Posted inRasifala

ରାଶିଫଳ: ବୁଧବାର, ମେ ୧ ତାରିଖ – Daily Horoscope

ମେଷ
ରାଶିରେ ରବିଙ୍କ ସହ ଗୁରୁ ଓ ଶୁକ୍ରଙ୍କ ସଂଯୋଗ କାର୍ଯ୍ୟସିଦ୍ଧି ସହ ସମ୍ମାନଜନକ ସ୍ଥିତିରେ ଅବସ୍ଥାପିତ କରିବ। ସାଂଗଠନିକ ସ୍ଥିତି ସୁଦୃଢ଼ ରହିବା ସହ ପ୍ରତ୍ୟୁଷ ଯାତ୍ରା ଓ ବନ୍ଧୁମିଳନରୁ ଖୁସି ରହିବେ। ପ୍ରଶାସନିକ ସ୍ତରରେ, ରାଜନୈତିକ କ୍ଷେତ୍ରରେ ତଥା ବାଣିଜ୍ୟ, ବ୍ୟବସାୟରେ ଆଶାନୁରୂପ ସୁଫଳ ପାଇବେ।
ବୃଷ
ବୃଷ
ଏକାଦଶସ୍ଥ ଗ୍ରହ ପ୍ରଭାବରୁ ପ୍ରତ୍ୟେକ କାମ ସୁବିଧାରେ ସମ୍ପନ୍ନ ହେବା ସହ ସମସ୍ୟାମୁକ୍ତ ରହିପାରନ୍ତି। କର୍ମକ୍ଷେତ୍ରରେ ଆବଶ୍ୟକତା ପୂରଣ ଦିଗରେ ଆନୁଷଙ୍ଗିକ ସହଯୋଗ ମଧ୍ୟ ପାଇପାରିବେ। ନିଜର ଲୋକଙ୍କୁ ମନେଇବାରେ ସଫଳ ହେବେ। କୌଣସି ନିଷ୍ପତ୍ତିର ଶେଷ ସମୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିପାରେ।
ମିଥୁନ
ମିଥୁନ
ରାହୁମଙ୍ଗଳଯୋଗରୁ ବକେୟା ଟଙ୍କାକୁ ଦେବା ଲୋକ ଖୋଜି ଖୋଜି ଆପଣଙ୍କ ନିକଟକୁ ଆସିବେ। ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ମାତ୍ର ପାରିବାରିକ ଅସ୍ଥିରତା ଲାଗିରହିବା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି। ସମ୍ପର୍କୀୟଙ୍କ ସମର୍ଥନ ଲାଭ କରି କାର୍ଯ୍ୟ ହାସଲ କରିବେ।
କର୍କଟ
କର୍କଟ
ରାଶ୍ୟାଧିପତି ଚନ୍ଦ୍ର ନିଜ ରାଶିକୁ ଅବଲୋକନ କରୁଥିବାରୁ ଯାହା କହିଲେ କଥା ରହିବ ଓ ଯାହା ଚାହିଁବେ ତାହା ପାଇପାରିବେ। ଭୁଲ୍‌ ବୁଝାମଣା ହେତୁ ଭାବପ୍ରବଣତା ବଢ଼ିବ ଏବଂ ପରିବାରରେ ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହେବ। ଶେୟାର ବଜାର, ପ୍ଲଟିଂ କାରବାର କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତିର ଆଶା ରହିଛି।
ସି˚ହ
ସି˚ହ
ଧନାଧିପ ବୁଧ ରାଶିକୁ ଦେଖୁଥିଲେ ମଧ୍ୟ ପାପଗ୍ରହ ସଂଯୋଗରୁ ଆର୍ଥିକ ଦିଗଟି ଭଲ ରହିଲେ ମଧ୍ୟ ମାନସିକ ସ୍ଥିତି ଭଲ ରହି ନ ପାରେ। ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରାୟୋଜିତ ସମସ୍ୟାକୁ ନେଇ ମନକୁ ଭାରାକ୍ରାନ୍ତ ରହିବାର ଆଶଙ୍କା ରହିଛି। କୌଣସି ବନ୍ଧୁ ରାଗ ଶୁଝାଇବାକୁ ଯାଇ ମରମ କଥା କହି ଠିକଣା ସମୟରେ ପ୍ରତିଶୋଧ ନେବାର ଅପଚେଷ୍ଟା କରିପାରନ୍ତି।
କନ୍ୟା
କର୍ମଭାବାଧିପ ଦୁର୍ବଳ ହେତୁ କାମ ଶୃଙ୍ଖଳିତ ରହିବା କଷ୍ଟକର ହେବ। ହସ୍ତା ନକ୍ଷତ୍ରର ମନ ଖୁସି ରହିବ ଏବଂ ଭ୍ରମଣ ସୁଯୋଗ ପାଇବା ସହ ପ୍ରିୟଜନଙ୍କ ସାହାଯ୍ୟରୁ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ବଢୁଥିବାରୁ ଦୁର୍ଭାବନା ବଢ଼ିଚାଲିବ। ନିଜର ଫାଇଦା ପାଇଁ ନିକଟସ୍ଥ ବନ୍ଧୁମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି।
ତୁଳା
ତୁଳା
ସପ୍ତମକେନ୍ଦ୍ରସ୍ଥ ଗ୍ରହଜନିତ ପ୍ରତ୍ୟେକ କାମ ଅଳ୍ପ ପରିଶ୍ରମରେ ସାଧିତ ହୋଇପାରିବ। ଜମିଜମା କାରବାର କିମ୍ବା ନୂତନ ଚୁକ୍ତିପତ୍ର ସମ୍ବନ୍ଧୀୟ କାମଟି ହଠାତ୍‌ ହୋଇଯିବ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ପ୍ରଶାସନ, ପ୍ରକାଶନ କ୍ଷେତ୍ର, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା ଓ କଳା, ସଙ୍ଗୀତାଦିରେ ପ୍ରତିଷ୍ଠା ମିଳିବ।
ବିଛା
ବିଛା
ଭାଗ୍ୟସ୍ଥାନକୁ ଭାଗ୍ୟାଧିପତିଙ୍କ ଦୃଷ୍ଟିଫଳରେ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ଅନୁରାଧା ନକ୍ଷତ୍ରର କିନ୍ତୁ ନିଜର ଚିନ୍ତାଧାରା ଅନୁଯାୟୀ କୌଣସି କାମ ସମ୍ପନ୍ନ ହେବା କଷ୍ଟକର ହୋଇପାରେ। ଅବଶ୍ୟ ଦୃଢ଼ ମନୋବଳ ନେଇ କାମ କରିବେ ଓ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାରେ ସମର୍ଥ ହେବେ।
ଧନୁ
ଧନୁ
ଅଷ୍ଟମାଧିପତି ମୁଖଭାବରେ ଶନିକ୍ଷେତ୍ରସ୍ଥ ଯୋଗୁ ଭାବିଚିନ୍ତି କଥା ନ କହିଲେ ଅସୁବିଧାରେ ପଡିବେ। ମୂଳା ନକ୍ଷତ୍ରର ସ୍ବାସ୍ଥ୍ୟଗତ ବୈଷମ୍ୟତା ଅଶାନ୍ତିର କାରଣ ହୋଇପାରେ। ବୃହସ୍ପତିଙ୍କ ସୁପ୍ରଭାବରୁ ବିଭିନ୍ନ ଯୋଜନାର ପରିକଳ୍ପନା କରିବେ। ଦୂରଯାତ୍ରା ପ୍ରସ୍ତୁତି କରି ଶେଷ ସମୟରେ ତାହା ସ୍ଥଗିତ ରଖିବାକୁ ବାଧ୍ୟ ହୋଇପାରନ୍ତି।
ମକର
ମକର
ଆଜିର ଗ୍ରହସ୍ଥିତି ଭଲ ଯୋଗୁ କାର୍ଯ୍ୟସିଦ୍ଧି ହେବ ଏବଂ ସାଙ୍ଗସାଥୀଙ୍କ ସାହାଯ୍ୟ ଭୁଲିପାରିବେ ନାହିଁ। ଶନିଙ୍କ କୁପ୍ରଭାବରୁ ଟଙ୍କା ପଇସାକୁ କେନ୍ଦ୍ରକରି କଳହ ସୃଷ୍ଟି ସୂଚନା ରହିଛି। ଖଳ ଲୋକଙ୍କ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। କର୍ମକ୍ଷେତ୍ରରେ ବିଗତ ଦିନମାନଙ୍କର ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ।
କୁମ୍ଭ
କୁମ୍ଭ
ଦ୍ୱାଦଶସ୍ଥ ଚନ୍ଦ୍ର ଯୋଗୁ ଆଜି ସକାଳୁ ଯାତ୍ରା କରିବା ସହ ବନ୍ଧୁଙ୍କ ସହ ପ୍ରୀତିପ୍ରଦ ଆଲୋଚନା କରିପାରନ୍ତି। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ଆଶ୍ୱସ୍ତି ଦେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ଓ ଆଇନ ଅଦାଲତ ଦିଗରୁ ସୁଫଳ ପାଇବେ।
ମୀନମୀନ

ଆଜି ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେବ। ତଥାପି ସାହାଯ୍ୟର ଅଭାବ ରହିବ ନାହିଁ। କଚେରି ମାମଲା, ପ୍ରଶାସନିକ ଆଲୋଚନା, ରାଜନୈତିକ ବିତର୍କ, ସାହିତ୍ୟ ସମାଲୋଚନା, କଳା, ସଙ୍ଗୀତକ୍ଷେତ୍ରରେ ଆଶାଜନକ ଫଳ ପାଇବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଆଜି ପରିବାରର ଖର୍ଚ୍ଚ ପରିମାଣ ଦି’ଗୁଣା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?