Posted inRasifala

ରାଶିଫଳ: ଗୁରୁବାର, ମେ ୧ ତାରିଖ – Daily Horoscope

ମେଷ
ଆଜିର ଗ୍ରହସ୍ଥିତିର ଅଦ୍ଭୁତ ଯୋଗ ପ୍ରଭାବରେ ସମ୍ମାନଜନକ ପଦମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିପାରିବେ। ଶୁକ୍ର ନକ୍ଷତ୍ରସ୍ଥ ରବି ପ୍ରତ୍ୟେକ ସମସ୍ୟାକୁ ହାଲୁକା ଭାବେ ନେବାରେ ଅନୁପ୍ରେରିତ କରିବ। ରାହୁ ଓ ଶନିଙ୍କ କୁପ୍ରଭାବଜନିତ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରିବେ ନାହିଁ। ନିଜର ଅଧିକାରକୁ ଅନ୍ୟ ଉପରେ ଲଦିଲେ ସମାଲୋଚିତ ହେବେ।
ବୃଷ
ବୃଷ
ଚନ୍ଦ୍ରଙ୍କ ପ୍ରଭାବରୁ କିଛି ଫାଇଦା ହାସଲ କରିବାର ଅଭିଳାଷ ରଖି କୌଣସି ବ୍ୟକ୍ତି ଅଯଥାରେ ଆପଣଙ୍କୁ ପ୍ରଶଂସା କରିପାରେ। ଲାଗିରହିଥିବା ବିବାଦୀୟ ଘଟଣା କିମ୍ବା କଚେରି ମାମଲା କ୍ଷେତ୍ରରେ ଚିନ୍ତା ବଢ଼ିଯାଇ ପାରେ । ପାରିବାରିକ ସ୍ଥିତି, ବାଣିଜ୍ୟ, ପରିବହନ ଓ ଚେଷ୍ଟା କରୁଥିବା କାମ ଉଠାପକା ମଧ୍ୟଦେଇ ଚାଲିବ।
ମିଥୁନ
ମିଥୁନ
ତୃତୀୟାଧିପ ଉଚ୍ଚସ୍ଥ ହେତୁ ଭାଇ, ବନ୍ଧୁ, ପରିଜନ, ସହକର୍ମୀଙ୍କ ସୌଜନ୍ୟତାରେ ମନ ପ୍ରଫୁଲ୍ଲିତ ରହିବ। ସହଜରେ ଅଭିଳାଷ ପୂରଣ କରିବା ସାଙ୍ଗକୁ ମନ ଭଲ ରହିଥିବାରୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ପ୍ରଦାୟକ ରହିବେ। ନିଜ କାମକୁ ପଛକୁ ରଖି ଅନ୍ୟମାନଙ୍କ ପାଇଁ କିଛି କରିବା ପାଇଁ ମାନସିକ ସ୍ତରରେ ନିଷ୍ପତ୍ତି ନେଇପାରନ୍ତି।
କର୍କଟ
କର୍କଟ
ରାଶି ପାଇଁ ରାଜଯୋଗ କାରକ ଗ୍ରହ ମଙ୍ଗଳଙ୍କ ବଳହୀନତା ଆପଣଙ୍କ ସୁସ୍ଥ ଚିନ୍ତାଧାରାକୁ ବିଗାଡିଦେବ। ସବୁ କାମ ଗୋଳମାଳିଆ ରହିବ ଓ ଏବଂ ବ୍ୟସ୍ତତା ବୃଦ୍ଧି ପାଇବ। ମନରେ ପୂର୍ବଭଳି ଆଗ୍ରହ ନଥାଇ ମଧ୍ୟ ହାତକୁ ନେଇଥିବା କାମରେ ପଛେଇ ଯାଇପାରନ୍ତି। ନିର୍ମାଣାଧୀନ କାମ ଆଗେଇ ଚାଲିବ ଏବଂ ଅଦାଲତରୁ ସୁଫଳ ପାଇବେ।
ସି˚ହ
ସି˚ହ
ବଳହୀନ ଧନାଧିପ ହେତୁ ଆଶାନୁଯାୟୀ ଅର୍ଥ ଓ ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗ ପାଇବା କଷ୍ଟକର ହୋଇପାରେ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ଅଧିକାଂଶ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ପାରିବାରିକ କ୍ଷେତ୍ରରେ ଟେନ୍‌ସନ କିିଛି ମାତ୍ରାରେ କମିଯିବାର ଅନୁଭବ ଆସିପାରେ।
କନ୍ୟା
ଭାଗ୍ୟଭାବସ୍ଥ ବୃହସ୍ପତି ଯୋଗୁ ଆଜି ପରିବାରର କୌଣସି ଗୁରୁତ୍ୱପୂର୍ଣ୍ଣ କଥା ନେଇ ଆଲୋଚନା କରିପାରନ୍ତି। ବିଶ୍ୱାସର ସହ ମିତ୍ରଙ୍କ ଉପରେ ସବୁ ଦାୟିତ୍ୱ ଲଦି ଦେଇ ନିଜେ ଚୁପ୍‌ଚାପ୍‌ ବସିବା ଠିକ୍‌ ହେବନି। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହେବେ। ବ୍ୟବସାୟ ଓ ପରିବହନରେ ବିବାଦୀୟ ସ୍ଥିତି ଦେଖାଦେଇପାରେ।
ତୁଳା
ତୁଳା
ଯୋଜନାକାରକ ଗ୍ରହ ବୃହସ୍ପତି ଦୁଃସ୍ଥାନସ୍ଥ ଯୋଗୁ ପରିକଳ୍ପିତ ଯୋଜନା ଫସର ଫାଟିଯିବ। ଅନ୍ୟମାନଙ୍କୁ କାମରେ ଲଗାଇ ନିଜର ଫାଇଦା ହାସଲ କରିବେ। ବ୍ୟୟ ଭାର କମିବା ବଦଳରେ ବଢ଼ି ଚାଲିବ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
ବିଛା
ବିଛା
ମଙ୍ଗଳ ମନ୍ଦଗ୍ରହଙ୍କ ନକ୍ଷତ୍ରରେ ରହିଥିବାରୁ କାର୍ଯ୍ୟ କରିବାର ସ୍ପୃୃହା ଥିଲେ ମଧ୍ୟ ପାରିବେଶିକ ଅସ୍ଥିରତା ତାହା କରାଇ ଦେଇ ନ ପାରେ। ତର୍କବିତର୍କ ଓ ବାଦାନୁବାଦ ମଧ୍ୟରେ ପରିବାରରେ ସମସ୍ୟାଗୁଡ଼ିକର ସମାଧାନ କରିପାରନ୍ତି। ଅର୍ଥନୈତିକ ପ୍ରଗତି ସହ ସାମାଜିକ, ଆନୁଷ୍ଠାନିକ ତଥା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।
ଧନୁ
ଧନୁ
ଭାଗ୍ୟାଧିପ କୋଣଭାବସ୍ଥ ଯୋଗୁ ନିଜେ କିଛି ନ କରି ପିଲାଙ୍କ ଦ୍ୱାରା କାମ ହାସଲ କରିବେ। ପ୍ରତିକୂଳ ବାତାବରଣ ଲାଗି ରହିଥିଲେ ମଧ୍ୟ ଆନ୍ତରିକ ପ୍ରଚେଷ୍ଟାରୁ ଲକ୍ଷ୍ୟ ହାସଲ କରିବେ। ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ଆଜିର ଯାତ୍ରା, ବାଣିଜ୍ୟ ପାଇଁ ଦିନଟି ବହୁତ ଭଲ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବା ସକାଶେ ସଂଘର୍ଷ କରିବାକୁ ପଡ଼ିବ।
ମକର
ମକର
ରାଶ୍ୟାଧିପ ଉପଚୟସ୍ଥାନରେ ଥିବାରୁ ସଦାସର୍ବଦା ଅନ୍ୟମନସ୍କ ରହିବା ସାଙ୍ଗକୁ କାମଗୁଡ଼ିକ ମଧ୍ୟ ଶୃଙ୍ଖଳିତ ହେବନାହିଁ। ଆର୍ଥିକସ୍ଥିତି ମନ୍ଦ ନ ଥିଲେ ମଧ୍ୟ ଆଜି ଏକ ଭିନ୍ନ ପରିସ୍ଥିତିରେ ପଡି ଋଣ କରିବାକୁ ବାଧ୍ୟ ହେବେ। ଅନ୍ୟମାନଙ୍କ କଥାକୁ ଉପେକ୍ଷା ନ କରିପାରି ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଆଂଶିକ କାଳସର୍ପଯୋଗ ପ୍ରଭାବରେ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ ମାନସିକ ସ୍ଥିତି ସେତେଟା ଭଲ ରହିନପାରେ। ବିଭିନ୍ନ ଅସଜଡ଼ା ପରିସ୍ଥିତି ସୁଧୁରି ଆସୁଥିଲେ ମଧ୍ୟ ବୃଥାଶଙ୍କାରୁ ବିଚଳିତ ରହିପାରନ୍ତି। ଶିଳ୍ପ, ବ୍ୟବସାୟ, ଦୂରଯାତ୍ରା କ୍ଷେତ୍ରରେ ଅନୁକୂଳ ପରିବେଶ ପାଇବେ ନାହିଁ। କର୍ମକ୍ଷେତ୍ରରେ କାର୍ଯ୍ୟସିଦ୍ଧି ଘଟିପାରେ।
ମୀନମୀନ

ରାଶିରେ ଏକାଧିକଗ୍ରହ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ । ଭୁଲ୍‌ ବୁଝାମଣାରୁ ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଦୂରଭ୍ରମଣ, ସାହିତ୍ୟ, ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ। ସ୍ବାସ୍ଥ୍ୟହାନି, ଯୋଜନା ଭଗ୍ନ ସାଙ୍ଗକୁ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ସାମୟିକ ବ୍ୟାହତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri