ମେଷ

ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ, ପ୍ରଶାସନ, ଜ୍ଞାନାର୍ଜନ ସକାଶେ ଚେଷ୍ଟିତ ହେବେ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରହେବ। ନିଜର ଲୋକଙ୍କୁ ବୃଥା ସନ୍ଦେହ କରିବା ଦ୍ୱାରା ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ।
ବୃଷ

ରବି କର୍ମସ୍ଥାନରେ ଅବସ୍ଥାନ କରି କାର୍ଯ୍ୟଦକ୍ଷତା ହେତୁ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ମୃଗଶିରା ସକାଶେ ଦୈହିକ ଦୁର୍ବଳତା ଓ ପାରିବାରିକ ଅସହଯୋଗଜନିତ କାମ ଆଗକୁ ବଢି ନ ପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି କାର୍ଯ୍ୟ ସମ୍ପନ୍ନ ହେବ। ବନ୍ଧୁଙ୍କ ସହ ସାଧାରଣ କଥାରୁ ମନାନ୍ତରର ଆଶଙ୍କା ରହିଛି।
ମିଥୁନ

ଧନାଧିପତି ଷଷ୍ଠସ୍ଥାନରେ ନୀଚ୍ଚସ୍ଥ ଯୋଗୁ ଧନହାନି କିମ୍ବା ଅର୍ଥ ସମ୍ପର୍କିତ ବିବାଦର ଆଶଙ୍କା ଦେଖାଦେବ।
ପୁନର୍ବସୁ ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ବ୍ୟବସାୟ, ଯାତ୍ରା, କଚେରି ମାମଲା, ପ୍ରତିଯୋଗିତା, ଆଲୋଚନା, ଗବେଷଣା, ଆନୁଷ୍ଠାନିକ କାମ ପ୍ରଭୃତିରୁ ସଫଳତା ପାଇପାରିବେ।
କର୍କଟ

ଆଜି ଚନ୍ଦ୍ର କୋଣଭାବରେ ଅବସ୍ଥାନ କରି ସନ୍ତାନଙ୍କ ସମସ୍ୟାଜନିତ ମାନସିକ ଅଶାନ୍ତି ଅନୁଭବ କରିପାରନ୍ତି। ଅଶ୍ଳେଷା କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ପଦପଦବୀ ଲାଭ ସାଙ୍ଗକୁ ଲକ୍ଷ୍ୟ ହାସଲ ଦିଗରେ ଅନୁଧାବନ କରିପାରନ୍ତି। ସାହିତ୍ୟଚର୍ଚ୍ଚା, ଉସତ୍ବାନୁଷ୍ଠାନ, ମନୋରଞ୍ଜନ, ପରିବହନ, ପ୍ରଶାସନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ସି˚ହ

ପ୍ରତିକୂଳ ସମୟ ମଧ୍ୟରେ ପୂର୍ବାଫାଲଗୁନୀ ନିଜର ପଦମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖି କାମ କରିଚାଲିବେ। ଭେଦଭାବ ଭୁଲି ଅନ୍ୟମାନଙ୍କୁ ଆପଣେଇ ନେବାକୁ ଯଥାସାଧ୍ୟ ଚେଷ୍ଟାକଲେ ଉପକୃତ ହୋଇପାରନ୍ତି। ନୂତନ ଯାନବାହନ କ୍ରୟବିକ୍ରୟ, ଜମିଜମା କାରବାର, ନୂତନ ବନ୍ଧୁ ସମ୍ପର୍କ କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
କନ୍ୟା

କର୍ମସ୍ଥାନରେ ଶୁଭଗ୍ରହମାନଙ୍କ ସଂଯୋଗରୁ ନୂତନ କାର୍ଯ୍ୟାରମ୍ଭ କରି ଖୁସି ଅନୁଭବ କରିବେ। କିନ୍ତୁ ପ୍ରତ୍ୟେକ ସ୍ତରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୈାଣସି ଭୁଲ୍ ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ। ସରକାରୀ ସ୍ତରରୁ ସହାୟତା ପାଇବା ସାଙ୍ଗକୁ ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଏଜେନଶିପ୍ରୁ ଖୁସି ରହିବେ।
ତୁଳା

ଗୁରୁଯୁକ୍ତ ଶୁକ୍ର ଭାଗ୍ୟସ୍ଥାନସ୍ଥ ଯୋଗୁ ଛୋଟବଡ ସମସ୍ୟା ଦେଖାଦେଲେ ମଧ୍ୟ କୈାଣସି ଚିନ୍ତାଜନକ ସ୍ଥିତି ଉପତ୍ନ ହେବନାହିିଁ। ଖର୍ଚ୍ଚଭାର ବୃଦ୍ଧି ହେତୁ ଋଣଗ୍ରସ୍ଥ ହେବେ କିମ୍ବା ଆର୍ଥିକ ସମସ୍ୟା ଭିତରକୁ ଠେଲି ହୋଇଯିବେ। ସ୍ବାତୀ ନକ୍ଷତ୍ରର ଭୁଲ୍ ବୁଝାମଣାଜନିତ ସାମୟିକ ମତାନ୍ତର ପାରିବାରିକ ପରିବେଶକୁ ଗମ୍ଭୀର କରିଦେଇପାରେ।
ବିଛା

ରାଶିରେ ଚନ୍ଦ୍ରଙ୍କ ବଳହୀନତା ଆପଣଙ୍କ ଚିନ୍ତାଧାରା ଓ କାମକୁ ଏପଟ ସେପଟ କରିଦେବ। ଶିକ୍ଷା, ସନ୍ତାନ, ଆଲୋଚନା, ସିଦ୍ଧାନ୍ତ ନେବାରେ ବ୍ୟତିକ୍ରମ ସୃଷ୍ଟି ହେବ। ସାମାଜିକ ପ୍ରତିଷ୍ଠା ସାଙ୍ଗକୁ ଅର୍ଥନୈତିକ, ବ୍ୟବସାୟିକ, ସାଂଗଠନିକ ତଥା ଆନୁଷ୍ଠାନିକ କ୍ଷେତ୍ର ପାଇଁ ଦିନଟି ମନ୍ଦ ନୁହେଁ। ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପାରୁ ପ୍ରତିକ୍ଷିତ କାମଟି ସମ୍ପନ୍ନ ହେବ।
ଧନୁ

ଆଜିର ଚନ୍ଦ୍ର ସ୍ଥିତି ଆପଣଙ୍କ ଅସୁସ୍ଥ ଚିନ୍ତାଧାରାକୁ ପ୍ରତିଫଳନ କରିପାରେ। ଯାହାକି ଆପଣଙ୍କ କଥାରେ, କାମରେ ଓ ବ୍ୟବହାରରେ ଅନ୍ୟମାନେ ଅନୁଭବ କରିବେ। ପାରିବାରିକ ଜୀବନରେ ଉଦାସୀନତା, ମାନସିକ ଅନ୍ତର୍ଦ୍ୱନ୍ଦ୍ୱ ଓ ପ୍ରାପ୍ୟଧନରେ ପ୍ରତିବନ୍ଧକ ସୃଷ୍ଟି କରିବ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ।
ମକର

ବିଚଳିତ ମାନସିକ ସ୍ଥିତି ପ୍ରତ୍ୟେକ କାମକୁ ଅସମ୍ପୂର୍ଣ୍ଣ ରଖିବ। ଧନହାନି କିମ୍ବା ଦବ୍ର୍ୟ ନଷ୍ଟ ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଋଣପରିଶୋଧ, କଚେରି ମାମଲା ସକାଶେ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ଧନିଷ୍ଠା ନକ୍ଷତ୍ର ପରିବାରରେ ସନ୍ଦେହ ଓ ଭୁଲ ବୁଝାମଣାରୁ ମତାନ୍ତର ଘଟିପାରେ ।
କୁମ୍ଭ

ପ୍ରତିକୂଳତା ରହିଥିବା କାରଣରୁ କାମଗୁଡିକର ସମସ୍ୟା ସାମୟିକ ଅସ୍ଥିରତା ସୃଷ୍ଟି କରିବ। ଶତଭିଷା ନକ୍ଷତ୍ରର ଆର୍ଥିକସଙ୍କଟ, ଶିଳ୍ପ, ବ୍ୟବସାୟରେ ପ୍ରତିବନ୍ଧକର ସାମ୍ନା କରିବେ। ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାରୁ ଖୁସି ରହିପାରନ୍ତି। ସଭାସମିତିରେ, ଆଲୋଚନା କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାର ସୂଚନା ରହିଛି।
ମୀନ
ମୁଖଭାବରେ ମଙ୍ଗଳ ଥିବାରୁ କଠୋର ବ୍ୟବହାର ଶତ୍ରୁତାର କାରଣ ହେବ। କେତୁଙ୍କ କୁପ୍ରଭାବରୁ କାମଗୁଡିକ ସମସ୍ୟା ବହୁଳ ରହିବ। ରେବତୀ ନକ୍ଷତ୍ର ଚିନ୍ତାଧାରାନୁଯାୟୀ ଓ ସାମାଜିକ ସ୍ତରରେ ଆଦରଣୀୟ ହୋଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ପରିବହନ ଓ ସଭାସମିତି ସକାଶେ କୈାଣସି ଅସୁବିଧା ରହିବ ନାହିଁ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.