Posted inଜାତୀୟ

ସୋନିଆଙ୍କ ବିବାଦୀୟ ମନ୍ତବ୍ୟ ପରେ ରାଷ୍ଟ୍ରପତି ଭବନରୁ ଆସିଲା କଡ଼ା ଉତ୍ତର, କୌଣସି କ୍ଷେତ୍ରରେ ବି ରାଷ୍ଟ୍ରପତି…

ନୂଆଦିଲ୍ଲୀ,୩୧ା୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ କରି କହିବା ପରେ ରାଷ୍ଟ୍ରପତି ଭବନରୁ ଏହାର ଉତ୍ତର ଆସିଛି। ସୋନିଆଙ୍କ ବୟାନକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯାଇଛି। ସୋନିଆଙ୍କ ବୟାନ ଗ୍ରହଣୀୟ ନୁହେଁ, ସର୍ବୋଚ୍ଚ ପଦବୀର ମର୍ଯ୍ୟାଦାକୁ ସୋନିଆଙ୍କ ବକ୍ତବ୍ୟ ଆଘାତ ଦେଇଛି। ଯାହା ଆଦୌ ଶୋଭନୀୟ ନୁହେଁ। ରାଷ୍ଟ୍ରପତି କୌଣସି କ୍ଷେତ୍ରରେ ଥକ୍କି ପଡ଼ିନାହାନ୍ତି। ଅବହେଳିତ ବର୍ଗଙ୍କ ବାବଦରେ କହିବା କଦାପି କ୍ଳାନ୍ତ ଆଣେନି ବୋଲି ରାଷ୍ଟ୍ରପତି ଭବନରୁ ବୟାନ ଆସିଛି।

Union Budget Session 2025 sonia gandhi says president dropadi murmu poor lady bjp slams congress सोनिया गांधी ने राष्ट्रपति मुर्मू को कहा- Poor Lady, BJP बोली- सर्वोच्च पद पर बैठी आदिवासी महिला का अपमान

ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀ ଶୁକ୍ରବାର ବଜେଟ୍‌ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ।  ରାହୁଲ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ପ୍ରତିକ୍ରିୟା ଦେଇଥିଲେ।  ସୋନିଆ ରାଷ୍ଟ୍ରପତିଙ୍କୁ ଜଣେ ‘Poor Lady’ ବୋଲି କହିଥିଲେ ଏବଂ କହିଥିଲେ ଯେ, ଭାଷଣ ପରେ ସେ କ୍ଳାନ୍ତ ହୋଇଯାଇଥିଲେ। ଏହି ସମୟରେ ରାହୁଲ ରାଷ୍ଟ୍ରପତିଙ୍କ ଭାଷଣକୁ ବିରକ୍ତିକର ବୋଲି କହିଥିଲେ, ଯାହା ପରେ ରାଜନୀତି ଉଷ୍ମ ହୋଇଗଲାଣି। ଭାଜପା ଅଭିଯୋଗ କରିଛି ଯେ, ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି, କ୍ଷମା ମାଗିବା ଉଚିତ।

ସଂସଦର ବଜେଟ ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକ ସଭାରେ ଅର୍ଥନୈତିକ ସର୍ଭେ ୨୦୨୪-୨୫ ଉପସ୍ଥାପନ କରିଥିଲେ। ଏହା ପରେ ଲୋକ ସଭାର କାର୍ଯ୍ୟକୁ ଫେବୃଆରୀ ୧, ୨୦୨୫ ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ରାଷ୍ଟ୍ରପତି ଶୁକ୍ରବାର ସରକାରଙ୍କ ସଫଳତା ଉପରେ ଆଲୋକପାତ କରି କହିଥିଲେ, ଏକ ରାଷ୍ଟ୍ର, ଏକ ନିର୍ବାଚନ ଏବଂ ୱାକଫ (ସଂଶୋଧନ) ବିଲ ଭଳି ଆଇନ ଗୃହୀତ ହୋଇଛି।

ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହା ମଧ୍ୟ କହିଥିଲେ ଯେ, ସରକାର ଅଭୂତପୂର୍ବ ସଫଳତା ମାଧ୍ୟମରେ ଭାରତର ବିକାଶ ଯାତ୍ରାର ଏହି ଅମୃତ କାଳକୁ ନୂତନ ଶକ୍ତି ପ୍ରଦାନ କରୁଛନ୍ତି। ସରକାରଙ୍କ ପ୍ରୟାସ ଯୋଗୁ ଦେଶର ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ବାହାରି ଆସିଛନ୍ତି। ଭାରତ ବିଶ୍ବର ୩ୟ ବଡ଼ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି। ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନ ହୋଇଛି। ମଧ୍ୟବିତ୍ତ ଯେତେ ବଡ଼ ସ୍ବପ୍ନ ଦେଖିବ, ଦେଶ ସେତେ ଆଗେଇବ।

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ନନ୍ଦୀଗ୍ରାମ ଉପନିର୍ବାଚନରେ ହାଇଡ୍ରାମା: ମମତାଙ୍କ ସମର୍ଥନ ମିଳିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗିରଫ

କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା,…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?