Budget 2025: ବଜେଟ୍‌ରେ ଓଡ଼ିଶାକୁ ମିଳିପାରେ ଏସବୁ ଲାଭ, ଏମାନଙ୍କ ପାଇଁ ହେବ ବଡ଼ ଘୋଷଣା!

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ୧୮ତମ ଲୋକ ସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ଏବଂ ଦେବୀ ଲକ୍ଷ୍ମୀଙ୍କୁ ପ୍ରଣାମ କରିଛନ୍ତି। ଏଥିସହ ସେ ସରକାରଙ୍କ ତୃତୀୟ କାର୍ଯ୍ୟକାଳ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଶନିବାର ଚଳିତ ଆର୍ଥିକବର୍ଷର କେନ୍ଦ୍ରୀୟ ବଜେଟ ଉପସ୍ଥାପିତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ । ଟାକ୍ସ ସ୍ଲାବରୁ ନେଇ ଷ୍ଟାର୍ଟଅପ ପର୍ଯ୍ୟନ୍ତ, ବଜେଟର ରୂପରେଖ କ’ଣ ହେବ ଏନେଇ ଆଜିଠୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ବଜେଟ ପୂର୍ବରୁ ପ୍ରାକ-ପରାମର୍ଶ ସଭା କରିଥିଲେ ସୀତାରମଣ । ଗତବର୍ଷ ଶେଷ ଭାଗରେ ରାଜସ୍ଥାନର ଜୈସଲମେରରେ ଆୟୋଜିତ ଏହି ପ୍ରାକ-ବଜେଟ ପରାମର୍ଶ ବୈଠକରେ, ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନେ ଅଂଶଗ୍ରହଣ କରି ବିଭିନ୍ନ ବିନ୍ଦୁ ଉପରେ ସେମାନଙ୍କ ସୁପାରିଶ ରଖିଥିଲେ ।

ପ୍ରାକ-ବଜେଟ ବୈଠକରେ ଓଡିଶା ରଖିଥିଲା ୮ଟି ଦାବି ଗତବର୍ଷ (୨୦୨୪) ଡିସେମ୍ବର ୨୦ରେ ରାଜସ୍ଥାନର ଜୈସଲମେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପ୍ରାକ-ବଜେଟ ପରାମର୍ଶ ବୈଠକ । ଚଳିତ କେନ୍ଦ୍ରୀୟ ବଜେଟ ୨୦୨୫-୨୬ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥ ବିଭାଗ ନିଜ ଅଧୀନରେ ରଖିଥିବା ମୋହନ ଚରଣ ମାଝୀ ସାମିଲ ହୋଇଥିଲେ । ବର୍ତ୍ତମାନର ରାଜ୍ୟର ଆର୍ଥିକ ସ୍ଥିତି ଅନୁସାରେ, ମୁଖ୍ୟମନ୍ତ୍ରୀ ରାଜ୍ୟର ଅର୍ଥନୈତିକ ଲକ୍ଷ୍ୟ ଏବଂ କେନ୍ଦ୍ରୀୟ ବଜେଟ ୨୦୨୫-୨୦୨୬ ରେ ଓଡିଶା ଦାବି ଓ ଆଭିମୁଖ୍ୟ ମଧ୍ୟ ଉପସ୍ଥାପନ କରିଥିଲେ ।

୮ଟି କ୍ଷେତ୍ରରେ ଓଡିଶା କେନ୍ଦ୍ରୀୟ ବଜେଟରେ ପୂର୍ବାପେକ୍ଷା ଅଧିକ ପ୍ରାଧାନ୍ୟ ଆଶା କରୁଛି ବୋଲି ଦର୍ଶାଇଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ସୱତନ୍ତ୍ର ସହାୟତା (SACI) ଗତ କେନ୍ଦ୍ରୀୟ ବଜେଟ (୨୦୨୪-୨୫)ରେ ପୁଞ୍ଜି ନିବେଶ ପାଇଁ ସୱତନ୍ତ୍ର ସହାୟତା ଅଧିନରେ ୧.୫୦ ଲକ୍ଷ କୋଟିର ବର୍ଦ୍ଧିତ ଆବଣ୍ଟନ କରିଥିଲା କେନ୍ଦ୍ର । ଯାହା ଦ୍ବାରା ଓଡ଼ିଶା ସମେତ ସମସ୍ତ ରାଜ୍ୟକୁ ଏହାର ଲାଭ ମିଳିଥିବା କଥା କହି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶଂସା କରିଥିଲେ । ଗତ ଆର୍ଥିକ ବର୍ଷ ଠାରୁ ଚଳିତ ଆର୍ଥିକ ବର୍ଷ (୨୦୨୫-୨୦୨୬) ପାଇଁ ଆବଣ୍ଟନକୁ ୬୦%କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ରଖିଥିଲେ । ସହରୀକରଣକୁ ପ୍ରୋତ୍ସାହନ ଓଡ଼ିଶାର ସହରୀକରଣ ହାର ଜାତୀୟ ହାର ତୁଳନାରେ କମ ରହିଛି । ଏହି ପ୍ରସଙ୍ଗ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାକ ବଜେଟ ବୈଠକରେ ଉଠାଇଥିଲେ । ବିଶେଷକରି ଓଡ଼ିଶା ଭଳି ଅଧିକ ଗ୍ରାମାଞ୍ଚଳବହୁଳ ରାଜ୍ୟରେ ସହରାଞ୍ଚଳ ଭିତ୍ତିଭୂମିର ବିକାଶ କରିବା ପାଇଁ ଅଧିକ ନିବେଶର ଆବଶ୍ୟକତା ରହିଛି । ତେଣୁ କେନ୍ଦ୍ରୀୟ ବଜେଟରେ ଏହି ଦିଗକୁ ଦୃଷ୍ଟି ଦେଇ ବ୍ୟୟବରାଦ ରାଶିରେ ବୃଦ୍ଧି କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସମ୍ବଳ ଦୃଷ୍ଟିକୋଣ ଜାତୀୟ ଏବଂ ରାଜ୍ୟ ସ୍ତରରେ ସକଳ ଘରୋଇ ଉଦ୍ୟୋଗ (GDP), ମୁଦ୍ରାସ୍ଫୀତି ଏବଂ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କରର ଉଷ୍ମତା ପାଇଁ ଆକଳନ କରାଯାଇଥିବା ଅଭିବୃଦ୍ଧିକୁ ବିଚାରକୁ ନେଇ, ରାଜ୍ୟର ମୋଟ ରାଜସୱ ପ୍ରାପ୍ତି ଚଳିତ ବର୍ଷର ଆକଳନ ତୁଳନାରେ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରାୟ ୧୨% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ପର୍ଯ୍ୟଟନ ବିକାଶ କେନ୍ଦ୍ର ବଜେଟ ୨୦୨୪-୨୫ ରେ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ଆଖି ଦୃଶିଆ ଆବଣ୍ଟନ ମିଳିଥିଲା । ଓଡିଶାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ତେଣୁ ଏଥର ବଜେଟରେ ଓଡିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ କରିବା ପାଇଁ ପ୍ରାୟ ୧୦,୦୦୦ କୋଟି ନିବେଶ ପ୍ୟାକେଜ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri