Posted inRasifala

ରାଶିଫଳ: ବୁଧବାର, ଜୁନ୍ ୧ ତାରିଖ – Daily Horoscope

ମେଷ
ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ସୁଖଦ ହେବ। ସମାଜରେ ଆଦୃତି ଲାଭ ସଙ୍ଗକୁ ଯାନବାହନ, ପ୍ରଶାସନ, ଜ୍ଞାନାର୍ଜନ ସକାଶେ ଅନୁକୂଳତା ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକକୁ ଦୂରେଇବାରେ ସାହାଯ୍ୟ କରିବ। ବୃଥା ସନ୍ଦେହ କରିବା ଦ୍ୱାରା ଅଯଥା ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ।
ବୃଷ
ବୃଷ
ଆଜିର କଠିନଶ୍ରମ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ସୃଷ୍ଟି କରିପାରେ। ଦୁର୍ବଳତା ଯୋଗୁ କୌଣସି କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ପାରିବାରିକ କ୍ଷେତ୍ରରେ ସହମତି ଭିତ୍ତିରେ କାମ କରିବା ଭଲ ହେବ। ବ୍ୟବସାୟରେ ନୈରାଶ୍ୟଜନକ ସ୍ଥିତିରେ ରହିବାକୁ ବାଧ୍ୟ ହେବେ।
ମିଥୁନ
ମିଥୁନ
ସାମଗ୍ରୀକ ଦୃଷ୍ଟିକୋଣରୁ ଆଜିର ଦିବସ ଆପଣଙ୍କ ସକାଶେ ଅନୁକୂଳ ରହିବ। ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁ ମାନଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି। କିନ୍ତୁ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ। ଆଲୋଚନା, ଗବେଷଣା, ଆନୁଷ୍ଠାନିକ କାମ ପ୍ରଭୃତିରୁ ସଫଳତା ଅବଶ୍ୟ ମିଳିବ।
କର୍କଟ
କର୍କଟ
ବୈଷୟିକ ସୁଖ, ସମୃଦ୍ଧି ସଙ୍ଗକୁ ସୃଜନୀଶକ୍ତିର ଅଭିବୃଦ୍ଧି କର୍ମକ୍ଷେତ୍ରକୁ ସରସ କରିବ। କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ପଦ ପଦବୀ ଲାଭ ସଙ୍ଗକୁ ଲକ୍ଷ୍ୟ ହାସଲରେ ଅନୁଧାବିତ ହେବେ। ସାହିତ୍ୟଚର୍ଚ୍ଚା, ଉତ୍ସବାନୁଷ୍ଠାନ, ମନୋରଞ୍ଜନ, ପରିବହନ, ପ୍ରଶାସନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ସି˚ହ
ସି˚ହ
ଭେଦଭାବ ଭୁଲି ଅନ୍ୟଙ୍କୁ ଆପଣେଇ ନେବାକୁ ଯଥାସାଧ୍ୟ ଚେଷ୍ଟାକରି ସଫଳ ହେବେ। ସମସ୍ୟାକୁ ବାଦ୍‌ ଦେଲେ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ କଟିବ। ଆଗାମୀ ସମୟରେ କେତେକ ଦୀର୍ଘ ମିଆଦୀ କାର୍ଯ୍ୟ ପାଇଁ ଖସଡ଼ା ପ୍ରସ୍ତୁତ କରିପାରନ୍ତି। ବନ୍ଧୁ ମିଳନ ଓ ନୂତନ ବନ୍ଧୁ ସମ୍ପର୍କ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିବେ।
କନ୍ୟା
ଗତକାଲିଠାରୁ ଆପଣ ଯେଉଁ କାମ ହାତକୁ ନେଇଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ। ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଏଜେନ୍ସିପରୁ ଖୁସି ରହିବେ। ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ।
ତୁଳା
ତୁଳା
ଆଜି ଆନୁଷଙ୍ଗିକ ସାହାଯ୍ୟ ଲାଭକରି କାର୍ଯ୍ୟକ୍ଷେତ୍ର ପ୍ରତି ଅନୁରକ୍ତି ବୃଦ୍ଧି ପାଇବ। ଖର୍ଚ୍ଚଭାର ବୃଦ୍ଧିହେତୁ ଆର୍ଥିକ ସମସ୍ୟା ଭିତରକୁ ଠେଲି ହୋଇଯାଇପାରନ୍ତି। ଭୁଲ୍‌ ବୁଝାମଣାଜନିତ ସାମୟିକ ମତାନ୍ତର ପାରିବାରିକ ପରିବେଶକୁ ଗମ୍ଭୀର କରିଦେଇପାରେ। ପ୍ରଶାସନ, ମାଲିମକଦ୍ଦମା ସମ୍ପର୍କିତ ଫଳ ମଧ୍ୟମ ପ୍ରକାରର ଅନୁଭୂତ ହେବ।
ବିଛା
ବିଛା
ଶିକ୍ଷା, ସନ୍ତାନ, ଆଲୋଚନା, ସିଦ୍ଧାନ୍ତ ନେବା କ୍ଷେତ୍ରରେ ବ୍ୟତିକ୍ରମ ଆଶଙ୍କା ରହିଛି। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଆସିପାରେ। ଅର୍ଥନୈତିକ, ବ୍ୟବସାୟିକ, ସାଂଗଠନିକ, ତଥା ଆନୁଷ୍ଠାନିକ କ୍ଷେତ୍ର ପାଇଁ ଦିନଟି ମନ୍ଦ ନୁହେଁ। ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପାରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।
ଧନୁ
ଧନୁ
ପାରିବାରିକ ଜୀବନରେ ଉଦାସୀନତା, ମାନସିକ ଅନ୍ତର୍ଦ୍ୱନ୍ଦ୍ୱ ଓ ପ୍ରାପ୍ୟଧନରେ ପ୍ରତିବନ୍ଧକ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ମାନସିକ ସ୍ଥିତି ଦ୍ୱନ୍ଦ୍ୱାମତ୍କ ରହୁଥିବାରୁ ଠିକ୍‌ ଭୁଲ୍‌ର ବିଚାର ନ କରି କାମ କଲେ ପ୍ରତାରିତ ହେବେ। ପ୍ରତିବେଶୀଙ୍କ ସହ ସମ୍ପର୍କ ଆଗାମୀ ଅହିତକର ହୋଇପାରେ।
ମକର
ମକର
ଶାରୀରିକ ସୁସ୍ଥତା ଓ ସମ୍ପର୍କୀୟଙ୍କ ସାହାଯ୍ୟରେ ମନ ଉଦ୍‌ବେଳିତ ରହିବ। ମାନସିକ ଅସ୍ଥିରତା ରହିଥିଲେ ମଧ୍ୟ କାମରେ ପଛକୁ ଫେରି ଚାହିଁବେ ନାହିଁ। ଅନ୍ୟମନସ୍କ କିମ୍ବା ଅସାବଧାନତାବଶତଃ ଧନହାନି, ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କାରଣରୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ।
କୁମ୍ଭ
କୁମ୍ଭ
ଆଜିର କାମଗୁଡ଼ିକରେ ସମସ୍ୟା ସାମୟିକ ଅସ୍ଥିରତା ସୃଷ୍ଟି କରିବ। ଆର୍ଥିକ କ୍ଷେତ୍ରରେ ଚୋରି, ଭିଜିଲାନ୍ସଜନିତ ଧନହାନିର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକ ମଧ୍ୟରେ କାମ କରିବେ। ପରିବାରରେ ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାରୁ ସାମୟିକ ଖୁସି ରହିପାରନ୍ତି।
ମୀନମୀନ
ଅନୁକୂଳ ବାତାବରଣ ସହ ମନ ଖୁସୀ ରହିବା ସଙ୍ଗକୁ ଅର୍ଥ ଓ ସମ୍ମାନ ମଧ୍ୟ ପାଇପାରନ୍ତି। ଆପଣଙ୍କ ପରାମର୍ଶକୁ ବିଜ୍ଞ ବ୍ୟକ୍ତିମାନେ ମଧ୍ୟ ଅସ୍ବୀକାର କରିବେ ନାହିଁ। ଉନ୍ନତ ଚିନ୍ତାଧାରା କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ସନ୍ତାନଙ୍କ ଗୌରବରେ ନିଜେ ଗୌରବାନ୍ବିତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri