ଗାଜା ହସ୍ପିଟାଲ ଉପରେ କିଏ କରିଛି ଆକ୍ରମଣ, ତଥ୍ୟ ସହିତ ପ୍ରମାଣ ଦେଖାଇଲା ଇସ୍ରାଏଲ ସେନା

ଗାଜା,୧୮।୧୦: ଗାଜାର ହସ୍ପିଟାଲ ଆକ୍ରମଣ ପଛରେ କାହାର ରହିଛି ହାତ । ଏହାକୁ ନେଇ କାଦୁଅ ଫିଙ୍ଗା ଚାଲିଥିବା ସମୟରେ ପ୍ରମାଣ ସହ ତଥ୍ୟ ରଖିଲା ଇସ୍ରାଏଲ ସେନା । ଇସ୍ରାଏଲ ଡିଫେନ୍ସ ଫୋର୍ସ ବା ଆଇଡିଏଫର ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହଗାରୀ ଏନେଇ ଅଧିକ ତଥ୍ୟ ଦେଇଛନ୍ତି । ଅଲ ଅଲାହୀ ହସ୍ପିଟାଲ ଉପରେ ଆକ୍ରମଣ ଆଇଡିଏଫ ନୁହଁ ବରଂ ହମାସ ଆତଙ୍କୀ ଗୋଷ୍ଠୀ କରିଥିବା କୁହାଯାଇଛି । ଇସ୍ରାଏଲ ସେନା ମୁଖପାତ୍ର ଦେଇଥିବା ତଥ୍ୟ ଆଧାରରେ ରକେଟ ଲଚିଂ ସମୟରେ ମିସଫାୟାର ହୋଇଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା ମଙ୍ଗଳବାର କହିଥିଲା, ପରିଚାଳନା ଏବଂ ଗୁଇନ୍ଦା ଅନୁସନ୍ଧାନର ତଥ୍ୟର ଅନୁଧ୍ୟାନ ପରେ ଏହା ସ୍ପଷ୍ଟ ହୋଇଛି, ଗାଜା ହସ୍ପିଟାଲରେ ଇସ୍ରାଏଲ ସେନା ପକ୍ଷରୁ ଆକ୍ରମଣ ହୋଇନାହିଁ ।

ଗୁଇନ୍ଦା ସୂଚନା ଅନୁସାରେ ଗାଜା ହସ୍ପିଟାଲ ନିକଟରେ ରକେଟ ମାଡ କରୁଥିଲେ ଆତଙ୍କୀ । ଭିଡିଓ ଜାରି କରି ଆଇଡିଏଫ ପକ୍ଷରୁ କୁହାଯାଇଛି ଗାଜାରେ ଆତଙ୍କବାଦୀଙ୍କ ଦ୍ବାରା ରକେଟର ବର୍ଷା କରାଯାଇଥିଲା । ଯାହା ଅଲ ଅଲାହୀ ହସ୍ପିଟାଲ ପାଖରେ ଅତିକ୍ରମ କରିଥିଲା । ଇସ୍ରାଏଲର ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ରକେଟ ମାଡ ପଛରେ ଇସଲାମିକ ଆତଙ୍କୀ ସଂଗଠନକୁ ଇସାରା କରୁଛି । ତେଣୁ ଏହି ଆକ୍ରମଣ ପାଇଁ ଆତଙ୍କୀ ସଙ୍ଗଠନ ହିଁ ଦାୟୀ ବୋଲି ଦାବି କରିଛି ଇସ୍ରାଏଲ ସେନା । ଏହାକୁ ନେଇ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ଟାଇମସ ଅଫ ଇସ୍ରାଏଲ ରିପୋର୍ଟ ଅନୁସାରେ ହମାସ ଓ ଅନେକ ଆରବ ଦେଶ ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦୋଷୀ କହିଛନ୍ତି । ଏହି ଆକ୍ରମଣରେ ପ୍ରାୟ ୫ ଶହ ଲୋକଙ୍କ ଜୀବନ ଯାଇଥିଲା । ଅଲଜଜିରା ପକ୍ଷରୁ ଜାରି ଏକ ଭିଡିଓରେ ଦେଖିବାକୁ ମିଳିଛି ଗାଜା ହସ୍ପିଟାଲ ନିକଟରେ ଏକ ରକେଟ ମିସ ଫାୟାର ହେବାର ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri