Posted inRasifala

ରାଶିଫଳ: ଶନିବାର, ଫେବୃଆରୀ ୧ ତାରିଖ – Daily Horoscope

ମେଷ
ଆଜି କେନ୍ଦ୍ର ସ୍ଥାନରେ ରବିଙ୍କ ସ୍ଥିତି କର୍ମକ୍ଷେତ୍ରକୁ ନିରାପଦ କରିବା ସହ ପାରିବାରିକ ଶାନ୍ତି ପ୍ରଦାନ କରିବ। ଦ୍ୱାଦଶସ୍ଥ ଶୁକ୍ର କୌଶଳ ପ୍ରୟୋଗ ମାଧ୍ୟମରେ ଅର୍ଥାଗମନର ରାସ୍ତା ଉନ୍ମୁକ୍ତ କରି ବିଳାସ ବ୍ୟସନରେ ବ୍ୟୟ କରିବେ। ବନ୍ଧୁଙ୍କୁ ଦେଖିବାକୁ ମନ ଛଟପଟ ହେବ। ପ୍ରଶାସନ, ଆଇନ, ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇବେ।
ବୃଷ
ବୃଷ
ଏକାଦଶରେ ଶନି ଓ ଚନ୍ଦ୍ର ରହିଥିବାରୁ ଅଶୁଭତ୍ୱ ନିରାକରଣ ପୂର୍ବକ ସମସ୍ତ ପ୍ରକାର ସୁଖ, ସୌଭାଗ୍ୟ ଲାଭ କରିବେ। ଗତକାଲିର ବାକି ପଡ଼ିଥିବା କାମକୁ ଆଜି ପୂରାଦମରେ କରିବା ସକାଶେ ନିଷ୍ପତ୍ତି ନେବେ। ବ୍ୟବସାୟ ଓ ପରିବହନରେ ଉନ୍ନତମାନର ଫଳ ପାଇପାରନ୍ତି। ସ୍ନାୟବିକ ଦୁର୍ବଳତା ଜନିତ ପୀଡ଼ା ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ସ୍ବସ୍ଥାନ ହନ୍ତା ବୃହସ୍ପତି ଦ୍ୱିତୀୟ ଭାବରେ ଅର୍ଥସଙ୍କଟକୁ ଦ୍ୱିଗୁଣିତ କରିପାରେ। ପାରିବାରିକ କ୍ଷେତ୍ର ସମସ୍ୟା ବହୁଳ ରହିବା ସାଙ୍ଗକୁ ଅନ୍ୟମାନଙ୍କ ସହ ବୁଝାମଣା ଠିକ୍‌ ରହି ନ ପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ହେତୁ ମାନସିକ ସ୍ଥିତି ଠିକ୍‌ ରହିବ। ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବା ସହ ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ।
କର୍କଟ
କର୍କଟ
ଶାରୀରିକ ଅସୁସ୍ଥତାଜନିତ କାମ ସ୍ଥଗିତ ରହିଯାଇପାରେ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ଓଲଟା ଫଳ ପାଇବାର ଆଶଙ୍କା ରହିଛି। ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ପରିବହନ ଓ ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ସି˚ହ
ସି˚ହ
ରବି ଓ ବୁଧଙ୍କ ଷଷ୍ଠ ସ୍ଥିତି ଯୋଗୁ ଆପଣ ଭ୍ରମଣସୁଖ ସାଙ୍ଗକୁ ଅପବ୍ୟୟ ଓ ନିଦ୍ରାହୀନତାରେ ପୀଡ଼ିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ଅପରାହ୍ନ ସମୟରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କଳା, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତାରୁ ସୁଫଳ ମିଳିବ।
କନ୍ୟା
ଝିନଝଟ୍‌ ମଧ୍ୟରେ ପରିବାର ଓ କର୍ମକ୍ଷେତ୍ରର ଅସଜଡ଼ା କାମକୁ ସଜାଡ଼ି ନେବେ। ସଭାସମିତିରେ, ଆନୁଷ୍ଠାନିକ କାମରେ, ଅଫିସିଆଲି ଆଲୋଚନାରେ ସମୟ କାଟିବାକୁ ପଡ଼ିପାରେ। ଶୁକ୍ର ହେତୁ ଅର୍ଥ ସଂଗ୍ରହରେ ତପତ୍ରତା କିମ୍ବା ତିର୍ଥାଟନ କଥା ଚିନ୍ତା କରିପାରନ୍ତି। ରାଜନୀତି, ସାହିତ୍ୟ, ଉଚ୍ଚଶିକ୍ଷା, ବିଦେଶ ଯାତ୍ରାର ସୁଯୋଗ ଜୁଟିବ।
ତୁଳା
ତୁଳା
ପୁରୁଣା ସମସ୍ୟାର ତୁଳନାତ୍ମକ ବିଚାର କରି କର୍ମାରମ୍ଭ ସକାଶେ ମନ ବଳାଇବେ। ବହୁତ ଦିନରୁ ମନେ ମନେ ଭାବୁଥିବା ଦ୍ରବ୍ୟଲାଭରୁ ଖୁସି ହେବେ। ଶନି ଓ ଚନ୍ଦ୍ର ସଂଯୋଗଜନିତ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବ। ସଭାସମିତି, ଚୁକ୍ତିପତ୍ର, ଫାଇଲ୍‌ କାମ, ସଂଗଠନ, ରାଜନୀତି ଓ ମାଲିମକଦ୍ଦମାରେ ସଫଳତା ଅର୍ଜନ କରିବେ।
ବିଛା
ବିଛା
ଆଜି ରବି କେନ୍ଦ୍ରସ୍ଥ ଯୋଗୁ ଆପଣ ନିର୍ଦ୍ଦିଷ୍ଟ ସମୟରେ ହାତକୁ ନେଇଥିବା କାମଟକୁି ପୂର୍ଣ୍ଣାଙ୍ଗ କରିପାରିବେ। ବ୍ୟବସାୟ କ୍ଷେତ୍ରରେ ଦୃଢ଼ ମନୋବଳ ନେଇ କାମ କରି ଲକ୍ଷ୍ୟ ହାସଲ କରିବେ। ବନ୍ଧୁମାନଙ୍କ ସହାୟତାରେ ଆର୍ଥିକ ପରିସ୍ଥିତିରେ ସୁଧାର ଆସିପାରେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
ଧନୁ
ଧନୁ
ଶନିଙ୍କ ତୃତୀୟସ୍ଥିତି ହେତୁ ରାଜନୈତିକ ଏବଂ ସାଙ୍ଗଠନିକ କ୍ଷେତ୍ରରେ ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ବିଭିନ୍ନ ଯୋଜନାର ପରିକଳ୍ପନା ଧିମା ଗତିରେ ବଢ଼ିବ। ସତ୍ୟ ଭାଷଣରୁ ନିବୃତ୍ତ ନ ରହିଲେ ସମସ୍ୟାର ସମ୍ମୁଖୀନ ହେବେ। ଦୂରଯାତ୍ରା ପ୍ରସ୍ତୁତି କରିବେ, କିନ୍ତୁ ଯୋଜନା ବିଗିଡ଼ିଯିବା ଆଶଙ୍କା ରହିଛି।
ମକର
ମକର
ଷଷ୍ଠାଷ୍ଟମ ଗ୍ରହ ସମ୍ପର୍କରୁ ଖର୍ଚ୍ଚ ବୃଦ୍ଧିକୁ ରୋକିପାରିବେ ନାହିଁ। ସହକର୍ମୀଙ୍କ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ବିଶିଷ୍ଟ ବ୍ୟକ୍ତିମାନଙ୍କ ସହାୟତାରେ ସଭା ସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟ, ନିର୍ମାଣ, କଚେରି ମାମଲା, ପ୍ରଭୃତି ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନି ପ୍ରଭାବରେ ବହୁତ ଦିନର ଅଭିଳାଷ ପୂରଣ ହୋଇଯିବ। ଆବଶ୍ୟକତା ପୂରଣରେ ଅସମର୍ଥତା ଏବଂ ଆର୍ଥିକ ଦୁରବସ୍ଥା ଦୁଶ୍ଚିନ୍ତାର କାରଣ ହୋଇପାରେ। ପଡ଼ୋଶୀଙ୍କ ମାଧ୍ୟମରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ଆମଦାନୀ କାରବାର ଏବଂ ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ।
ମୀନମୀନ

ଶୁକ୍ର ଓ ବୃହସ୍ପତିଙ୍କ କ୍ଷେତ୍ର ବିନିମୟ ଯୋଗୁ ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟହାସଲ କରିବାର ଆଶା ରହିଛି। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ସାମୟିକ ମନକୁ ଭାରାକ୍ରାନ୍ତ କରି ରଖିବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri