Posted inRasifala

ରାଶିଫଳ: ରବିବାର, ନଭେମ୍ବର ୧୯ ତାରିଖ – Daily Horoscope

ମେଷ
ଅନ୍ୟମନସ୍କ କାରଣରୁ କର୍ମକ୍ଷେତ୍ରରେ ତିରସ୍କୃତ ହୋଇପାରନ୍ତି। ଜମିଜମା କାରବାର କୌଣସି ପ୍ରତିବନ୍ଧକରୁ ବାଧାପ୍ରାପ୍ତ ହେବ। କ୍ରୀଡ଼ା, ଚଳଚ୍ଚିତ୍ର, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ, ସଙ୍ଗୀତାଦି କ୍ଷେତ୍ରରୁ ଶୁଭଫଳ ମିଳିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ।
ବୃଷ
ବୃଷ
ଆଜିର ପ୍ରତ୍ୟୁଷ ଯାତ୍ରା ନିରର୍ଥକ ହେବ ନାହିଁ। ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିବା କାରଣରୁ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହେବାର ବହୁତ ସମ୍ଭାବନା ରହିଛି। ପରିବାରରେ ଭୁଲ୍‌ ବୁଝାମଣା ବୃଦ୍ଧି ପାଇବା କାରଣରୁ ସାଧାରଣ କଥାରେ କ୍ଷୁବ୍ଧ ହୋଇ ପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ, ଜମିଜମା କାରବାର, ମାଲି ମକଦ୍ଦମା କ୍ଷେତ୍ରରୁ ଲାଭବାନ୍‌ ହେବେ।
ମିଥୁନ
ମିଥୁନ
କୌଶଳ ପ୍ରୟୋଗ କରି କାମ ହାସଲ କରିବାରେ କୌଣସି ଅସୁବିଧା ରହିବ ନାହିଁ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ସମସ୍ୟାକୁ ଡାକି ଆଣିଲା ଭଳି କାମ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ନିଜ ଗୃହ ସମସ୍ୟାକୁ ସଜାଡିବାକୁ ଯାଇ ବହୁତ ହଇରାଣ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
କୌଣସି ଗୁରୁ୍‌ତ୍ୱପୂର୍ଣ୍ଣ କାର୍ଯ୍ୟ ହାସଲ କରିବା ସକାଶେ ଅର୍ଥ ଲାଭର ଯୋଜନା କରିପାରନ୍ତି। ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ସାମୟିକ ବ୍ୟସ୍ତତା ପ୍ରକାଶ କରିବାକୁ ପଡ଼ିବ। କଚେରି ମାମଲାର ଆଶୁ ଶୁଣାଣି ହେବାରୁ ଆଶ୍ୱସ୍ତି ଲାଭ କରିବେ।
ସି˚ହ
ସି˚ହ
ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ। ଆଜିର ଯାତ୍ରାରେ ସଫଳତା ମିଳିବା ସକାଶେ ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କୁହନ୍ତୁ। କାମର ଚାପ ବହୁତ ବଢ଼ିଯିବା କାରଣରୁ କୌଣସି କଥା ଭଲ ଲାଗିବ ନାହିଁ। ନିର୍ମାଣ, ଯୋଗାଯୋଗ, ପ୍ଲଟିଂ କାରବାର ପାଇଁ ଦିନଟି ମନ୍ଦ ହେବନି।
କନ୍ୟା
ମତପାର୍ଥକ୍ୟ ଘଟିବା କାରଣରୁ ପରିବାରରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବ। ପିଲାଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ନିଜ ପରିସରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟିରେ ସହାୟକ ହେବ। ବନ୍ଧୁ ମିଳନ ଓ ଆମୋଦ ପ୍ରମୋଦ ସକାଶେ ନୂତନ ଯୋଜନା କରିବେ।
ତୁଳା
ତୁଳା
ଆଜିର କର୍ମକ୍ଷେତ୍ରରେ ଆପଣ ଅନେକ କାମ ହାତକୁ ନେଇ ବ୍ୟଥିତ ହେବେ। ବନ୍ଧୁ ଗହଣରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ତିକ୍ତତା ବୃଦ୍ଧି ପାଇବ। ଆଜିର ଯାତ୍ରାରେ ସଫଳତା ପାଇବେ ଏବଂ ଲକ୍ଷ୍ୟ ହାସଲ କରିବାରେ କୌଣସି ଅସୁବିଧା ରହିବ ନାହିଁ। ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ବିଛା
ବିଛା
ଭୁଲ୍‌ ବୁଝାମଣା ହେତୁ ଦୂରେଇ ଯାଇଥିବା ଲୋକ ପାଖେଇ ଆସିବ। ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ଅନ୍ୟକୁ ଆପଣେଇ ନେବେ। ସାହିତ୍ୟ, ସାମ୍ବାଦିକତା, ରାଜନୀତି, କର୍ମାରମ୍ଭ, କଳା ଓ ସାହିତ୍ୟ, ଏଜେନ୍‌ଶିପ୍‌ ପ୍ରଭୃତିରୁ ସୁଫଳ ପାଇବେ। ଜମିଜମା କାରବାର, ସାଂସ୍କୃତିକ କାର୍ଯ୍ୟ ଓ ନୂତନ ଯୋଜନା କ୍ଷେତ୍ରରେ ସମସ୍ୟା ଆସିପାରେ।
ଧନୁ
ଧନୁ
ଆଜିର କର୍ମକ୍ଷେତ୍ରରେ ସହକର୍ମୀ, ପରିବାରରେ ଭାଇ ଭଉଣୀ କିମ୍ବା ପଡ଼ୋଶୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। କିନ୍ତୁ କଥାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ସାୟାହ୍ନେ ସତ୍‌ସଙ୍ଗ ପ୍ରତି ମନ ବଳିବ ଓ ଶାନ୍ତି ପାଇବେ। କର୍ମ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
ମକର
ମକର
ଅପରାହ୍ନରେ ଜଗିରଖି ନ ଚଳିଲେ ଅସୁବିଧାରେ ପଡ଼ିବେ। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସଂଭାବନା ପୂର୍ଣ୍ଣମାତ୍ରାରେ ରହିଛି। ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇବ। ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିବେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା କାରଣରୁ ମାନସିକ ସ୍ଥିରତା ଆସିବ। ସାଙ୍ଗଠନିକ କାମ, ପରିବହନ, ରାଜନୀତି, ଆଇନ ଓ ଆନୁଷ୍ଠାନିକ କାମରେ ଶୁଭ ଫଳ ମିଳିବ। ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।
ମୀନମୀନ

ଆଜି ସକାଳୁ ସକାଳୁ ଶୁଭ ଖବର ପାଇ ଖୁସି ହୋଇଯିବେ। ଆଲୋଚନା ଭିତରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବ ନାହିଁ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ରାଜନୀତି, ସାଙ୍ଗଠନିକ କ୍ଷେତ୍ରରେ ସତକଥା କହି ପ୍ରଶଂସିତ ହୋଇପାରନ୍ତି । ଆର୍ଥିକ ଦିଗ ଭଲ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?