Posted inRasifala

ରାଶିଫଳ: ଶନିବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମଭାବରୁ ଚନ୍ଦ୍ର ମଙ୍ଗଳଙ୍କୁ ଦେଖୁଥବାରୁ ସ୍ବାସ୍ଥ୍ୟ, ଜମିଜମା, ଋଣ ପରିଶୋଧଜନିତ ଚିନ୍ତା ଉଦ୍ରେକ କରାଇବ। କୌଣସି ବନ୍ଧୁଙ୍କ ଆଗମନ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଅବଶ୍ୟ କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେବେ। ବିବାଦୀୟ ଘଟଣାରେ କୌଣସି ପକ୍ଷ ସମର୍ଥନ କରିବା ଠିକ୍‌ ହେବ ନାହିଁ ।
ବୃଷ
ବୃଷ
ଷଷ୍ଠ ସ୍ଥାନରେ ଦୁର୍ବଳ ଶୁକ୍ର ସ୍ବାସ୍ଥ୍ୟ ପାଇଁ ଅନ୍ତରାୟ ସୃଷ୍ଟି କରିବ। ଏଣେ ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ କଳହ ଲାଗିପାରେ। ଅଭାବ ଥିଲେ ମଧ୍ୟ କେଣସି ମୂଲ୍ୟବାନ ଜିନିଷ କିଣିବା ସକାଶେ ଧାର କରିବାକୁ ଚିନ୍ତା କରିବେ। ଅଯଥା ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବା ଠିକ୍‌ ହେବନାହିଁ ।
ମିଥୁନ
ମିଥୁନ
ଏକାଧିକଗ୍ରହ ଚତୁର୍ଥସ୍ଥ ହେତୁ ଆଜି ବନ୍ଧୁ ଗହଣରେ ବେଶି ସମୟ କଟିଲେ ମଧ୍ୟ ଘରର ଅଶାନ୍ତି ମନକୁ ଭାରାକ୍ରାନ୍ତ କରି ରଖିବ। ପ୍ରାପ୍ୟଧନ ଆଜି ଅପରାହ୍ନରେ ପାଇବାର ପ୍ରତିଶ୍ରୁତି ପାଇବେ। ସମ୍ପର୍କୀୟଙ୍କ ସକାଶେ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ହେବ। ବ୍ୟବସାୟ ଓ ପରିବହନ ପାଇଁ କୌଣସି ସମସ୍ୟା ରହିବ ନାହିଁ।
କର୍କଟ
କର୍କଟ
ନୀଚାଂଶରେ ଶୁକ୍ରଙ୍କ କୁପ୍ରଭାବରୁ ପରିବାରରେ ପୁରାତନ ଗୃହ, ଗାଡିମୋଟର କିମ୍ବା ସମ୍ପତ୍ତିକୁ କେନ୍ଦ୍ରକରି କଳହ ଲାଗିପାରେ। ବକେୟା ଅର୍ଥ ଆଦାୟ ବେଳେ ବାକ୍‌ଭବିତଣ୍ଡା ଲାଗିପାରେ। ଶିଳ୍ପ, ବ୍ୟବସାୟ, ପରିବହନରେ ଆଶାନୁରୂପ ଫଳ ପ୍ରାପ୍ତି ହୋଇପାରେ। ସମ୍ପର୍କୀୟଙ୍କ ସହ ମତାନ୍ତର, ଭ୍ରାତୃ ସମ୍ପର୍କ ହାନି ଘଟିବାର ଆଶଙ୍କା ରହିଛି।
ସି˚ହ
ସି˚ହ
ମୁଖଭାବସ୍ଥ ଗ୍ରହ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୋନ୍ମୁଖୀ କରାଇପାରନ୍ତି। କାର୍ଯ୍ୟରେ ପ୍ରତିବନ୍ଧକ ଓ ପାରିବାରିକ କ୍ଷେତ୍ରରେ ସମସ୍ୟାକୁ କେନ୍ଦ୍ର କରି ମନ ଭଲ ରହିବ ନାହିଁ। ସମ୍ପର୍କୀୟଙ୍କ ପରୋକ୍ଷ ବିରୁଦ୍ଧାଚରଣ ମାନସିକ ସ୍ତରରେ ଅଶାନ୍ତି ସୃଷ୍ଟି କରିବ। କର୍ମକ୍ଷେତ୍ରରେ କେତେକ ସମସ୍ୟା ରହିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ।
କନ୍ୟା
ବଳବାନ୍‌ ସପ୍ତମକେନ୍ଦ୍ରସ୍ଥ ରାହୁ ସମସ୍ୟା ମଧ୍ୟରେ କାର୍ଯ୍ୟ ହାସଲ ପାଇଁ ଆନୁଷଙ୍ଗିକ ସହଯୋଗ ପ୍ରଦାନ କରିବେ। ଅଭାବ ସାଙ୍ଗକୁ ପ୍ରତ୍ୟେକ କାମ ବିଳମ୍ବରେ ହେଉଥିବାରୁ ମାନସିକ ଚାପ ବଢିଯିବ। ବନ୍ଧୁ କିମ୍ବା ଆମତ୍ୀୟଙ୍କ ଦୁଃଖିତ ମନକୁ ସାନ୍ତ୍ବନା ଦେବାକୁ ଯାଇ ପରିବାରରେ ଟଣାଓଟରା ଲାଗିପାରେ।
ତୁଳା
ତୁଳା
ନୀଚସ୍ଥ ଚନ୍ଦ୍ରଜନିତ ବିଭିନ୍ନ ଅସନ୍ତୁଳିତ ଭାବନା ମନକୁ ଅସ୍ଥିର କରିବ। କର୍ମକ୍ଷେତ୍ରରେ ଆପଣ ପରିସ୍ଥିତିବଶତଃ ଠିକ୍‌ କଥା ମଧ୍ୟ କହିବାରେ ମଧ୍ୟ ପଛେଇଯିବେ। କେତେକ କ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରି ସମସ୍ୟାକୁ ନିମନ୍ତ୍ରଣ କରି ବାକୁ ପଡିପାରେ। ସ୍ଥାନ ପରିବର୍ତ୍ତନ ହେବା କାରଣରୁ ଦୁଶ୍ଚିନ୍ତା ମଧ୍ୟ ବଢିଯାଇପାରେ।
ବିଛା
ବିଛା
ବେଳକୁ ବେଳ କାମର ଚାପ ବୃଦ୍ଧି ପାଇବା କାରଣରୁ ମାନସିକ ବ୍ୟତିକ୍ରମ ସୃଷ୍ଟି ହେବ। ଜ୍ୟେଷ୍ଠା ନକ୍ଷତ୍ର ଆଜି ଯେମିତି ଛାହୁଁଛନ୍ତି କିମ୍ବା ଭାବୁଛନ୍ତି ଠିକ୍‌ ସେପରି ଫଳ ପାଇଯିବେ। ଆର୍ଥିକ ଉନ୍ନତି, ଅଭିଳଷିତ କାର୍ଯ୍ୟରେ ଅଗ୍ରଗତି ଘଟିବା ହେତୁ ସାମୟିକ ମନ ହାଲୁକା ହୋଇଯିବ। ଆଳସ୍ୟ ଓ ଅବହେଳାଜନିତ ସମାଲୋଚିତ ହୋଇପାରନ୍ତି।
ଧନୁ
ଧନୁ
ଚନ୍ଦ୍ରଙ୍କ କୋଣଭାବସ୍ଥ ଗୁରୁ ହେତୁ ଆଜି ବନ୍ଧୁ ମେଳରେ ରହିବାର ସୁଯୋଗ ପାଇବେ । ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ କିନ୍ତୁ ଫାଇଦା ହାସଲ ଦୁରୂହ ହୋଇପଡିବ। ଭ୍ରମଣ, ରାଜନୀତି, ସଂଗଠନ, ସଭାସମିତି ପାଇଁ ଦିନଟି ଭଲ। ଘରେ କିମ୍ବା ଅଫିସ୍‌ରେ ହଠାତ୍‌ କାୈଣସି ଖବର ଦୂରସ୍ଥାନ ଯାତ୍ରା ପାଇଁ ବାଧ୍ୟ କରିବ ।
ମକର
ମକର
ମଙ୍ଗଳ ଓ ରାହୁଙ୍କ ସ୍ଥାନ ସ୍ଥିତି କାରଣରୁ ବନ୍ଧୁଙ୍କ ସାହାଯ୍ୟର ଅଭାବ ରହିବ ନାହିଁ, କିନ୍ତୁ ବିଳମ୍ବିତ ସମୟ ଧୈର୍ଯ୍ୟଚ୍ୟୁତି ଘଟାଇବ। ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, ଅବଶ୍ୟ କ୍ଷତିରେ ପଡିବେ ନାହିଁ । ମାଲିମକଦ୍ଦମାରେ ସଫଳତା ହାସଲ କରିବେ। ଆର୍ଥିକ ପରିସ୍ଥିତି ମନ୍ଦ ହେବନି କିମ୍ବା ପୂର୍ଣ୍ଣତଃ ଭଲ ମଧ୍ୟ ହେବ ନାହିଁ।
କୁମ୍ଭ
କୁମ୍ଭ
ରାହୁ ଓ ଚନ୍ଦ୍ରଙ୍କ ଷଡ଼ାଷ୍ଟକ ସ୍ଥିତିଜନିତ ସାଧାରଣ କଥାକୁ ନେଇ ବନ୍ଧୁଙ୍କ ସହ କଳହ ଘଟିପାରେ। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ସ୍ଥାପିତ ହେବାରେ ପଡୋଶୀଙ୍କ ଭୂମିକାକୁ ଅଣଦେଖା କରାଯାଇ ନ ପାରେ । ଜମିଜମା କାରବାର, ସରକାରୀ ସୁତ୍ରରୁ ଧାର୍ମିକ କାର୍ଯ୍ୟ ପ୍ରଭୃତିରେ ସଫଳତା ପାଇବେ। ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହୋଇପାରେ।
ମୀନମୀନ
ଦେବଗୁରୁଙ୍କ ଶୁଭ ଦୃଷ୍ଟିରୁ ବନ୍ଧୁଙ୍କ ସାହାଯ୍ୟ ଲାଭ କରି ମାନସିକ ସ୍ଥିତି ସୁସ୍ଥ ହୋଇଯିବ। କିଛିଦିନ ଧରି ଯାହା ଓ ଯେମିତି ଭାବୁଥିଲେ ଆଜି ଠିକ୍‌ ତାହାହିଁ ପାଇବେ। କର୍ମକ୍ଷେତ୍ରରେ ହଠାତ୍‌ ଅପରାହ୍ନରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କଳା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri