Posted inRasifala

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ
ଆଜି ଦ୍ୱାଦଶ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟସମସ୍ୟା, କରଜଦାତାଙ୍କ ଚାପ, ଦୂରଯାତ୍ରା କରିବାକୁ ପଡ଼ିପାରେ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ବନ୍ଧୁଙ୍କ ସାହାଯ୍ୟରେ ନିର୍ମାଣାଧୀନ କାମରେ ଥିବା ପ୍ରତିବନ୍ଧକ ଦୂର ହେବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ନିର୍ବାହ କରିବେ।
ବୃଷ
ବୃଷ
ଲାଭଭାବରେ ଚନ୍ଦ୍ର କାର୍ଯ୍ୟସାଧନ ପାଇଁ ଅନୁକୂଳ ରହିବା ସାଙ୍ଗକୁ ଆଲୋଚନାରେ ଆପଣଙ୍କ ପ୍ରସ୍ତାବ ଗ୍ରହଣଯୋଗ୍ୟ ହେବ। ସେବା ଓ ପରୋପକାର ଦ୍ୱାରା ପ୍ରଶଂସିତ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଅସୁବିଧା ହେବନାହିଁ। ପରିବାରରେ ସମସ୍ୟା ଭିତରେ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ହେବେ।
ମିଥୁନ
ମିଥୁନ
ଧନାଧିପ କର୍ମସ୍ଥ ଯୋଗୁ ଯାହା ଆଶା କରୁଛନ୍ତି ତାହା ପାଇବାରେ ଅସୁବିଧା ରହିବ ନାହିଁ। ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମ ସଫଳତାର ସହ ସମ୍ପନ୍ନ କରିବେ। ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରି କୈଫିୟତ୍‌ ଦେବାକୁ ପଡ଼ିପାରେ। ବ୍ୟବସାୟରେ ସମସ୍ୟା ବଢ଼ି ବଡ଼ଆକାର ଧାରଣ କରିବାର ଆଶଙ୍କା ରହିଛି।
କର୍କଟ
କର୍କଟ
ଭାଗ୍ୟଭାବସ୍ଥ ଚନ୍ଦ୍ରଙ୍କ ସୁପ୍ରଭାବରେ ସମସ୍ୟାଗୁଡ଼ିକର ସରଳ ସମାଧାନ କରିବାରେ ସଫଳ ହେବେ। ନିଜ ପରିସରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଖଳଲୋକଙ୍କ କଥାକୁ ଗ୍ରହଣ କରିବା ଦ୍ୱାରା ପାରିବାରିକ କଳହ ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ଆଜି ଅଷ୍ଟମ ଚନ୍ଦ୍ରଜନିତ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ କିନ୍ତୁ ଆର୍ଥତ୍କ ଦିଗରୁ ଉପକୃତ ହେବେ। ଚେଷ୍ଟା କରୁଥିବା କାମରେ ଅଗ୍ରଗତି ସାଙ୍ଗକୁ ପାରିବାରିକ ଦିଗକୁ ନିୟନ୍ତ୍ରଣରେ ରଖିପାରିବେ। ପରିସ୍ଥିତିବଶତଃ ଅଧିକ ଖର୍ଚ୍ଚ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
କନ୍ୟା
ଲାଭାଧିପ ସପ୍ତମ କେନ୍ଦ୍ରସ୍ଥ ଯୋଗୁ ବ୍ୟବସାୟିକ ସଫଳତା ହାସଲ କରିପାରିବେ। ଦୂରଦର୍ଶିତା ଅଭାବରୁ ବନ୍ଧୁ କଥାରେ ପ୍ରଭାବିତ ହୋଇ ଭୁଲ୍‌ କରିପାରନ୍ତି। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନ ପାଇଁ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
ତୁଳା
ତୁଳା
ଶୁଭଚନ୍ଦ୍ରଜନିତ ସୁଖଶାନ୍ତି ଫେରାଇ ଆଣିବାରେ ପ୍ରଯନତ୍ କଲେ ଉପକୃତ ହେବେ। ଉଦ୍ୟମ ଅବ୍ୟାହତ ରଖିପାରିଲେ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ସୁଯୋଗ ହରାଇ ବ୍ୟଥିତ ହୋଇପାରନ୍ତି। ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ।
ବିଛା
ବିଛା
ଯେଉଁ ବିଷୟରେ ଚିନ୍ତା କରୁଛନ୍ତି ସେଥିରେ ପରିବର୍ତ୍ତନର ଆଶା କରାଯାଇପାରେ। କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନକରି ପ୍ରଶଂସିତ ହେବେ। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତ୍‌ରୁ ଉପକୃତ ହେବାର ସୂଚନା ରହିଛି।
ଧନୁ
ଧନୁ
ଅଷ୍ଟମାଧିପତି ଚତୁର୍ଥ କେନ୍ଦ୍ରସ୍ଥ ଯୋଗୁ ସମସ୍ୟା ଆସିଲେ ମଧ୍ୟ ଗୁରୁକ୍ଷେତ୍ର ପ୍ରଭାବରେ ସମାଧାନ କରିପାରିବେ। ରପତ୍ାନି ବାଣିଜ୍ୟରେ, ପରିବହନ କ୍ଷେତ୍ରରେ, ଆଲୋଚନାରେ ସଫଳତା ମିଳିବ। ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ ଓ ସାହାଯ୍ୟ କରିବେ।
ମକର
ମକର
ଯେତେ ଚେଷ୍ଟାକଲେ ମଧ୍ୟ ସବୁ କାମ ବିଳମ୍ବରେ ସମ୍ପନ୍ନ ହେବ। ଶ୍ରବଣା ନକ୍ଷତ୍ର ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିରକରି ସଫଳତା ପାଇପାରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟରୁ ବିବାଦୀୟ ଘଟଣାର ପରିସ୍ଥିତି ହଠାତ୍‌ ବଦଳି ଯାଇପାରେ। ରୋଗ, ଋଣ ଓ ପୂର୍ବ ଶତ୍ରୁତାର କୁପ୍ରଭାବ କେତେକାଂଶରେ ଲାଘବ ହୋଇପାରିବ।
କୁମ୍ଭ
କୁମ୍ଭ
ଆଜି କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମକରି ସଫଳତା ହାସଲ କରିବେ। ଅଫିସ୍‌ରୁ ଫେରିବା ବାଟରେ ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ସ୍ବାର୍ଥ ହାସଲ ପରିପ୍ରେକ୍ଷୀରେ ପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ କରିପାରନ୍ତି। ବିଭିନ୍ନ ସମସ୍ୟା ସମାଧାନ, କଚେରି ମାମଲା ଓ ଜମିଜମା ବିବାଦରେ ଆପଣ ବିଜୟୀ ହୋଇପାରନ୍ତି।
ମୀନମୀନ

ଆଜିର ଅନୁକୂଳ ଗ୍ରହସ୍ଥିତି ସ୍ବରାଶିସ୍ଥ ଚନ୍ଦ୍ରଜନିତ ସମସ୍ୟାର ସାମ୍ନାକରି କାର୍ଯ୍ୟସିଦ୍ଧି ଘଟାଇବେ। ଆରୋଗ୍ୟଲାଭ ସାଙ୍ଗକୁ କର୍ମାରମ୍ଭ ଲାଗି ଯୋଜନା ତିଆରି କରିପାରନ୍ତି। ସହକର୍ମୀଙ୍କ ସହାନୁଭୂତି ଯୋଗୁ ହାତକୁ ନେଇଥିବା କାମ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବନାହିଁ। ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଅନାଦର ପାଇବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

ରାଶିଫଳ: ରବିବାର , ଜୁଲାଇ ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri