Posted inRasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୧୯ ତାରିଖ – Daily Horoscope

ମେଷ
ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। କୃତ୍ତିକା ନକ୍ଷତ୍ରର ନିର୍ମାଣାଧୀନ କାମର ଶେଷ ପର୍ଯ୍ୟାୟରେ ପ୍ରତିବନ୍ଧକ ଦୂରହେବ। କାଳେ କିଛି ଦେବାକୁ ପଡ଼ିବ, ଏହି ଭାବନାରେ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରି କାମ ଚଳାଇନେବାକୁ ଚେଷ୍ଟା କରିପାରନ୍ତି।
ବୃଷ
ବୃଷ
ଆଜି କୌଣସି ସାମାଜିକ କାମରେ ବିଶେଷ ସମୟ ନେବାକୁ ବାଧ୍ୟହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରିପାରିବେ। ରୋହିଣୀ ନକ୍ଷତ୍ର ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।
ମିଥୁନ
ମିଥୁନ
ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବେ। କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ବ୍ୟବସାୟରେ କ୍ରମଶଃ ସମସ୍ୟା ବଢ଼ି ବଢ଼ି ବଡ଼ଆକାର ଧାରଣ କରିବାର ସମ୍ଭାବନା ରହିଛି। ଆରଦ୍ରା ନକ୍ଷତ୍ରର ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇପାରେ।
କର୍କଟ
କର୍କଟ
ଆଜି ଅଶ୍ଳେଷା ନକ୍ଷତ୍ର ସମସ୍ୟାଗୁଡ଼ିକର ସରଳ ସମାଧାନ କରିବାରେ ସଫଳ ହେବେ। ଅଫିସ୍‌ରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପାରିବାରିକ କଳହକୁ କେନ୍ଦ୍ରକରି ସାୟାହ୍ନେ ଭାବପ୍ରବଣ ହୋଇପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡ଼ିବେ।
ସି˚ହ
ସି˚ହ
କାମର ଚାପ ବୃଦ୍ଧି ପାଇବା କାରଣରୁ ସ୍ଥିରତା ରହିବ ନାହିଁ। ଗତକାଲି ପରି ଆଜି ମଧ୍ୟ ମଘା ନକ୍ଷତ୍ରର ପରିସ୍ଥିତି ଅପରିବର୍ତ୍ତିତ ରହିବ। କ୍ରନିକ୍‌ ରୋଗ, ଦୀର୍ଘଦିନର ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
କନ୍ୟା
ହସ୍ତା ନକ୍ଷତ୍ର ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନ ପାଇଁ ରାସ୍ତା ଖୋଜି ପାଇବେ। ଆଜିର ଅଧିକାଂଶ ସମୟ ବନ୍ଧୁଙ୍କ ସହଯୋଗ କାରଣରୁ ଭଲ ରହିବ। ଅଫିସ୍‌ରୁ ଆସିବା ବେଳକୁ ମନ ପସନ୍ଦର ଜିନିଷ କିଣିବାରେ ସମର୍ଥ ହେବେ।
ତୁଳା
ତୁଳା
ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କଲେ ବିଫଳ ହେବେନି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। କେତେକ କ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଚିତ୍ରା ନକ୍ଷତ୍ର ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ।
ବିଛା
ବିଛା
ଗତକାଲିଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ପ୍ରଶଂସିତ ହୋଇପାରନ୍ତି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ଅନୁରାଧା ନକ୍ଷତ୍ର ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିଙ୍କ ଦେଖାସାକ୍ଷାତ୍‌ରୁ ଉପକୃତ ହେବେ।
ଧନୁ
ଧନୁ
ବେଖାତିର ଭାବରେ ସବୁକଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ। ଆଲୋଚନା ପରିସର, ସଭାସମିତି, ତର୍କ ଓ ବିବାଦରେ ସ୍ଥଗିତ କାମକୁ ପୂରା କରିବେ। ପୂର୍ବାଷାଢ଼ା ନକ୍ଷତ୍ର ଆଲୋଚନା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ।
ମକର
ମକର
ଯେତେ ଚେଷ୍ଟାକଲେ ମଧ୍ୟ ସବୁ କାମ ବିଳମ୍ବରେ ହିଁ ସମ୍ପନ୍ନ ହେବ। କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ ଓ ସାମୟିକ ଅସୁବିଧାର ସମ୍ମୁଖୀନ ହେବେ। ଶ୍ରବଣା ନକ୍ଷତ୍ର ସକାଶେ ବିବାଦୀୟ ଘଟଣାର ପରିସ୍ଥିତି ହଠାତ୍‌ ବଦଳି ଯାଇପାରେ। କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
ଆଜିର ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ୍‌ ଦ୍ରବ୍ୟ ମିଳିପାରେ। ଶତଭିଷା ନକ୍ଷତ୍ର ସକାଶେ ଅସମୟରେ ପାଖପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ କରିବେ। ଆପଣ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଚେଷ୍ଟା କରୁଥିବା କାମ, କଚେରି ମାମଲା ଏବଂ ଜମିଜମା ବିବାଦରେ ଉପକୃତ ହେବେ।
ମୀନମୀନ

ସମସ୍ୟାଗୁଡ଼ିକୁ ସାମ୍‌ନା କରି ନ ପାରି ବିବ୍ରତ ବୋଧ କରିପାରନ୍ତି। ହାତକୁ ନେଇଥିବା କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବନାହିଁ। ରେବତୀ ନକ୍ଷତ୍ରର ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି। ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?