Posted inRasifala

ରାଶିଫଳ: ରବିବାର, ଜୁନ୍ ୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରମଙ୍ଗଳ ଯୋଗ ହେତୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ସୁଖଦ ରହିବ। ସମାଜରେ ଆଦୃତି ସାଙ୍ଗକୁ ଯାନବାହନ, ପ୍ରଶାସନ, ସାହିତ୍ୟଚର୍ଚ୍ଚା ଶୁଭପ୍ରଦ ହେବ। ଶିଳ୍ପ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ। ନିଜର ଲୋକଙ୍କୁ ବୃଥା ସନ୍ଦେହ କରିବା ଦ୍ୱାରା ଅଯଥା ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ।
ବୃଷ
ବୃଷ
କର୍ମକ୍ଷେତ୍ରସ୍ଥ ରାହୁ ବନ୍ଧୁଙ୍କ ମାଧ୍ୟମରେ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବେ। ଦୈହିକ ଦୁର୍ବଳତା ଓ ପାରିବାରିକ ଅସହଯୋଗଜନିତ କାମଗୁଡ଼ିକ ଆଗକୁ ବଢ଼ିନପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ସରକାରୀ ସ୍ତରର କାର୍ଯ୍ୟ ଅବଶ୍ୟ ସମ୍ପନ୍ନ ହୋଇଯିବ। ସହକର୍ମୀଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମନାନ୍ତରର ଆଶଙ୍କା ରହିଛି ।
ମିଥୁନ
ମିଥୁନ
ଆଜି ଧନାଧିପଙ୍କ ସହିତ ଲାଭାଧିପ ବୈଷୟିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ। ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି। ବ୍ୟବସାୟ, କଚେରି ମାମଲା, ପ୍ରତିଯୋଗିତାରେ ସଫଳ ହେବେ। ଆଲୋଚନା, ଗବେଷଣା, ଆନୁଷ୍ଠାନିକ କାମ ପ୍ରଭୃତିରୁ ପ୍ରଶଂସିତ ହୋଇପାରନ୍ତି।
କର୍କଟ
କର୍କଟ
ଆଜି ଅନୁକୂଳ ଗ୍ରହସ୍ଥିତିରୁ ଯାହା ଓ ଯେମିତି ଚାହୁଁଛନ୍ତି ପାଇବାରେ ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ପଦ ପଦବୀ ଲାଭ ସାଙ୍ଗକୁ ଲକ୍ଷ୍ୟ ହାସଲ ଦିଗରେ ଅନୁଧାବନ କରିପାରନ୍ତି। ସାହିତ୍ୟ ଚର୍ଚ୍ଚା, ଉତ୍ସବାନୁଷ୍ଠାନ, ପରିବହନ କ୍ଷେତ୍ରରେ ଉନ୍ନତ ଫଳ ପାଇବେ। ପଡ଼ୋଶୀ କିମ୍ବା ଆତ୍ମୀୟଙ୍କ ସହ ସମ୍ପର୍କ ହ୍ରାସ ଘଟିପାରେ।
ସି˚ହ
ସି˚ହ
ଭାଗ୍ୟସ୍ଥ ବୁଧାଦିତ୍ୟ ଯୋଗରୁ ଆଶାର ଆଲୋକରେ କାମ ହାସଲର ସୂଚନା ପାଇ ଖୁସି ହେବେ। କୌଶଳ ପ୍ରୟୋଗ ପୂର୍ବକ ଭେଦଭାବ ଭୁଲି ଅନ୍ୟମାନଙ୍କୁ ଆପଣେଇ ନେଇପାରନ୍ତି। ନୂତନ ଯାନବାହନ, ଜମିଜମା, ନୂତନ ବନ୍ଧୁ ସମ୍ପର୍କ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିବେ। ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିବେ।
କନ୍ୟା
ଦ୍ୱାଦଶସ୍ଥ କେତୁଙ୍କ କୁପ୍ରଭାବରୁ ଅପବ୍ୟୟ ଜନିତ ଧନହାନି ଘଟିପାରେ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୌଣସି ଭୁଲ୍‌ ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ। ରବିଙ୍କ ଶୁଭ ସଂସ୍ଥାନରୁ ସରକାରୀ ସ୍ତରରୁ ସହାୟତା ସାଙ୍ଗକୁ ସାହିତ୍ୟ, ସାମ୍ବାଦିକତା ଏବଂ ଏଜେନ୍‌ଶିପରୁ ଖୁସି ରହିବେ। ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେବ।
ତୁଳା
ତୁଳା
ରାଶ୍ୟାଧିପତିଙ୍କ ସ୍ବଗୃହକୁ ଦୃଷ୍ଟିଜନିତ ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରିତ ରହିବ। ଆନୁଷଙ୍ଗିକ ସାହାଯ୍ୟ ଲାଭକରି କାର୍ଯ୍ୟକ୍ଷେତ୍ର ଓ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପ୍ରତି ମଧ୍ୟ ଅନୁରାଗ ବୃଦ୍ଧି ପାଇବ। ଖର୍ଚ୍ଚ ଭାର ବୃଦ୍ଧି ହେତୁ ଋଣଗ୍ରସ୍ତ ହେବାକୁ ପଡ଼ିପାରେ। ଭୁଲ୍‌ ବୁଝାମଣାଜନିତ ସାମୟିକ ମତାନ୍ତର ପାରିବାରିକ ପରିବେଶକୁ ଗମ୍ଭୀର କରିଦେଇପାରେ।
ବିଛା
ବିଛା
ଭାଗ୍ୟାଧିପ ସ୍ବଗୃହସ୍ଥ ଯୋଗୁ ଶିକ୍ଷା, ସନ୍ତାନ, ଆଲୋଚନା, ସିଦ୍ଧାନ୍ତ ନେବାରେ ସଫଳତା ହାସଲ କରିବେ। ଅର୍ଥନୈତିକ, ବ୍ୟବସାୟିକ, ସାଙ୍ଗଠନିକ, ତଥା ଆନୁଷ୍ଠାନିକ କ୍ଷେତ୍ର ପାଇଁ ଦିନଟି ଭଲ। ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପାରୁ ଆରମ୍ଭ କରିଥିବା କାମଟି ପୂର୍ଣ୍ଣାଙ୍ଗ ହୋଇଯାଇପାରେ। ମଙ୍ଗଳଙ୍କ ଦୁର୍ବଳତା ସ୍ବାସ୍ଥ୍ୟହାନିର କାରଣ ହେବ।
ଧନୁ
ଧନୁ
ଆଜି ଅଷ୍ଟମସ୍ଥ ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କ ଅସୁସ୍ଥ ଚିନ୍ତାଧାରାକୁ ପ୍ରତିଫଳନ କରିପାରେ। ଯାହାକି ଆପଣଙ୍କ କଥାରେ, କାମରେ ଓ ବ୍ୟବହାରରେ ଅନ୍ୟମାନେ ଅନୁଭବ କରିପାରିବେ। ପାରିବାରିକ ଜୀବନରେ ଉଦାସୀନତା, ମାନସିକ ଅନ୍ତର୍ଦ୍ୱନ୍ଦ୍ୱ ଓ ପ୍ରାପ୍ୟଧନରେ ପ୍ରତିବନ୍ଧକ ସୃଷ୍ଟି କରିବ।
ମକର
ମକର
ବିଚଳିତ ମାନସିକ ସ୍ଥିତି ସାଙ୍ଗକୁ ମଙ୍ଗଳଙ୍କ ଦୁର୍ବଳତା ପ୍ରତ୍ୟେକ କାମକୁ ଅସମ୍ପୂର୍ଣ୍ଣ ରଖିବ। ଅଧିକାଂଶ ସମୟ ଅସାବଧାନତାବଶତଃ ଧନହାନିର ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା, ଋଣ ପରିଶୋଧ, କଚେରି ମାମଲା ସକାଶେ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ଅଫିସ୍‌ରେ କିମ୍ବା ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ମତାନ୍ତର ଘଟିପାରେ।
କୁମ୍ଭ
କୁମ୍ଭ
ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରିବାରେ କିଛିନା କିଛି ସମସ୍ୟା ସାମୟିକ ଅସ୍ଥିରତା ସୃଷ୍ଟି କରିବ। ଆର୍ଥିକ ସଂକଟ, ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକର ସାମ୍ନା କରିବେ। ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାରୁ ସାମୟିକ ଖୁସୀ ରହିପାରନ୍ତି। ସଭା ସମିତିରେ, ଆଲୋଚନା କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାର ସୂଚନା ରହିଛି।
ମୀନମୀନ

ପରିସ୍ଥିତି ଯାହା ଥାଉନା କାହିଁକି, ମୁଖଭାବସ୍ଥ ଶୁକ୍ର ସମସ୍ୟା ସମାଧାନରେ ସାହାଯ୍ୟ କରିବେ। କିନ୍ତୁ କେତୁ ଅପରିଣାମଦର୍ଶୀ କରାଇ ପାରିବାରିକ ଅଶାନ୍ତି ସୃଷ୍ଟି କରିବେ। ଆପଣଙ୍କ ଚିନ୍ତାଧାରାନୁଯାୟୀ ସାମାଜିକ ସ୍ତରରେ ଆଦରଣୀୟ ହୋଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ପରିବହନ ଓ ସଭାସମିତି ସକାଶେ କୌଣସି ଅସୁବିଧା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri