Posted inRasifala

ରାଶିଫଳ: ସୋମବାର, ଫେବୃୟାରୀ ୨୦ ତାରିଖ – Daily Horoscope

ମେଷ
ଆଜି ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ସମସ୍ତେ ଏକ ମନ ନେଇ କାମ କରିପାରିବେ। ସାମାଜିକ ସ୍ତରରେ ସ୍ବାର୍ଥସାଧନ ଆଶା ରଖି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। କର୍ମକ୍ଷେତ୍ରରେ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।
ବୃଷ
ବୃଷ
କାମ ହାସଲ କ୍ଷେତ୍ରରେ ଆତ୍ମୀୟବ୍ୟକ୍ତି ଜଣେ ଅସହଯୋଗ କରିପାରନ୍ତି। ବିଭିନ୍ନ ପ୍ରକାର ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି କିନ୍ତୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ମିଥୁନ
ମିଥୁନ
ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରୁଣା ରୋଗରେ କଷ୍ଟ ପାଇବେ। ନିଜ ପରିସରରେ ତର୍କ ବିତର୍କ କାରଣରୁ ସମ୍ପର୍କ ହାନି ଘଟିପାରେ। ଆନୁଷ୍ଠାନିକ କାମରେ ରାଜନୈତିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ।
କର୍କଟ
କର୍କଟ
ଶାରୀରିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ରହି ଆସିଥିବା ସମସ୍ୟାର ସରଳ ସମାଧାନ ହୋଇଯିବ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ
ସି˚ହ
ସାଧାରଣ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ଆଜି ଦୀର୍ଘଦିନର ଆଶା ଫଳବତୀ ହେବ। ତଥାପି ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିବେ। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ଗୃହୋପକରଣ ସାମଗ୍ରୀ କ୍ରୟ କରିବେ, ମହିଳାମାନେ ଉଚ୍ଚସ୍ତରରୁ ସମ୍ମାନିତ ହେବେ।
କନ୍ୟା
କର୍ମକ୍ଷେତ୍ରରେ ସାହାଯ୍ୟ,ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ। ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ତୁଳା
ତୁଳା
ସ୍ବାସ୍ଥ୍ୟ ଠିକ୍‌ ଥିଲେ ମଧ୍ୟ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣକୁ କେନ୍ଦ୍ରକରି କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। କୈାଣସି ନିକଟତମ ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।
ବିଛା
ବିଛା
ପରିସ୍ଥିତି ପ୍ରତି ନଜର ରଖିବା ସାଙ୍ଗକୁ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ସହକର୍ମୀମାନଙ୍କ ଅନୁରୋଧରେ ମନୋରଞ୍ଜନରେ ଆଗ୍ରହୀ ହେବେ। ତଥାପି କରୁଥିବା କାମ ସକାଶେ ମଧ୍ୟାହ୍ନରେ ଟେନସନ୍‌ ବଢିପାରେ। ଆଜି ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।
ଧନୁ
ଧନୁ
ଗତକାଲିର ଘଟଣା ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଯେକୈାଣସି କ୍ଷେତ୍ରରେ ହେଉନା କାହିଁକି,ଆପଣ ଆଜି ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ବନ୍ଧୁମାନଙ୍କର ଛଳନାପୂର୍ଣ୍ଣ କଥାକୁ ଠିକ୍‌ ଭାବେ ବୁଝି ପାରିବେନି। ସକାଳୁ ସକାଳୁ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
ବିଭିନ୍ନ ପ୍ରକାର ପାରିବାରିକ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ୟ ବଢ଼ିପାରେ। ଅବଶ୍ୟ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆବଶ୍ୟକସ୍ଥଳେ ଧାରକରଜ କରି କାମ ତୁଲାଇ ନେବେ। ଚେଷ୍ଟା କରୁଥିବା କାମରେ ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ।
କୁମ୍ଭ
କୁମ୍ଭ
ଆଜିର କର୍ମକ୍ଷେତ୍ରରେ ନେତ୍ୱସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ଯେକୈାଣସି କାମ ହେଉନା କାହିଁକି ଆପଣ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବାର ସମ୍ଭାବନା ରହିଛି। ବନ୍ଧୁଙ୍କ ଦ୍ୱାରା କାମଟି କରାଇ ନେବେ,କିନ୍ତୁ ତାଙ୍କର ଛୋଟ କଥାକୁ ଧରି ବସନ୍ତୁ ନାହିଁ।
ମୀନମୀନ
ପଛକଥା ନ ଭାବି ବର୍ତ୍ତମାନର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ। ବନ୍ଧୁମାନଙ୍କ ସାହାଯ୍ୟ ନେଇ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

ରାଶିଫଳ: ବୁଧବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ କିନ୍ତୁ ଦରକାର ସମୟରେ ପାଖରେ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri