Posted inRasifala

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧ ତାରିଖ – Daily Horoscope

ମେଷ
ଆଜି କର୍ମସ୍ଥାନରେ ଶନିଙ୍କ ସହ ଚନ୍ଦ୍ର ରହୁଥିବାରୁ ଘରକୁ ବନ୍ଧୁ ଆସିପାରନ୍ତି। ପରିବାର ଲୋକମାନଙ୍କ ସହ ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନତୁବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ । ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ବୃଷ
ବୃଷ
ଭାଗ୍ୟସ୍ଥାନରେ ଚନ୍ଦ୍ର ଧାର୍ମିକଭାବନା ଉଦ୍ରେକ କରିବା ସାଙ୍ଗକୁ ବିଭିନ୍ନ ଦିଗରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। କଚେରି ମାମଲାର ଶୁଣାଣିରେ ବିଳମ୍ବଜନିତ କ୍ଷୋଭ ପ୍ରକାଶ କରିପାରନ୍ତି। କଳା, ସାହିତ୍ୟ, କ୍ରୀଡ଼ା ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ଭୁଲବୁଝାମଣାରୁ ପାରିବାରିକ ଜୀବନ ସମସ୍ୟାବହୁଳ ହୋଇପାରେ।
ମିଥୁନ
ମିଥୁନ
ଦୁଃସ୍ଥାନସ୍ଥ ଚନ୍ଦ୍ର ପ୍ରଭାବରେ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିତି ଭଲ ରହି ନ ପାରେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ବନ୍ଧୁମାନଙ୍କ ପରାମର୍ଶକୁ ବାଧ୍ୟବାଧକତାରେ ଗ୍ରହଣ କରିବେ।
କର୍କଟ
କର୍କଟ
ଚନ୍ଦ୍ର ଓ ଶନିଙ୍କ ସପ୍ତମ କେନ୍ଦ୍ରସ୍ଥ ସ୍ଥିତି ହେତୁ ଗୁରୁତ୍ୱପୂର୍ଣ୍ଣ କଥାଟିକୁ ଭୁଲିଯିବେ। ନିର୍ମାଣ, ଯୋଗାଯୋଗ, ପବ୍ଲିକେଶନ, ଆଲୋଚନା ଓ ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ସାହିତ୍ୟ, କଳା, ବିଜ୍ଞାନରେ ସଫଳତା ହାସଲ କରିବେ। ବହୁତ ଦିନରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ଖୁସି ହୋଇପାରନ୍ତି।
ସି˚ହ
ସି˚ହ
ଆଜି ଶୁଭ ଚନ୍ଦ୍ର ପ୍ରଭାବରୁ ହଠାତ୍‌ କୌଣସି ନୂତନ ଯୋଜନା ଆରମ୍ଭ କରିପାରନ୍ତି। ସନ୍ତାନମାନଙ୍କ ସମସ୍ୟା ବିଷୟ ଚିନ୍ତାକରି ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ପରୋକ୍ଷ ଶତ୍ରୁତା କାରଣରୁ କେତେକ ଆକସ୍ମିକ ସୁଯୋଗ ହାତଛଡା ହୋଇପାରେ । ଶିଳ୍ପ, ବାଣିଜ୍ୟ, ନିର୍ମାଣ କ୍ଷେତ୍ରରେ ଆଶାନୁରୂପ ଫଳ ପାଇପାରିବେ।
କନ୍ୟା
ଅଷ୍ଟମସ୍ଥ ରାହୁଜନିତ ବିଭିନ୍ନ ସମସ୍ୟାରେ ବ୍ୟତିବ୍ୟସ୍ତ ହୋଇପାରନ୍ତି। ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ପରିବାରର ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ । ଯେ କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ତୁଳା
ତୁଳା
ଏକାଧିକ ଗ୍ରହ ରାଶିରେ ଥିବାରୁ କେତେକ ଅପୂରଣୀୟ ଆଶା ମନରେ ଆଲୋଡ଼ନ ସୃଷ୍ଟି କରିବ। ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ। ବିବାଦୀୟ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। କଳା, ସାହିତ୍ୟ, ସାମ୍ବାଦିକତା, ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ।
ବିଛା
ବିଛା
ଅନୁକୂଳଗ୍ରହସ୍ଥିତି ହେତୁ ଆଜିର ଯାତ୍ରା, ଚେଷ୍ଟା କରୁଥିବା କାମ, ଲକ୍ଷ୍ୟପ୍ରାପ୍ତିର ଆଶା ନିରର୍ଥକ ହେବ ନାହିଁ। ଯାହାକୁ ନିଜର ଭାବୁଛନ୍ତି ସେ ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠା ପ୍ରତି ଈର୍ଷାନ୍ବିତ ହେବେ। ଆପୋସ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇଯିବ। କଳା, ସାହିତ୍ୟ,ସାମ୍ବାଦିକତାରେ ଉଚ୍ଚ ପ୍ରଶଂସା ପାଇବେ ।
ଧନୁ
ଧନୁ
ପାପଗ୍ରହ ପ୍ରଭାବରେ ଯେତେ ପ୍ରକାରର ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍‌ ସାମନା କରିବା କଷ୍ଟକର ହୋଇପାରେ। ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।
ମକର
ମକର
ଧନସ୍ଥଗ୍ରହ ରାଶିରେ ଥିବାରୁ ଅର୍ଥ ସାହାଯ୍ୟ ପାଇବା ଆଶାରେ ବନ୍ଧୁଙ୍କୁ ବିନୟପୂର୍ଣ୍ଣ କଥା କହିପାରନ୍ତି । ଶିଳ୍ପ, ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡିବାକୁ ଚେଷ୍ଟା କରି ସଫଳ ହେବେନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା କେତେକାଂଶରେ ଅଭିଳାଷ ମଧ୍ୟ ପୂରଣ ହୋଇଯିବ।
କୁମ୍ଭ
କୁମ୍ଭ
ବକ୍ରୀମଙ୍ଗଳ ନୀଚାରୋହୀ ଯୋଗୁ ଅଟକି ରହିଥିବା କାମଗୁଡ଼ିକୁ ତ୍ୱରାନ୍ବିତ କରିବା ସମସ୍ୟାବହୁଳ ହୋଇପାରେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଉଥିବାରୁ ମନରେ ସରସତା ରହିବ ନାହିଁ। ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିପାରନ୍ତି। ସମସ୍ତ ପ୍ରକାରର ସାହାଯ୍ୟ ସକାଶେ ଜଣେ ବନ୍ଧୁ ପ୍ରତିଶ୍ରୁତି ଦେଇପାରନ୍ତି ।
ମୀନମୀନ
କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ବନ୍ଧୁଙ୍କ ଖାପଛଡ଼ା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିବେ। ମୁଖଭାବ ପାପଯୁକ୍ତ କାରଣରୁ କେତେକ ସ୍ଥାନରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ଅବଶ୍ୟ ନିଜର କାର୍ଯ୍ୟଦକ୍ଷତା ହେତୁ ବନ୍ଧୁମାନଙ୍କ ଗହଣରେ ପ୍ରଶଂସିତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ କୌଣସି ନୂତନ ବନ୍ଧୁଙ୍କ ସହ ବନ୍ଧୁତା ସୃଷ୍ଟିହେବ। ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଅସୁବିଧା ହେବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରରେ ରହି ନୂତନ କର୍ମାରମ୍ଭ ସକାଶେ ମନ ବଳାଇବେ। ସକାଳୁ ସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ଅପୂର୍ବ ସୁଯୋଗ ଲାଭ କରିପାରନ୍ତି।…

ରାଶିଫଳ: ବୁଧବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ପ୍ରତ୍ୟେକ ସ୍ତରରେ ରହିବ। ପାରିବାରିକ ଶାନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri