Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ୍‌ ୧ ତାରିଖ – Daily Horoscope

ମେଷ
ନିଚ୍ଚଭାବରେ ଚତୁର୍ଥାଧିପତି ଚନ୍ଦ୍ର ଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ରାହୁଯୁକ୍ତ ମଙ୍ଗଳଙ୍କ ଯୋଗୁଁ ସାହସର ସହ ପ୍ରତ୍ୟେକ କାମ ପାଇଁ ଆଗଭର ହେବେ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହି ନ ପାରେ। ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ ପାଇଁ ଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବାରୁ ଦୁଃଖ କରିପାରନ୍ତି।
ବୃଷ
ବୃଷ
ଦ୍ୱାଦଶସ୍ଥ ଏକାଧିକ ଗ୍ରହ ଆପଣଙ୍କୁ ଦୂର ଯାତ୍ରାରେ କିମ୍ବା ପରିବାର ସକାଶେ ବିଶେଷ ଖର୍ଚ୍ଚାନ୍ତ କରାଇବ। ମନରେ ନକାରାମତ୍କ ଭାବନା ରହୁଥିବାରୁ କୌଣସି କାମରେ ମନ ଲାଗିବ ନାହିଁ। ପୁନଶ୍ଚ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବ୍ୟବସାୟ ଭଲରେ ଚାଲିବ ଏବଂ ପରିବହନରେ ବିଶେଷ ଅସୁବିଧା ହେବନାହିଁ।
ମିଥୁନ
ମିଥୁନ
ରାଶିପାଇଁ ଗ୍ରହସ୍ଥିତି ବିଶେଷ ଅନୁକୂଳ ରହିନଥିବାରୁ ବିଭିନ୍ନ ସମସ୍ୟା ମଧ୍ୟରେ ସମୟ କଟାଇବେ। ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଲ ବାତାବରଣ ସୃଷ୍ଟି ନହୋଇପାରେ। କିନ୍ତୁ ଆରଦ୍ରା ନକ୍ଷତ୍ର ବ୍ୟକ୍ତି ଯେକୈାଣସି ପରିସ୍ଥିତିରେ ମଧ୍ୟ ଆଗକୁ ମାଡିଚାଲିବେ। ଅବଶ୍ୟ କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଦୁର୍ବଳତା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତିକୂଳତା ସୃଷ୍ଟି କରିବ। ଯାତ୍ରା କରିବା, ବ୍ୟବସାୟ, ବିବାଦ ଓ କିଛି ନୂତନ କାମରେ ଚିନ୍ତିତ ରହିବେ। ଯାତ୍ରା କାଳରେ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ ଜଣେ ନିକଟତମ ବ୍ୟକ୍ତି ସାହାଯ୍ୟ କରିବେ।
ସି˚ହ
ସି˚ହ
ରାଶ୍ୟାଧିପ ଉଚ୍ଚାରୋହୀ ହୋଇ କର୍ମାଧିପତି ସହ ରହିଥିବାରୁ କର୍ମକ୍ଷେତ୍ରରେ ପଛକୁ ହଟିବେ ନାହିଁ। ସାମାଜିକ ସ୍ତରରେ ଅଥବା ସାହିତ୍ୟ, କଳା କ୍ଷେତ୍ରରୁ ପ୍ରଶଂସିତ ହେବେ। ବହୁତଦିନର ଶତ୍ରୁତା, ଅଶାନ୍ତି ଓ ଋଣଭାର କ୍ରମଶଃ ହ୍ରାସ ପାଇବା ଦିଗରେ ଯନତ୍ବାନ ହୋଇପାରନ୍ତି। ପାରିବାରିକ ସ୍ଥିତି ପ୍ରାୟତଃ ମଧ୍ୟମ ପ୍ରକାରର ରହିବ।
କନ୍ୟା
ମିତ୍ରଙ୍କ ସହ ରାଶ୍ୟାଧିପ ରହିଥିବାରୁ କର୍ମକ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବା ସହ ସହଯୋଗ, ସୁଖ ସମ୍ମାନ ମିଳିବ। ଆନୁଷ୍ଠାନିକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ପଡୋଶୀଙ୍କ ସହ ଟଙ୍କାପଇସାକୁ କେନ୍ଦ୍ରକରି ଝଗଡା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ କିନ୍ତୁ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ।
ତୁଳା
ତୁଳା
ଆଜି ଏକତ୍ର ବୁଧ ଓ ବୃହସ୍ପତି ପ୍ରଭାବରୁ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ଅନୁରାଧା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବା ସହ ପରିବାରରେ ସୁଖ ଶାନ୍ତି ରାଜୁତି କରିବ।
ବିଛା
ବିଛା
ଆଜିର ପଞ୍ଚାନନ ଯୋଗ ପ୍ରଭାବରେ ଯଥା ସମୟରେ ସବୁ କିଛି ହାତକୁ ନେଇଥିବା କାମ ସମ୍ପନ୍ନ କରିପାରିବେ। ଆର୍ଥିକ ସ୍ଥିତି ମଜବୁତ୍‌ ରହିବ ଓ ନୂଆ ଯୋଜନା ହାତକୁ ନେଇପାରନ୍ତି। ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ଆପଣେଇ ନେବେ। ମନୋରନରେ ଆଗ୍ରହୀ ହେବା ସହ ଅପରାହ୍ନରେ ଟେନସନ୍‌ ବଢିପାରେ।
ଧନୁ
ଧନୁ
ଅତି ଦରକାରୀ ଜିନିଷ ଗୁଡିକ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି। ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାଯର୍‌ୟକାରୀ କରିବେ। ଯାତ୍ରା ସମୟରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡିବେ। ବୃହସ୍ପତି ଆଧ୍ୟାତ୍ମିକ ଗ୍ରହ ଶନିଯୁକ୍ତ ହେତୁ ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
ନୀଚ୍ଚାରୋହୀ ଚନ୍ଦ୍ର କାରଣରୁ ଆଜି ପାରିବାରିକ ଦୁଶ୍ଚିନ୍ତା ଜନିତ ରକ୍ତଚାପ ମଧ୍ୟ ବଡ଼ିପାରେ। ଶନି ରାଶିରେ ବ୍ୟୟାଧିପଙ୍କ ସଙ୍ଗରେ ରହିଥିବାରୁ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବ। ପୂର୍ବକଳହକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ପରିହାସ ଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି ସୂଚନା ରହିଛି।
କୁମ୍ଭ
କୁମ୍ଭ
ଶୁକ୍ର ଓ ରବିଙ୍କ ପ୍ରଭାବ ଜନିତ ନୂତନ ଜିନିଷ କ୍ରୟ କରିବା ସକାଶେ ପାଇଁ ମନ ବଳିବ। ଉଚ୍ଚସ୍ଥ ରବିଙ୍କ ପ୍ରଭାବରୁ ନେତୃତ୍ୱ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସିଲେ କଳହର ସୂତ୍ରପାତ ହୋଇପାରେ। ଶତଭିଷା ନକ୍ଷତ୍ର ପୁରାତନ ରୋଗପୀଡାରୁ ବିଶେଷ କଷ୍ଟ ପାଇବେ।
ମୀନମୀନ
ଆଜି ଫେରିବା ବେଳକୁ ଘରର ଅଶାନ୍ତ ପରିବେଶ କେତେକାଂଶରେ ଶାନ୍ତ ପଡି ଯାଇଥିବ। ବାଟରେ ବନ୍ଧୁଙ୍କୁ ଭେଟି ଯୋଜନା ପ୍ରସ୍ତୁତ କରି ପାରନ୍ତି। ଶୁକ୍ରକ୍ଷେତ୍ରରେ ରାହୁଙ୍କ ଯୋଗୁଁ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର , ଜୁଲାଇ ୬ ତାରିଖ – Daily Horoscope

ମେଷ ଆଜି କେନ୍ଦ୍ରରେ ବୁଧ ଓ ବୃହସ୍ପତିଙ୍କ ଯୋଗୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନ ଘଟିବ। ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ…

ରାଶିଫଳ: ରବିବାର, ଜୁଲାଇ ୫ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର ବନ୍ଧୁମାନଙ୍କ ପରାମର୍ଶକ୍ରମେ ଦୂରଯାତ୍ରା କରିବାକୁ ମନ ବଳାଇବେ। ଗୃହ ମରାମତି, ଭୂମିକ୍ରୟ, ଗାଡ଼ିମୋଟର, ଯାନ୍ତ୍ରିକ ଜିନିଷ କ୍ରୟ କରିପାରନ୍ତି। ଟଙ୍କା ପଇସା…

ରାଶିଫଳ: ଶନିବାର, ଜୁଲାଇ ୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଆଜିର ଭୁଲ୍‍ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ତଥାପି ସକାଳ ସମୟଟି ମାନସିକ ଅସ୍ଥିରତା…

ରାଶିଫଳ: ଶୁକ୍ରବାର, ଜୁଲାଇ ୩ ତାରିଖ – Daily Horoscope

ମେଷ ଆଜି ଦ୍ୱିତୀୟଭାବସ୍ଥ ମଙ୍ଗଳ ଓ କେତୁଙ୍କ ସ୍ଥିତିଜନିତ କଠୋର ବ୍ୟବହାର ସାଙ୍ଗକୁ ବିଚାରଧାରାରେ ବ୍ୟତିକ୍ରମ ରହିପାରେ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri