Posted inRasifala

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୨୦ ତାରିଖ – Daily Horoscope

ମେଷ
ପୂର୍ବରୁ ଯଦି କିଛି ସମସ୍ୟା ରହିଥାଏ ତାହା ମଧ୍ୟ ଅପରାହ୍ନରେ ସୁଧୁରିଯିବ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ, ମରାମତି, ଯାନ୍ତ୍ରିକ ଜିନିଷ କିଣାବିକା, ସବୁ କିଛି ପାଇଁ ଭଲ। କିନ୍ତୁ ପଡ଼ୋଶୀ, ସହକର୍ମୀଙ୍କ କାମରେ ସତର୍କତାର ସହ କିଛି କହିବା କିମ୍ବା କରିବା ଭଲ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
ବୃଷ
ବୃଷ
ସକାଳୁ ବନ୍ଧୁଙ୍କ ସମ୍ପର୍କରେ କିଛି ଅର୍ଥ କିମ୍ବା ଖୁସି ଖବର ପାଇବେ। କର୍ମକ୍ଷେତ୍ରକୁ ଯିବା ବାଟରେ ଅଜଣା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି। ଆଲୋଚନା ପରିସରରେ କୌଣସି ନୂଆ କାମର ପ୍ରସ୍ତାବକୁ ଅନ୍ୟମାନେ ଦୃଢ଼ ସମର୍ଥନ ଜଣାଇବେ। ଆଜିର ଭ୍ରମଣ ରାଜନୀତି, ପ୍ରଶାସନ, ସାହିତ୍ୟ ଓ ସଙ୍ଗଠନ ପାଇଁ ଭଲ।
ମିଥୁନ
ମିଥୁନ
ଦୀର୍ଘଦିନରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ, କିନ୍ତୁ ଏଥିପାଇଁ ଲଢ଼େଇ ଜାରି ରଖିବାକୁ ପଡ଼ିବ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବାରୁ ଅଶାନ୍ତି ଲାଗିରହିବ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ଚିନ୍ତିତ ରହିପାରନ୍ତି।
କର୍କଟ
କର୍କଟ
ଯେତେ ଭଲ କାମ କଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା ସମାଲୋଚିତ ହେବେ। କଚେରି ମାମଲା କିମ୍ବା ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବ। ବନ୍ଧୁବାନ୍ଧବ ସୁବିଧାବାଦୀ ଗୁଣରେ ଶୋଷଣ କରିବେ, ଏଣୁ ବୁଝିବିଚାରି କାମ କରନ୍ତୁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ନୂଆ କାମ ହାତକୁ ନେଇ ଏହାକୁ ଆଗେଇନେବେ। ଦେହ ଭଲ ରହିବ, ମାତ୍ର ସାମୟିକ ଦୁର୍ବଳତାଜନିତ କ୍ଲାନ୍ତିବୋଧ କରିବେ। ଅଧିକାଂଶ ସମୟ ସହକର୍ମୀ କିମ୍ବା ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ହାତ ମିଳାଇ କାମ କରିପାରନ୍ତି। ପରିବାର ମଧ୍ୟରେ ପରସ୍ପରକୁ ଦୋଷ ଦେଇ ଅଶାନ୍ତି ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି।
କନ୍ୟା
ବିଳମ୍ବରେ କାମ ସମ୍ପନ୍ନ ହେଉଥିବାରୁ ଆଜିର ପରିସ୍ଥିତିରେ ଧୈର୍ଯ୍ୟଚ୍ୟୁତି ଘଟିପାରେ। ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ମୁକାବିଲା କରିବା ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ। ଭୁଲ୍‌ ବୁଝାମଣା କାରଣରୁ ଘରୋଇ କଳହକୁ ନେଇ ଅଶାନ୍ତି ଦେଖାଦେଇପାରେ। ଆନୁଷ୍ଠାନିକ କାମରେ ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
ତୁଳା
ତୁଳା
ଯେତେ ଚୁପ୍‌ ରହିଲେ ମଧ୍ୟ ପରିବାର ଭିତରେ ପ୍ରଶଂସା ସୂଚକ ପଦୁଟିଏ କଥା ଶୁଣିବାକୁ ମିଳିବ ନାହିଁ। ବ୍ୟବସାୟରେ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇ ରହିବ। ଯାନବାହନ ଚଳାଚଳରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟହେବେ।
ବିଛା
ବିଛା
କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବନ୍ଧୁଙ୍କ ସହଯୋଗ ଆଶା କରିବେ। ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ସାମାଜିକ ସ୍ତରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ବ୍ୟବସାୟ, ପରିବହନ, ରାଜନୀତି, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରୁ ଶୁଭଫଳ ମିଳିବ।
ଧନୁ
ଧନୁ
ଆଜିର ଆନୁଷ୍ଠାନିକ କାମରେ ସମ୍ପର୍କୀୟଙ୍କ ସାହାଯ୍ୟ ଅବଶ୍ୟ ମିଳିବ। ପରିବାରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳିନେବେ। ଆଗାମୀ ମଙ୍ଗଳୋସତ୍ବ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। କୌଣସି ବ୍ୟକ୍ତିଙ୍କ ସରଳକଥାକୁ ଆଧାରକରି ଖୁବ୍‌ ଆଶାବାଦୀ ହେବେ।
ମକର
ମକର
କର୍ମକ୍ଷେତ୍ରରେ ନିଜର ଅବହେଳାରୁ କେତେକ ସୁଯୋଗ ହାତଛଡ଼ା ହୋଇପାରେ। ଆମତ୍ୀୟମାନଙ୍କ ସହ ମତପାର୍ଥକ୍ୟ ହେବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ। ବ୍ୟବସାୟ ଓ ବାଣିଜ୍ୟ ପାଇଁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ। ନିଜ ଆଶା ଅନୁଯାୟୀ କାମରେ ପ୍ରବୃତ୍ତ ରହିଲେ ସଫଳତା ପାଇବେ।
କୁମ୍ଭ
କୁମ୍ଭ
ସାମାଜିକ ସ୍ତରରେ ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତାକରି ବ୍ୟସ୍ତ ହୋଇପାରନ୍ତି। ଫେରିବା ରାସ୍ତାରେ ଅପରିଚିତ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କାରଣରୁ ବ୍ୟସ୍ତତା ବୃଦ୍ଧିପାଇବ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ସାମୟିକ ଶାରୀରିକ ଅସୁସ୍ଥତା ମାନସିକ ଅଶାନ୍ତି ସୃଷ୍ଟି କରିପାରେ।
ମୀନମୀନ

ପରିବାର ମଧ୍ୟରେ ଯେତେ ପ୍ରକାର ମନ ନେଇ କାମ କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରି ପାରିବେ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ବୁଝାମଣାରେ ଅଗ୍ରଗତି ସହ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ବନ୍ଧୁଙ୍କ ପରାମର୍ଶକ୍ରମେ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?