Posted inRasifala

ରାଶିଫଳ: ସୋମବାର, ମେ ୧୯ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରସ୍ଥ ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ । ଉଚ୍ଚମନ, ଉତ୍କୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିପାରିବେ। ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ବେଶ୍‍ ଭଲରେ ଚାଲିବ।
ବୃଷ
ବୃଷ
ଆପଣଙ୍କ ଚିନ୍ତା ଓ ଯୋଜନାନୁଯାୟୀ ପ୍ରତ୍ୟେକ କାମ ଠିକ୍‍ ସମୟରେ ସମ୍ପନ୍ନ କରିପାରିବେ। କର୍ମକ୍ଷେତ୍ରରେ ଉପର ଅଧିକାରୀ ମାନେ ଆପଣଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବେ। ଆଇନ, ଯୋଗଯୋଗ, ସଭାସମିତି, ଗଠନ ମୂଳକ କାମ ଓ ପ୍ରଶାସନିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଆସିବ। ବ୍ୟବସାୟିକ ସ୍ଥିତି ପୂର୍ବପରି ଅକ୍ଷୁର୍ଣ୍ଣ ରହିବାର ସୂଚନା ରହିଛି।
ମିଥୁନ
ମିଥୁନ
ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ ମତାନ୍ତର ଘଟିପାରେ। ପ୍ରତ୍ୟେକ କ୍ଷେତ୍ରରେ ପାଇବେ ଯେତିକି ତାହାଠାରୁ ଅଧିକ ଦେବାକୁ ପଡିପାରେ। ନିଜ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ କଅଁଳିଆ କଥାରେ ମନେଇବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ସମସ୍ୟାର ମୁକାବିଲା କଲେ କିଛି ସମୟ ପରେ ସଫଳତା ମିଳିବ।
କର୍କଟ
କର୍କଟ
କର୍ମକ୍ଷେତ୍ରର ପରିସ୍ଥିତି ଓ ପରିଣାମକୁ ଆଖି ଆଗରେ ରଖି କାମ ନ କରିଲେ ଓଲଟା ଫଳ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଅନୁସନ୍ଧାନ ନ କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଠିକ୍‍ ହେବ ନାହିଁ। ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଋଣ କରିବାକୁ ପଡିପାରେ। ଗଠନମୂଳକ କାଯର୍‍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ ।
ସି˚ହ
ସି˚ହ
ଅଭାବବୋଧ ଲାଗି ପାରିବାରିକ କ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରି ପାରିବେ ନାହିଁ। ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ ଭଲ କରିବାକୁ ଯାଇ ସମସ୍ୟା ଭିତରକୁ ଟାଣି ହୋଇଯିବେ। ଅତୀତ ଘଟଣାକୁ ମନେପକାଇ ମାନସିକ ଅଶାନ୍ତି ଅନୁଭବ କରିବେ। ସ୍ବାସ୍ଥ୍ୟ ସମସ୍ୟା ମାନସିକ ସ୍ଥିତିକୁ ଦୋଦୁଲ୍ୟମାନ ଅବସ୍ଥାରେ ରଖିବ।
କନ୍ୟା
ଶୁକ୍ରଙ୍କ ସ୍ଥିତି ମନରେ ଉତ୍ସୁକତା ଭରିଦେବା ସହ କାର୍ଯ୍ୟ ହାସଲରେ ସାହାଯ୍ୟ କରିବେ। ଦିନଟିରେ ଏମିତି କୈାଣସି କାମ ନାହିଁ, ଯାହାକି ସହଜ ଓ ସୁବିଧାରେ ନହୋଇଛି ବୋଲି ଭାବି ପାରିବେ ନାହିଁ। ଯାହାକୁ ନିଜର ଭାବିବେ ସେ ସରଳତାର ସୁଯୋଗ ନେବାକୁ ପଛାଇବ ନାହିଁ। ନିର୍ମାଣ, ପରିବହନ, ମକଦ୍ଦମା ଓ ପ୍ରତିଦ୍ୱନ୍ଦିତାରୁ ସୁଫଳ ପାଇବେ।
ତୁଳା
ତୁଳା
ଆଶାନୁରୂପ କାର୍ଯ୍ୟ ହାସଲ କଲେ ମଧ୍ୟ ମନର ଭାବାବେଗ ସାମାନ୍ୟ ମନକୁ ଅଶାନ୍ତ ରଖିବ। ଶାରିରୀକ ଅସୁସ୍ଥତା ସତ୍ତ୍ୱେ ଘରକାମ କରିବାକୁ ବାଧ୍ୟ ହେବେ। ବନ୍ଧୁକୁ ସତ କହିବା ହେତୁ ଭୁଲ୍‍ ବୁଝାମଣାର ପରିସ୍ଥିତି ସୃଷ୍ଟି ହୋଇପାରେ। କେତେକ କ୍ଷେତ୍ରରେ ଭଲକୁ ମନ୍ଦ ଜ୍ଞାନରେ ଗ୍ରହଣ କରି ମାନସିକ ସନ୍ତୁଳନ ହରାଇପାରନ୍ତି।
ବିଛା
ବିଛା
ଆଜି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି କହିବା ଭଲ ହେବ। ବନ୍ଧୁଙ୍କ ସହାୟତାରେ କର୍ମକ୍ଷେତ୍ରରେ ବହୁଦିନର ମନାନ୍ତରର ସମାଧାନ ହୋଇଯିବ। ପାରିବାରିକ ଜୀବନରେ ଉଚିତ୍‍ ବୁଝାମଣା ରହିବା ଯୋଗୁଁ ସାମୟିକ ଖୁସୀ ରହିବେ। ନୂତନ ବନ୍ଧୁସମ୍ପର୍କ, ବ୍ୟବସାୟିକ ଉକତ୍ର୍ଷତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହେତୁ ମନ ପ୍ରଫୁଲ୍ଲ ରହିବ।
ଧନୁ
ଧନୁ
ମନ ଭିତରର ଗୋପନକଥାକୁ ଅନ୍ୟ ସମ୍ମୁଖରେ ପ୍ରକାଶ କରି ସମସ୍ୟାକୁ ଆମନ୍ତ୍ରଣ କରିପାରନ୍ତି। ରପ୍ତାନି ବାଣିଜ୍ୟ ଓ ପରିବହନରେ କେତେକ ଆଧୁନିିକୀକରଣ କରି ପାରନ୍ତି। ନିର୍ମାଣ କ୍ଷେତ୍ରରେ ଆବଶ୍ୟକୀୟ ଜିନିଷ ଅଭାବରୁ କାର୍ଯ୍ୟ ସ୍ଥଗିତ ରହିପାରେ। ଫେରନ୍ତା ବାଟରେ ଘର ପାଇଁ ମନଲାଖି ଜିନିଷ କିଣିବା ସକାଶେ ମନ ବଳିବ।
ମକର
ମକର
ଦିନ ତମାମ କଠୋର ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ। ଆଗାମୀ ମାଙ୍ଗଳିକ ଉସତ୍ବକୁ ନେଇ ନିର୍ମାଣାଧିନ ଗୃହ, ଯାନବାହାନଦିକୁ ଶେଷ ସ୍ପର୍ଶ ଦେଇପାରନ୍ତି । ବନ୍ଧୁମାନେ ଛୋଟ କଥାକୁ ବଡକରି ସମସ୍ୟା ଭିତରକୁ ଟାଣି ନେଇପାରନ୍ତି। ଖଳଲୋକଙ୍କ କାନକୁହା କଥାରେ ପାରିବାରିକ ଅଶାନ୍ତି ଉପୁଜିପାରେ।
କୁମ୍ଭ
କୁମ୍ଭ
ଘରେ ଅଶାନ୍ତି ପୂର୍ବପରି ଲାଗିରହୁଥିବା କାରଣରୁ ମନ ଭଲ ରହିବ ନାହିଁ। ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ଥି ଲାଭ କରିବେ। ଅଫିସ୍‍ କାଯର୍‍ୟଗୁଡିକ ତ୍ୱରାନ୍ବିତ ହେବା ସଙ୍ଗକୁ କ୍ରମଶଃ ସମସ୍ୟା ଦୂରେଇ ଯିବାର ଅନୁଭବ କରିବେ। ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ସମସ୍ୟା ସମାଧାନ ସକାଶେ ତପତ୍ରତା ପ୍ରକାଶ କରିପାରନ୍ତି।
ମୀନମୀନ

ଆପଣଙ୍କ ଲୋକପ୍ରିୟତା ଓ ନୂତନ ବନ୍ଧୁ ସମ୍ପର୍କ ପ୍ରତି ଅନ୍ୟମାନେ ଈର୍ଷାପରାୟଣ ହେବେ। କାର୍ଯ୍ୟବ୍ୟସ୍ତତା କାରଣରୁ ପରିବାର ପାଇଁ ସମୟ ଦେଇ ପାରିବେ ନାହିଁ। ବୃତି, ବାଣିଜ୍ୟ, ଆଲୋଚନା, ଆନୁଷ୍ଠାନିକ କାମ ଭଲ ରହିବ। କଳା, ସାହିତ୍ୟ, ସାମ୍ବାଦିକତା, ଆନୁଷ୍ଠାନିକ କାମରେ ସଫଳତା ସଙ୍ଗକୁ ବନ୍ଧୁମିଳନର ସମ୍ଭାବନା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?