Posted inRasifala

ରାଶିଫଳ: ସୋମବାର, ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମଚନ୍ଦ୍ର ହେତୁ ସ୍ବାସ୍ଥ୍ୟହାନି କିମ୍ବା ମତପାର୍ଥକ୍ୟଜନିତ ଅଶାନ୍ତିକର ବାତାବରଣ ସୃଷ୍ଟି ହେବ। ବିଳାସକାରକ ଶୁକ୍ର କେନ୍ଦ୍ରସ୍ଥ ଯୋଗୁ ବିଳାସପ୍ରିୟ ହେବେ ଏବଂ ମନୋରଞ୍ଜନ କାର୍ଯ୍ୟରେ ବନ୍ଧୁଙ୍କ ନିମନ୍ତ୍ରଣ ପାଇବେ। ପରୋକ୍ଷ ଶତ୍ରୁତା, ବାଣିଜ୍ୟ ଓ ପରିବହନ ପାଇଁ ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି। ପିଲାଙ୍କ ସଫଳତାରୁ ଖୁସି ହେବେ।
ବୃଷ
ବୃଷ
ମୁଖଭାବସ୍ଥ ବୃହସ୍ପତିଜନିତ ଆପଣଙ୍କ ପ୍ରଭାବଶାଳୀ ବକ୍ତବ୍ୟ ବହୁଜନମନ ହରଣ କରିବ। କିନ୍ତୁ ଅର୍ଥସଂକଟ ମଧ୍ୟରେ ଗତି କରିବା ସହ ମନ ଅନୁଯାୟୀ କୌଣସି କାମ କରିବା ସହଜସାଧ୍ୟ ନ ହୋଇପାରେ। ଗୃହ ନିର୍ମାଣ, ଯାନବାହନ ମରାମତି, ସଭାସମିତିରୁ ଉପକୃତ ହେବେ। ଆନୁଷ୍ଠାନିକ କାମରେ ଟେନ୍‌ସନ ଲାଗିରହିପାରେ।
ମିଥୁନ
ମିଥୁନ
କର୍ମାଧିପ ବୃହସ୍ପତି ରାଶିରେ ରହିଥିବାରୁ ଉନ୍ନତ ଚିନ୍ତା, ନୂତନ ଯୋଜନା, କର୍ମାରମ୍ଭ ପାଇଁ ଶୁଭପ୍ରଦ ରହିବ। ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବା ସହ ଇଚ୍ଛା ଓ ଅଭିଳାଷ ପୂରଣ ଦିଗରେ ସାହାଯ୍ୟ, ସହଯୋଗ ମିଳିବ। ଜମିଜମା, ପୁରୁଣା ଗାଡି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ମନ ବଳାଇବେ।
କର୍କଟ
କର୍କଟ
ଶୁକ୍ରଙ୍କ ପ୍ରଭାବରେ ଅର୍ଥ ସମ୍ପର୍କିତ ସଂକଟଜନକ ସ୍ଥିତିରେ ସୁଧାର ଆସିବା ସହ କାମ ହାସଲରେ ପ୍ରତିବନ୍ଧକ ରହିବନାହିଁ। ଆପଣଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ବନ୍ଧୁ ପଛରେ ସମାଲୋଚନା କରିପାରନ୍ତି। କଚେରି ମାମଲା ମନ୍ଥର ହେବାରୁ ଉଦ୍‌ବେଗ ବଢ଼ିବ। ପରିଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବାରୁ ଆଶ୍ୱସ୍ତି ଲଭିବେ।
ସି˚ହ
ସି˚ହ
ଆଜିର ଗ୍ରହସ୍ଥିତିର ପ୍ରଭାବରେ ଦୈହିକ ସୁସ୍ଥତା ସହ କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟ ଲଭିବେ। ଚନ୍ଦ୍ର କ୍ଷେତ୍ରରେ ଶୁକ୍ର ଆପଣଙ୍କୁ ବନ୍ଧୁଙ୍କ କଥାରେ ପ୍ରଭାବିତ କରାଇ କୌଣସି ଅକରଣୀୟକର୍ମ ପାଇଁ ପ୍ରୋତ୍ସାହିତ କରିପାରନ୍ତି। ପୁତ୍ରକନ୍ୟା ହେତୁକ ସମସ୍ୟା ଓ ବ୍ୟବସାୟ,ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିବ।
କନ୍ୟା
ଗୁରୁଙ୍କ ଷଡ଼ାଷ୍ଟକ ସ୍ଥିତି ଚନ୍ଦ୍ର ସହ ରହିଥିବାରୁ ଆପଣ ଲକ୍ଷ୍ୟଭ୍ରଷ୍ଟ ହେବେନି ସତ କିନ୍ତୁ ସୁବିଧାରେ କୌଣସି କାମ କରିପାରିବେ ନାହିଁ। ଶତ୍ରୁତା କରୁଥିବା ଲୋକ ମିତ୍ର ସାଜିବାକୁ ଚେଷ୍ଟିତ ହେବେ। ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ପ୍ରଶାସନ, ସାମ୍ବାଦିକତା, ପ୍ରକାଶନ ଓ ପରିବହନ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି।
ତୁଳା
ତୁଳା
ଭାଗ୍ୟସ୍ଥ ବୃହସ୍ପତି ହେତୁ କର୍ମକ୍ଷେତ୍ରରେ ତଥା ଆନୁଷ୍ଠାନିକ କାମରେ ଗଠନମୂଳକ ପରାମର୍ଶ ଦେଇ ବନ୍ଧୁଙ୍କ ପ୍ରିୟପାତ୍ର ହେବେ। ଅଟକି ରହିଥିବା ନିର୍ମାଣ ତଥା ବ୍ୟବସାୟଭିତ୍ତିକ କାମ ସୁରୁଖୁରୁରେ ହୋଇଯିବ। ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବେ। ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହୋଇପାରେ।
ବିଛା
ବିଛା
ରାଶିରେ ଭାଗ୍ୟାଧିପଙ୍କ ସ୍ଥିତି ଯୋଗୁ ନୂଆ କାମଟିଏ ଆରମ୍ଭ କରିବା ପାଇଁ ଅନୁକୂଳ ଦିନଟିଏ। ବନ୍ଧୁଙ୍କ ସହ ଆଲୋଚନା କ୍ଷେତ୍ରରେ ଭାବିଚିନ୍ତି କାମ ନ କଲେ ଅସୁବିଧା ଭୋଗିବେ। କିଛି ନ ବୁଝି ଘଟଣାକୁ ଅତିରଞ୍ଜିତ କରି ପଡ଼ୋଶୀ ବିରୋଧାତ୍ମକ ମନ୍ତବ୍ୟ ଦେଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ବିଶେଷ ଅସୁବିଧା ହେବ ନାହିଁ ।
ଧନୁ
ଧନୁ
କେତୁଯୁକ୍ତ ବୁଧ ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରି ଅଶାନ୍ତି ଅନୁଭବ କରିବେ। ବନ୍ଧୁମାନେ ଦୂରେଇ ଯିବାରୁ ପାରିବାରିକ ବିବାଦ ସମାଧାନ ବିଳମ୍ବ ହୋଇପାରେ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଉଲ୍ଲସିତ ହେବେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ଆଶ୍ୱସ୍ତି ଅନୁଭବ କରିବେ।
ମକର
ମକର
ଆଜି ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ଜମିଜମା କ୍ରୟ କିମ୍ବା ବାଣିଜ୍ୟାରମ୍ଭ ପାଇଁ ମନ ବଳାଇ ପାରନ୍ତି। କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ। ଗୁରୁଜନଙ୍କ ପରାମର୍ଶ କ୍ରମେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିପାରେ।
କୁମ୍ଭ
କୁମ୍ଭ
ଶୁଭଭାବରେ ଦେବଗୁରୁଙ୍କ ଅବସ୍ଥିତିଜନିତ ଆଜିର ଯାତ୍ରା, ଆନୁଷ୍ଠାନିକ କାମ ଏବଂ ଧର୍ମକାର୍ଯ୍ୟାରମ୍ଭ ପାଇଁ ଶୁଭପ୍ରଦ ହେବ। ଯେଉଁ କାମରେ ହାତ ଦେବେ ତାହା ସହଜରେ ସମ୍ପନ୍ନ ହୋଇଯିବ। ଆକସ୍ମିକ ସମସ୍ୟାକୁ ନେଇ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ,ନତୁବା ସମାଲୋଚିତ ହେବାକୁ ପଡିପାରେ।
ମୀନମୀନ

ମଙ୍ଗଳଙ୍କ ମଙ୍ଗଳପ୍ରଦ ଦୃଷ୍ଟିରୁ କର୍ମକ୍ଷେତ୍ରରେ, ରାଜନୀତିରେ ଆଶାପୂରଣ କରିପାରିବେ। ସାମାଜିକ ସ୍ତରରେ କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ଆନୁଷ୍ଠାନିକ କାମରୁ କିମ୍ବା ସଭାସମିତିରେ ସଫଳତା ହାସଲ କରିବେ। ସମ୍ପର୍କୀୟଙ୍କ ସହ ସମ୍ପର୍କହାନି ଯୋଗୁ ଚିନ୍ତାପ୍ରକଟ କରବାର ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?