Posted inRasifala

ରାଶିଫଳ: ବୁଧବାର, ଫେବୃୟାରୀ ୧ ତାରିଖ – Daily Horoscope

ମେଷ
ଆଜି କର୍ମାରମ୍ଭରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ କିନ୍ତୁ ସମାଲୋଚନାର ମୃଦୁଗୁଞ୍ଜରଣ ମଧ୍ୟ ଶୁଣିବାକୁ ମିଳିବ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ବନ୍ଧୁ ମିଳନ, ଦୂରଯାତ୍ରା, ଶୁଭକାର୍ଯ୍ୟରେ ସହଯୋଗ କରିପାରନ୍ତି।
ବୃଷ
ବୃଷ
ଚନ୍ଦ୍ରଙ୍କ ଶୁଭପ୍ରଭାବରୁ ହସିଲେ କଥା କହିବେ, ବନ୍ଧୁବର୍ଗ ପାଖେଇ ଆସିବେ। ଅନ୍ୟମାନଙ୍କ ମୁହଁରୁ ନିଜର ଆମତ୍ ପ୍ରଶଂସା ଶୁଣି ଭାବ ବିଭୋର ହୋଇପାରନ୍ତି। ଏହାସଙ୍ଗକୁ ଅସୂୟାର ବଶବର୍ତ୍ତୀ ହୋଇ ପରୋକ୍ଷ ସମାଲୋଚନାରୁ ମଧ୍ୟ ରକ୍ଷା ମିଳି ନ ପାରେ ନାହିଁ। ଆନୁଷ୍ଠାନିକ କାର୍ଯ୍ୟ, ରଚନାମତ୍କ କାର୍ଯ୍ୟ, ଗବେଷଣା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ବନ୍ଧୁତା ରହିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରତ୍ୟେକ କାମ କରାଇ ନେବେ। ସରକାରୀ କାମରେ ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, କଳ କାରଖାନା, ହୋଟେଲ, ରେଷ୍ଟୁରାଣ୍ଟ ବ୍ୟବସାୟରୁ ସୁଫଳ ପାଇବେ। ମାଙ୍ଗଳିକ କାର୍ଯ୍ୟର ଶୁଭ ସାହାନାଇରେ ମସ୍‌ଗୁଲ୍‌ ହୋଇପାରନ୍ତି।
କର୍କଟ
କର୍କଟ
ଅନିଚ୍ଛା ସତ୍ତ୍ୱେ ପରିସ୍ଥିତିବଶତଃ ଖର୍ଚ୍ଚ ବୃଦ୍ଧି ପାଇବା ସଙ୍ଗକୁ ମାନସିକ ଶାନ୍ତି ହରାଇବେ। ଆଗମନାକାଂକ୍ଷୀ କୌଣସି ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ କଷ୍ଟ ତୀବ୍ରତର ହୋଇପାରେ। ତରବରିଆ ଯାତ୍ରା କ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ଆଜି କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳ ଯୋଗରୁ ଅର୍ଥ ଓ ସମ୍ମାନ ଲାଭ ଘଟିବ। ଯାହାକୁ କିଛି କହିବେ ସେ ହିଁ ବାହାନା ଦେଖାଇ ଦୂରେଇ ଯିବା ବାଟ ଖୋଜିବ। ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମକୁ ଚଳାଇ ନେବେ। ବ୍ୟବସାୟିକ କ୍ଷେତ୍ର, ମାଙ୍ଗଳିକକାମ, ଆଲୋଚନା ସଭା, ପ୍ରଶାସନ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ।
କନ୍ୟା
ଅଷ୍ଟମସ୍ଥ ରାହୁଜନିତ ମାନସିକ ସ୍ତରରେ ଅସ୍ଥିରତା ଅନୁଭବ କଲେ ମଧ୍ୟ କାମ ଅଟକିବ ନାହିଁ। ମାଙ୍ଗଳିକ କାମ ସକାଶେ ଘରେ ଆମୋଦ ପ୍ରମୋଦର ସୁଅ ଛୁଟିବ। ଅଫିସ୍‌ର କୌଣସି ଅତ୍ୟାବଶ୍ୟକୀୟ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।
ତୁଳା
ତୁଳା
କର୍ମାଧିପ ଦୁଃସ୍ଥାନସ୍ଥ ହେତୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବ୍ୟସ୍ତତା ପ୍ରକାଶ ପାଇବ। ସୁବିଧା, ସୁଯୋଗ ବିଭିନ୍ନ ଦିଗରୁ ଆସି ଜୁଟିବ। ବାଣିଜ୍ୟାରମ୍ଭ, ଶୁଭ କାର୍ଯ୍ୟ ସମ୍ପାଦନ, ସତ୍‌ସଙ୍ଗ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରାଇବ। ବ୍ୟବସାୟ, ପରିବହନ, ଶିଳ୍ପ, ପରିବହନାଦି ବାଧାପ୍ରାପ୍ତ ହେବ ନାହିଁ।
ବିଛା
ବିଛା
ରାଶିକୁ କର୍ମାଧିପ ସହ ରାଶ୍ୟାଧିପ ଦେଖୁଥିବାରୁ ସମସ୍ତ କାମ ନିର୍ବିଘ୍ନରେ ସମାପନ ହେବ। କିନ୍ତୁ ଅନୁରାଧାର ମନ ଠିକ୍‌ ନ ରହିବା କାରଣରୁ କୌଣସି କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ। ବିଚାରଧାରା ଭିନ୍ନ ହେବା କାରଣରୁ କାର୍ଯ୍ୟପଦ୍ଧତି ବିଶୃଙ୍ଖଳିତ ରହିବ। ବ୍ୟବସାୟ, ପରିବହନ, ପ୍ରଶାସନ, ନିର୍ମାଣାଦି କାର୍ଯ୍ୟ ଠିକ୍‌ଠାକ୍‌ ଚାଲିବ।
ଧନୁ
ଧନୁ
ବୁଧାଦିତ୍ୟ ଯୋଗଜନିତ ନିଜେ କଷ୍ଟ ସ୍ବୀକାର କରି ଅନ୍ୟ ମୁହଁରେ ହସ ଉକୁଟାଇବା ଚେଷ୍ଟା କରିବେ। ପ୍ରବଳ ବିରୋଦ୍ଧାତ୍ମକ ପରିବେଶରେ ମଧ୍ୟ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବେ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ମାଙ୍ଗଳିକ କାର୍ଯ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
ମକର
ମକର
ଶନି ଦୃଷ୍ଟିରେ ଗୁରୁ ହେତୟ ବନ୍ଧୁଙ୍କ ଭିଡରେ ନିଜ ଲୋକଟିର କଥା ଶୁଣିବାକୁ ବେଳ ପାଇବେ ନାହିଁ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ କିନ୍ତୁ ମନର ରାଗ ଭିତରେ ଭିତରେ କୁହୁଳି ଉଠିବ। ଆମତ୍ୀୟଙ୍କ ଅଶ୍ରଦ୍ଧା, ବନ୍ଧୁଙ୍କ ରାଗରୁଷା, ସ୍ତ୍ରୀଙ୍କ ମୁହଁଫୁଲା, ଯାତ୍ରା ଓ ବାଣିଜ୍ୟରେ ସମସ୍ୟା ପ୍ରଭୃତି ସ୍ବସ୍ଥାନହନ୍ତା ବୃହସ୍ପତି କରିଚାଲିବେ।
କୁମ୍ଭ
କୁମ୍ଭ
ଦ୍ୱାଦଶସ୍ଥ ପାପଗ୍ରହ ଯୋଗୁ ଅସାବଧାନତା ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ। ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। ଜମିଜମା, କଳ, କାରଖାନା,ହୋଟେଲ ଶିଳ୍ପ, ମନୋରଞ୍ଜନ, ଯାତ୍ରା ଓ ଭ୍ରମଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ।
ମୀନମୀନ
ପ୍ରଭାବଶାଳୀ ଶନିଙ୍କ ପ୍ରଭାବରୁ ଜଣେ ନୀଚଜାତିର ବ୍ୟକ୍ତିଙ୍କ ଅବଦାନ ଭୁଲିପାରିବେ ନାହିଁ। ନିଜର ଆମତ୍ୀୟ ତଥା ସମଶ୍ରେଣୀୟ ବ୍ୟକ୍ତିମାନଙ୍କ ଈର୍ଷା ଓ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଖର୍ଚ୍ଚ ପରିମାଣ କ୍ରମଶଃ ବଢ଼ିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଅତୀତ ଘଟଣା ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ସାମୟିକ ମନ ଉଦାସ ରହିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?