Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ
ଯାହା ଆଶା କରିଛନ୍ତି ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ କିନ୍ତୁ ଟିକିଏ ବିଳମ୍ବ ଓ ଝାମେଲା ଭିତରେ ହିଁ ମିଳିବ। ଶିଳ୍ପ, ବାଣିଜ୍ୟ, ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କର୍ମଜଞ୍ଜାଳ ବୃଦ୍ଧି ହେତୁ କଠିନ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ଅର୍ଥ ସମ୍ପର୍କିତ କାମକୁ ନିକଟତମ ବନ୍ଧୁଟି ଦ୍ୱାରା ହାସଲ କରିବେ।
ବୃଷ
ବୃଷ
ପରିସ୍ଥିତି ଯାହା ହୋଇଥାଉନା କାହିଁକି ସମୟ ସ୍ରୋତରେ ଅନ୍ୟମାନଙ୍କ ପ୍ରେରଣାରେ ଆଗକୁ ମାଡ଼ି ଚାଲିବେ। ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇପାରନ୍ତି। ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତ, ନତୁବା ଅଦଳବଦଳ ସମ୍ଭାବନା ରହିଛି। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ସମସ୍ୟାଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ମନ୍ଦ ନ ଥିବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ। ଯୁକ୍ତିଯୁକ୍ତ କଥା କହି ପ୍ରତ୍ୟେକ କ୍ଷେତ୍ରକୁ ସାଧାରଣ ଅବସ୍ଥାକୁ ଆଣିବାରେ ସମର୍ଥ ହେବେ। ପରିବାର, ପରିବହନ, ପ୍ରଶାସନ, ପ୍ରକାଶନ, ରାଜନୀତି ଓ ଆନୁଷ୍ଠାନିକ କାମ ଉନ୍ନତ ରହିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବ ଓ ଉଚ୍ଚ ସମ୍ମାନ ଓ ପ୍ରଶଂସା ପାଇବେ। ଅବଶ୍ୟ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ଅର୍ଥହାନି ଓ ଅଭାବ ଅସୁବିଧା ଯୋଗୁ ଅଧିକାଂଶ ସମୟ ଚିନ୍ତିତ ରହିବେ। ଆକସ୍ମିକ ଭାବେ କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିବାକୁ ପଡ଼ିପାରେ।
ସି˚ହ
ସି˚ହ
ଉପରିସ୍ଥଙ୍କ ଅନୁଗ୍ରହରୁ ଅଟକି ରହିଥିବା କାମଟି ସମ୍ମାନର ସହ ହଠାତ୍‌ ହୋଇଯିବ। ସାମାଜିକସ୍ତରରେ ବିରୋଧୀମାନେ ମୃଦୁ ଗୁଞ୍ଜରଣ ସୃଷ୍ଟି କରିପାରନ୍ତି। ଅବଶ୍ୟ ଉଚ୍ଚସ୍ତରରୁ ସାହାଯ୍ୟ ଓ ସହଯୋଗର ଅବାରିତ ଧାରା ଛୁଟି ଆସିବ। ଜମିଜମା, ନିର୍ମାଣ, ଆଇନ, ଅଦାଲତ କ୍ଷେତ୍ର ପାଇଁ ମଧ୍ୟମ ପ୍ରକାରର ସ୍ଥିତି ରହିପାରେ।
କନ୍ୟା
ଦୀର୍ଘଦିନର ଅପୂରଣୀୟ ଆଶା ମନକୁ ଆଲୋଡ଼ନ କରିବା କାରଣରୁ ସାମୟିକ ଅଶାନ୍ତ ରହିବେ। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ଲାଗି ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ। କଳା, କାରିଗରି, ସାହିତ୍ୟ, ସଙ୍ଗୀତ, ପ୍ରଭୃତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ତୁଳା
ତୁଳା
ପୂର୍ବ ସ୍ଥିରୀକୃତ ଯୋଜନାନୁଯାୟୀ କାର୍ଯ୍ୟାରମ୍ଭ କରନ୍ତୁ ଅବଶ୍ୟ ସଫଳ ହେବେ। ଆବଶ୍ୟକ ଅର୍ଥ ବିଭିନ୍ନ ସୂତ୍ରରୁ ପାଇବାରେ ଅସୁବିଧା ହେବନାହିଁ। ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା, କଳା, ସାହିତ୍ୟରେ ସମସ୍ୟା ସମାଧାନ ସକାଶେ ବିଳମ୍ବ ଘଟିପାରେ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନିକସ୍ତରରେ ସୁଫଳ ପାଇବେ।
ବିଛା
ବିଛା
ବିଭିନ୍ନ ପ୍ରକାର ସମସ୍ୟା ଭିତରେ ସମାଧାନର ସୂତ୍ର ଖୋଜି ପାଇବାରେ ଅସୁବିଧା ହେବନାହିଁ। ଆର୍ଥିକ ସ୍ଥିତିର ଦୂରବସ୍ଥା ପ୍ରତିଟି କ୍ଷେତ୍ରରେ ଅଗ୍ରଗତିର ପଥରୋଧ କରିପାରେ। ପାରିବାରିକ ସ୍ଥିତି ପୂର୍ବପରି ରହିବ କିନ୍ତୁ ପାରିପାର୍ଶ୍ୱିକ ସ୍ଥିତି ଶାନ୍ତ ରହି ନ ପାରେ। କ୍ରୀଡ଼ା, କଳା, ସାହିତ୍ୟ ଓ ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ।
ଧନୁ
ଧନୁ
ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହେତୁ ଭାବପ୍ରବଣତା ବୃଦ୍ଧି ପାଇବ। ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି। ପଡ଼ୋଶୀମାନଙ୍କ ଉପରେ ପୂର୍ଣ୍ଣ ଭରସା କରିବା ପୂର୍ବରୁ ପରଖିନେବା ଭଲ ହେବ। ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ରହିବ।
ମକର
ମକର
ଆଜି ପ୍ରତ୍ୟୁଷରେ ଯେଉଁ କାମରେ ବାହାରିଛନ୍ତି ସେଥିରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଉପର ଅଧିକାରୀ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ରପ୍ତାନୀ, ଏଜେନ୍ସି, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନିତ ହେବେ।
କୁମ୍ଭ
କୁମ୍ଭ
ଆଜି ଦିନଟିରେ ଯେତେ ଭଲ କାମ କଲେ ମଧ୍ୟ ସମାଲୋଚିତ ହେବେ। ହଠାତ୍‌ ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ ଲାଗି ଚେଷ୍ଟା କରିବେ। ମାଲିମକଦ୍ଦମା, ଜମିଜମା ବିବାଦ, ଅର୍ଥନୈତିକ କାର୍ଯ୍ୟ, ଭ୍ରମଣ ପ୍ରଭୃତି କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆର୍ଥିକ ଉନ୍ନତି ଘଟିବ। କିଛି ବ୍ୟାଙ୍କ ଜମା ମଧ୍ୟ କରିବାର ସମ୍ଭାବନା ରହିଛି।
ମୀନମୀନ
କୌଣସି ଆନୁଷ୍ଠାନିକ କର୍ମ ଭିତରେ ଗୁରୁଦାୟିତ୍ୱ ବହନ କରିବାକୁ ପଡ଼ିପାରେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବନାହିଁ। ଆଲୋଚନା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ। ପୂର୍ବାହ୍ନରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ନିମନ୍ତ୍ରଣ ପାଇ ବିସ୍ମୟାଭୂତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?