଳ: ଶୁକ୍ରବାର, ଜୁନ୍ ୨୦ ତାରିଖ – Daily Horoscope

ମେଷ
ଆଜି ଦ୍ୱାଦଶସ୍ଥ ଶନି ସହ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ପୂର୍ବ ସମସ୍ୟାର ସମୀକ୍ଷା କରିପାରନ୍ତି। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ଫାଇଦା ହାସଲ ମାନସରେ ମିତ୍ରମାନେ ସମ୍ମୁଖରେ ପ୍ରଶଂସାସୂଚକ ବାକ୍ୟ କହିପାରନ୍ତି।
ବୃଷ
ବୃଷ
ପରିସ୍ଥିତି ବିଶେଷ ଭଲ ନ ଥିଲେ ମଧ୍ୟ ଆଜି କୈାଣସି କାମ ଅଟକି ରହିବନାହିଁ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବ ଏବଂ ଲାଭବାନ୍‌ ମଧ୍ୟ ହେବେ। ଦୀର୍ଘଦିନରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ପରିବହନରେ ସାଧାରଣ କଥାରେ ଝଗଡା କିମ୍ବା ତତ୍‌ଜନିତ ସମସ୍ୟାର ଆଶଙ୍କା ରହିଛି।
ମିଥୁନ
ମିଥୁନ
କର୍ମଦକ୍ଷତା ଏବଂ ସଚ୍ଚୋଟତା କାରଣରୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଛୋଟ କଥାକୁ କେନ୍ଦ୍ର କରି ପରିବାରରେ ସମ୍ପର୍କ ହାନି ଘଟିପାରେ। ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ କିମ୍ବା ସମର୍ଥକଙ୍କ ଶୁଭକାମନାରୁ ଖୁସି ରହିବେ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ଓ ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ। ହାତକୁ ନେଇଥିବା କାମଟିକୁ ସୁରୁଖୁରୁରେ କରିପାରିବା କାରଣରୁ ଟେନସନ୍‌ କିଛି ମାତ୍ରାରେ କମିଯିବ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ୍ଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ। ସଭାସମିତିରେ ତର୍କ ବୃଦ୍ଧି ପାଇବା କାରଣରୁ ଆଲୋଚନା ଅମୀମାଂସିତ ରହିପାରେ।
ସି˚ହ
ସି˚ହ
ନିକଟସ୍ଥ ବ୍ୟକ୍ତିଙ୍କ ସହଯୋଗ ସମସ୍ୟା ସମାଧାନରେ ସାହାଯ୍ୟ କରିବ। ଆର୍ଥିକ ଦିଗରୁ ଉପକୃତ ହେବେ ଓ ସ୍ଥଗିତ କାମ ତ୍ୱରାନ୍ବିତ କରିବାରେ ସମର୍ଥ ହେବେ। ପରିବାରରେ ପାରସ୍ପରିକ ସହଯୋଗ ପରିବେଶକୁ ସରସ,ସୁନ୍ଦର କରିବାରେ ସହାୟକ ହେବ। ମାତ୍ର କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ।
କନ୍ୟା
ଆଜିର ଯାତ୍ରା, କର୍ମାରମ୍ଭ, ବ୍ୟବସାୟିକ ସ୍ଥିତି ବିଶେଷ ଭଲ ରହିବ। ଭୁଲ୍‌ ବୁଝାମଣା ହେତୁ ଆମତ୍ୀୟମାନଙ୍କ ଅସହଯୋଗ ଦୁଃଖର ମାତ୍ରାକୁ ବଢାଇଦେଇପାରେ । ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପରିଜନଙ୍କ ସହିତ ଦର୍ଶନୀୟ ସ୍ଥାନ ପରିଭ୍ରମଣଜନିତ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି।
ତୁଳା
ତୁଳା
ଆଜି ରାସ୍ତାରେ ଯିବା ସମୟରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହେବ। ଜଣେ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ପରିବାରରେ ପିଲାଙ୍କ ଆଚରଣର ପରିବର୍ତ୍ତନ କାରଣରୁ ମନେ ମନେ ବିରକ୍ତି ଅନୁଭବ କରିପାରନ୍ତି। ରୋଗପୀଡା ଉପଶମ ହେବା ସହିତ ଦୈହିକ ସୁସ୍ଥତା ହେତୁ ଆଶ୍ୱସ୍ତି ଅନୁଭବ କରିବେ।
ବିଛା
ବିଛା
ଆଜି ଆପଣ ଯେଉଁ କାମ ସକାଶେ ଉଦ୍ୟମ କରିବେ ତାହା କଦାପି ନିଷ୍ଫଳ ହେବନାହିଁ। ଧୈର୍ଯ୍ୟହରା ନ ହୋଇ ଯଦି ପରିସ୍ଥିତିର ମୁକାବିଲା କରନ୍ତ ଦେଖିବେ ସବୁ ପ୍ରତିବନ୍ଧକ ଦୂରେଇଯିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ। କଳା, ସାହିତ୍ୟ, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ।
ଧନୁ
ଧନୁ
ମନରେ ଦୁଃଖ ରହିଥିଲେ ମଧ୍ୟ ହସି ହସି କଥା କହି କାମ ହାସଲ କରିନେବେ। ଅନ୍ୟମାନେ ଅନିର୍ଦ୍ଦିଷ୍ଟ ସମୟରେ ଆଶା କରୁଥିବା ବନ୍ଧୁଙ୍କ ନିକଟରୁ ଅର୍ଥଲାଭ ଘଟିବ। ଗତକାଲିଠାରୁ ଆପଣ ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ନ ହୋଇପାରେ।
ମକର
ମକର
ଅଧିକାଂଶ ସମୟ ଶାରୀରିକ ଅସୁସ୍ଥତା ଲାଗି ରହୁଥିବାରୁ ମନ ଭଲ ରହିବ ନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରି କାମ ତୁଲାଇବାକୁ ବାଧ୍ୟ ହେବେ। ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ଏହି କାରଣରୁ ପାଖ ମାଡି ନ ପାରନ୍ତି। ଆର୍ଥିକ ଦୁରବସ୍ଥା ଦୂରେଇଯିବା ସହିତ ବୈଷୟିକ ଅଭିବୃଦ୍ଧି ଯୋଗୁ ଆଶ୍ୱସ୍ତି ଲାଭ କରିବେ।
କୁମ୍ଭ
କୁମ୍ଭ
ଆଳସ୍ୟ ଏବଂ ଅବହେଳା କ୍ରମେ ସ୍ଥଗିତ କାର୍ଯ୍ୟକୁ ଆଜି ପୂର୍ଣ୍ଣାଙ୍ଗ କରିବେ। ପରିବାରର ଆବଶ୍ୟକତା ଅନୁଯାୟୀ ଜିନିଷ କ୍ରୟ ସକାଶେ ମନ ବଳାଇ ପାରନ୍ତି। କର୍ମ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଯାହାକି ପରିସ୍ଥିତିକୁ ବଦଳାଇଦେଇପାରେ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ , ଅନ୍ୟଥା ମନସ୍ତାପ କରିବାକୁ ପଡିବ।
ମୀନମୀନ

ଆଜି ଭୁଲ୍‌ ବୁଝାମଣା କାରଣରୁ ପରିବାରର ଅଶାନ୍ତ ପରିବେଶ ପୂର୍ବପରି ରହିବ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ବ୍ୟବସାୟରେ ଲାଭ ମିଳିବ ଯାହାକୁ ଅନ୍ୟ ଏକ ଉଦ୍ଦେଶ୍ୟରେ ବିନିଯୋଗ କରିବେ। ପରିବାର ଭିତରେ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri