Posted inRasifala

ରାଶିଫଳ: ଶନିବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାରୁ ଖୁସି ହେବେ। ଶତ୍ରୁତା ଲାଗି ରହିଥିବା ହେତୁ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ। ଅଧ୍ୟୟନ ଓ ଅଧ୍ୟାପନା, ଗବେଷଣାଦି କ୍ଷେତ୍ରରୁ ଶୁଭଫଳ ପାଇପାରନ୍ତି।
ବୃଷ
ବୃଷ
ଅର୍ଥନୈତିକ ଅଭିବୃଦ୍ଧି ସହ ବୈଷୟିକ ସୁଖ, ସମୃଦ୍ଧି ଲାଭ ପାଇଁ ଉଦ୍‌ଯୋଗ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସୁଫଳ ପାଇବାର ଆଶା ରହିଛି। ସାମୟିକ ଭାବରେ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବାକୁ ପଡ଼ିପାରେ। ବନ୍ଧୁଙ୍କ ଅନୁରୋଧକ୍ରମେ ଆକସ୍ମିକ ଭାବରେ ଦୂରଯାତ୍ରା କରିବାର ସୂଚନା ରହିଛି।
ମିଥୁନ
ମିଥୁନ
ସ୍ବାସ୍ଥ୍ୟରେ ଉନ୍ନତି, ବନ୍ଧୁଙ୍କ ସହାୟତା ଏବଂ ପାରିବାରିକ ସମସ୍ୟା ସମାଧାନ ଯୋଗୁ ଆନନ୍ଦ ଅନୁଭବ କରିବେ। ଅର୍ଥନୈତିକ ଅଭିବୃଦ୍ଧି ସହ ମାନସିକ ଅସ୍ଥିରତା ମଧ୍ୟ ଲାଗି ରହିବ। ଉପରିସ୍ଥଙ୍କ ନିର୍ଦ୍ଦେଶରେ ଆକସ୍ମିକ ଭାବେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ପ୍ରଶାସନ, ପ୍ରକାଶନ ଏବଂ ଟେକେନିକାଲ୍‌ ଶିକ୍ଷାରେ ସନ୍ତୋଷଜନକ ଫଳ ମିଳିବ।
କର୍କଟ
କର୍କଟ
ଭାବପ୍ରବଣତା ହେତୁ ଅଧିକାଂଶ ସମୟ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ବିଭିନ୍ନ ଚିନ୍ତା ଧରି କଳ୍ପନାରାଇଜରେ ଘୂରି ବୁଲିବା ସକାଶେ ଇଚ୍ଛା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ସାମୟିକ ଅସ୍ଥିରତା ଦେଖାଦେବ।
ସି˚ହ
ସି˚ହ
ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରଣାଧୀନ ରହିବା କାରଣରୁ ସାମୟିକ ଖୁସି ଅନୁଭବ କରିବେ। ଆଲୋଚନା ପ୍ରସଙ୍ଗରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହେବାରୁ ପରିବାରରେ ବିତର୍କ ଲାଗିପାରେ। ଅର୍ଥସଂକଟ ଲାଗି ରହିବା କାରଣରୁ ବ୍ୟସ୍ତତା ବୃଦ୍ଧିର ଆଶଙ୍କା ରହିଛି।
କନ୍ୟା
ଆଜି ଯାହା କଲେ ମଧ୍ୟ ସବୁଥିରେ ସଫଳତା ଲାଭ କରିପାରିବେ। କିନ୍ତୁ ପିଲାମାନଙ୍କ ସକାଶେ ନିନ୍ଦିତ କିମ୍ବା ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ବିଶେଷ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଜନିତ ସ୍ବାସ୍ଥ୍ୟହାନିର ଆଶଙ୍କା ରହିଛି। ଘରେ ବନ୍ଧୁ ମିଳନ ଓ ଆମୋଦ ପ୍ରମୋଦ ସକାଶେ ନୂତନ ଯୋଜନା କରିପାରନ୍ତି।
ତୁଳା
ତୁଳା
ଆଜି ଆପଣ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ ପାଇପାରିବେ। ତଥାପି ସକାଳୁଆ ଯାତ୍ରାରେ ସଫଳତା ମିଳିବ ଏବଂ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ଗହଣରେ ମଉଜିଆ କଥା କହି ଶତ୍ରୁଠାରୁ କାମ ହାସଲ କରିନେବେ। ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ବିଛା
ବିଛା
ମନରେ ବିଭିନ୍ନ ଆଶା ଓ ଆଶଙ୍କା ସୃଷ୍ଟି ହେଲେ ମଧ୍ୟ ପରକ୍ଷଣରେ ତାହା ମିଳାଇ ଯିବ। ଅଟକି ରହିଥିବା କାମ ପୂର୍ଣ୍ଣାଙ୍ଗ କରିବେ ମାତ୍ର ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରବା ଠିକ୍‌ ହେବନାହିଁ। ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହିବା ଭଲ। ସଂଗଠନ, ରାଜନୀତି ଓ ଆନୁଷ୍ଠାନିକ କାମରେ ଆପଣଙ୍କ ପ୍ରତି ଆନୁଗତ୍ୟ ବୃଦ୍ଧି ପାଇବ।
ଧନୁ
ଧନୁ
ଯେତେ ଭଲ କାମ କଲେ ମଧ୍ୟ ସମସ୍ୟା ଓ ସଂଘର୍ଷ ପିଛା ଛାଡ଼ିବ ନାହିଁ। ପୂର୍ବ ସମସ୍ୟାରେ ଅଜଣା ଆଶଙ୍କାଜନିତ ମନ ଉଦ୍‌ବେଳିତ ରହିବ। ଜୋର୍‌ କରି ଅନ୍ୟମାନଙ୍କଠାରୁ ଅର୍ଥ, କାମ, ଆଦାୟ କରିବାରେ ସଫଳ ହେବେ। କର୍ମ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହୋଇପାରନ୍ତି।
ମକର
ମକର
ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସହ ମତାନ୍ତର ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇ ସବୁ କ୍ଷଣକ ସକାଶେ ଭୁଲି ଯାଇପାରନ୍ତି। ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିପାରନ୍ତି। ସକାଳୁ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସାହାଯ୍ୟରେ ରାଜନୀତି, ଆଇନ ଓ ଆନୁଷ୍ଠାନିକ କାମରେ ଶୁଭ ଫଳ ମିଳିବ। ସାମାଜିକ ସ୍ତରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିପାରେ। ଯାତ୍ରା ସମୟରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ନିକଟ ସମ୍ପର୍କୀୟମାନଙ୍କ ଈର୍ଷା ଓ ଅସୂୟା ଭାବ ଯୋଗୁ ବିଚଳିତ ବୋଧ କରିବେ।
ମୀନମୀନ

ସାଧାରଣ କଥାର ଆଲୋଚନା ଭିତରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବନାହିଁ। ବାଣିଜ୍ୟ, ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ର ମଧ୍ୟମ ପ୍ରକାରର ରହିବ। ପ୍ରତିବନ୍ଧକ ସାମୟିକ ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?