Posted inRasifala

ରାଶିଫଳ: ଶନିବାର, ଜାନୁୟାରୀ ୧ ତାରିଖ – Daily Horoscope

ମେଷ
ନୂତନବର୍ଷର ପ୍ରଥମ ଦିବସରୁ ଚନ୍ଦ୍ର ଭାଗ୍ୟସ୍ଥାନରେ ଅବସ୍ଥାନ କରି ଆପଣଙ୍କ ପାଇଁ ସୌଭାଗ୍ୟର ମାର୍ଗ ଉନ୍ମୁକ୍ତ କରିବେ। କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରର ଅସଜଡ଼ା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ। ଦେବଗୁରୁଙ୍କ ଶୁଭଦୃଷ୍ଟି ପ୍ରଭାବରୁ ସାହିତ୍ୟ, ଗବେଷଣାଦି ନୂତନକର୍ମାରମ୍ଭ ପ୍ରୀତିପ୍ରଦ ରହିବ।
ବୃଷ
ବୃଷ
ମୁଖଭାବକୁ ଶୁକ୍ର ଅବଲୋକନ କରି ଅର୍ଥ, ନୂତନ ବନ୍ଧୁତ୍ୱ ଓ ସୁସ୍ବାଦୁଭୋଜନର ବ୍ୟବସ୍ଥା କରିବେ। ଉଚ୍ଚବର୍ଗଙ୍କ ସାହାଯ୍ୟରୁ ଉତ୍ସାହିତ ହେବେ। ଅଫିସରେ ବନ୍ଧୁମାନେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଦୂରେଇ ରହିଲା ଭଳି ଅନୁଭବ କରିବେ। ବାଣିଜ୍ୟ, ବ୍ୟବସାୟ, ପାରିବାରିକ କ୍ଷେତ୍ରରେ ସୁଖ, ସୌହାର୍ଦ୍ଦ୍ୟରୁ ଆମତ୍ତୃପ୍ତି ଲଭିବେ।
ମିଥୁନ
ମିଥୁନ
ଚନ୍ଦ୍ର ସହ ଶୁକ୍ରଙ୍କ ସଂଯୋଗରୁ ଆଜି ସାମଗ୍ରିକ ସୁଖ, ସମ୍ମାନ, ଅର୍ଥ ଓ ମିଷ୍ଠାନାଦି ପ୍ର୍ରାପ୍ତ କରାଇବେ। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ଖୁସି ରହିବେ। ସମସ୍ୟା ମଧ୍ୟରେ ଅଟକି ରହିଯାଇଥିବା କାର୍ଯ୍ୟ ତ୍ୱରାନ୍ବିତରେ ସଫଳ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସଙ୍ଗକୁ ବ୍ୟବସାୟ, ରପ୍ତାନି ବାଣିଜ୍ୟ ଓ ପରିବହନରେ ଉନ୍ନତି କରିବେ।
କର୍କଟ
କର୍କଟ
ଷଷ୍ଠସ୍ଥ ରାଶ୍ୟାଧିପ ଚନ୍ଦ୍ର ଯୋଗୁ ସ୍ବାସ୍ଥ୍ୟାବସ୍ଥାରେ ପୂର୍ବାପେକ୍ଷା ବିଶେଷ ଉନ୍ନତ ସ୍ଥିତିରେ ଆପଣଙ୍କୁ କର୍ମମୁଖର କରାଇବାରେ ସାହାଯ୍ୟ କରିବ। କଠୋର କର୍ତ୍ତବ୍ୟର ମାନସିକ ଚାପ ଆପଣଙ୍କୁ ଘର ଲୋକମାନଙ୍କଠାରୁ ଦୂରେଇ ରଖିବ। ପାରିବାରିକ ଅସ୍ଥିରତା ରହିଥିଲେ ମଧ୍ୟ ନିକଟ ସମ୍ପର୍କୀୟମାନଙ୍କ ସହଯୋଗ କେତେକାଂଶରେ ମନକୁ ହାଲୁକା ରଖିବ।
ସି˚ହ
ସି˚ହ
କର୍ମାଧିପଙ୍କ ସହ ରବିଙ୍କ ସ୍ଥିତି ପ୍ରଭାବରୁ ପଦସ୍ଥ ବ୍ୟକ୍ତିଙ୍କ ବାହୁଛାୟା ତଳେ ରହି ଅସାଧ୍ୟ ସାଧନ କରିପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତ ଚିନ୍ତା ଓ ସୁପରିକଳ୍ପିତ ଯୋଜନାକୁ ବାସ୍ତବମୁଖୀ କରାଇବେ। ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି। ଆର୍ଥିକ ଅନଟନ ପୂରଣ ପରିପ୍ରେକ୍ଷୀରେ ଧାରକରଜ କରିବାକୁ ପଡ଼ିପାରେ।
କନ୍ୟା
କୋଣସ୍ଥାନରେ ମିତ୍ରଶନିଙ୍କ ସହ ବୁଧ ବୌଦ୍ଧିକତା ପ୍ରଦାନକରି ରଚନାମତ୍କ କାମରୁ ପ୍ରଶଂସିତ କରାଇବେ। ମିତ୍ରତାର ସମ୍ପର୍କ ମାନସିକ ସ୍ଥିତିକୁ ପ୍ରଫୁଲ୍ଲିତ କରିବ। ବନ୍ଧୁଙ୍କ ବଦାନ୍ୟତା,ସହକର୍ମୀଙ୍କ ସହଯୋଗ ମନୋବୃତ୍ତି ଓ ପାରିବାରିକ ସହାନୁଭୂତି ଆନନ୍ଦର ମାଧ୍ୟମ ହେବ। ଅବଶ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ତୁଳା
ତୁଳା
ବୃହସ୍ପତିଙ୍କ ସୁପ୍ରଭାବରୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ କାମ ହାସଲ କରିବେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣାକୁ ବଢ଼ାଇଲେ ନିଜେ ଭୁଲ୍‌ କରିବେ। ପୈତୃକ ସମ୍ପତ୍ତି କିମ୍ବା ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ। ଆନୁଷ୍ଠାନିକ କାମରେ କିମ୍ବା କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ।
ବିଛା
ବିଛା
ରାଶିରେ ମଙ୍ଗଳ ସ୍ବାସ୍ଥ୍ୟକୁ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବ। କୌଣସି ନୂତନ କର୍ମାରମ୍ଭରୁ ଦିନଟିରେ କାର୍ଯ୍ୟବ୍ୟସ୍ତତା ବଢ଼ିଯାଇପାରେ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ,ପରିବହନ ଓ ନୂତନ ଚୁକ୍ତିପତ୍ର ପାଇଁ ଦିନଟି ଭଲ। ପରିଜନଙ୍କ ମେଳରେ ଆଜିର ପ୍ରତ୍ୟୁଷ ଯାତ୍ରା,ନୂତନ ସ୍ଥାନ ପରିଦର୍ଶନରେ ଖୁସୀ ରହିବେ।
ଧନୁ
ଧନୁ
କର୍ମାଧିପ ଦ୍ୱିତୀୟସ୍ଥ ହେତୁ କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ବନ୍ଧୁଙ୍କ ସହାନୁଭୂତି, ସମ୍ପର୍କୀୟଙ୍କ ସଦ୍‌ଭାବ ସୃଷ୍ଟି କରିବ। ପାରସ୍ପରିକ ଉତ୍ତମ ବୁଝାମଣାରେ ଉନ୍ନତି ଘଟିବା ସଙ୍ଗକୁ ପରିବାରରେ ସୁଖ, ଶାନ୍ତି ଫେରି ଆସିବ। ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତାକୁ ନେଇ ପଡ଼ୋଶୀମାନେ ଭୁରିଭୁରି ପ୍ରଶଂସା କରିପାରନ୍ତି।
ମକର
ମକର
ନୂଆ ବରଷରେ ଅନେକ ନୂଆକାମ କରିବାର କଳ୍ପନା ମନ ଭିତରେ ଉଙ୍କିମାରିବ। କଳା,ସାହିତ୍ୟ ଚର୍ଚ୍ଚା କିମ୍ବା ସଙ୍ଗୀତ ଆସରରେ ନିଜକୁ ନିୟୋଜିତ କରିପାରନ୍ତି। ଲେଖାପଢ଼ା, ସଭାସମିତି,କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
କୁମ୍ଭ
କୁମ୍ଭ
ଅର୍ଥାଭାବ, ଋଣଭାର, ପରୋକ୍ଷ ଶତ୍ରୁତା ଓ କାର୍ଯ୍ୟହାନି ଜନିତ ବ୍ୟସ୍ତତା ବଢ଼ିଯାଇପାରେ। ସ୍ବଗୃହୀ ଶନିଶ୍ଚରଙ୍କ ହେତୁ କାଯର୍‌ୟରେ ନେତୃତ୍ୱ ଗ୍ରହଣ କରି ପ୍ରଶଂସିତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ପ୍ରଶଂସିତ ହେବେ। ଦୂରଯାତ୍ରା, ଜମିଜମା ବିବାଦ କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
ମୀନମୀନ
କର୍ମଜଞ୍ଜାଳର ପରିସର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ମାନସିକ ଅସ୍ଥିରତା ପରିଲକ୍ଷିତ ହେବ। ସ୍ବାସ୍ଥ୍ୟରେ ଉନ୍ନତି, ଚେଷ୍ଟା କରୁଥିବା କାମରେ ଅଗ୍ରଗତି ସଙ୍ଗକୁ ପାରିବାରିକ ସମର୍ଥନରୁ ସାମୟିକ ଆମତ୍ତୃପ୍ତି ପାଇବେ। ପଦସ୍ଥ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟର ପ୍ରତିଶ୍ରୁତି ହାସଲ କରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଆଶାୟୀ ହୋଇ ପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ। ଆତ୍ମୀୟମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା,…

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri