Posted inRasifala

ରାଶିଫଳ: ଗୁରୁବାର, ମେ ୧୯ ତାରିଖ – Daily Horoscope

ମେଷ
ଆପଣଙ୍କ ଉଚ୍ଚମନ, ଉତ୍କୃଷ୍ଟ ବିଚାରଧାରା, ମଧୁର କଥା ଜନମନ ହରଣ କରିବ। ପରିବାର ସହଯୋଗରେ କାମ ହାସଲ କରିବାରେ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ବେଶ୍‌ ଭଲରେ ଚାଲିବ।
ବୃଷ
ବୃଷ
ଚିନ୍ତା ଓ ଯୋଜନାନୁଯାୟୀ ପ୍ରତ୍ୟେକ କାମ ଠିକ୍‌ ସମୟରେ ସମ୍ପନ୍ନ ହେବ। ଉପର ଅଧିକାରୀମାନେ ସହାନୁଭୂତି ପ୍ରକାଶ କରିବେ। ଆଇନ ଅଦାଲତ, ଯୋଗାଯୋଗ, ସଭାସମିତି ଓ ଗଠନମୂଳକ କାମ କ୍ଷେତ୍ରରେ ସ୍ଥିରତା ଫେରିଆସିବ। ପାରିବାରିକ ସମସ୍ୟାକୁ ସୁଧାରି ନେବା ସକାଶେ ବିଭିନ୍ନ ପ୍ରକାର ଉଦ୍ୟମ କରିପାରନ୍ତି।
ମିଥୁନ
ମିଥୁନ
ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ କଅଁଳିଆ କଥା କହି ମନେଇବାରେ ସମର୍ଥ ହେବେ। ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କର୍ମକ୍ଷେତ୍ରରେ ଧ୍ୟୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ ଅବଶ୍ୟ ସଫଳତା ମିଳିବ। ଦିନଟି ଆର୍ଥିକ ଦିଗରୁ ବହୁତ ଭଲ ରହିବ।
କର୍କଟ
କର୍କଟ
ଅନ୍ୟମାନଙ୍କୁ ନିଜେ ଆଡ୍‌ଜଷ୍ଟ ହୋଇ କାମ କରିଚାଲିଲେ କୌଣସି ସମସ୍ୟା ସୃଷ୍ଟି ହେବନାହିଁ। ଆଖିଦେଖା କାମ, କିମ୍ବା ପରୀକ୍ଷା ଓ ଅନୁସନ୍ଧାନ ନ କରି କୌଣସି ସିଦ୍ଧାନ୍ତରେ ଉପନୀତ ହୁଅନ୍ତୁ ନାହିଁ । ଋଣ କରିବାକୁ ପଡ଼ିପାରେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
ସି˚ହ
ସି˚ହ
ପରିବାରରେ ଅଭାବବୋଧ ଲାଗିରହିବା ହେତୁ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ଅସାବଧାନତା ବଶତଃ ଭଲ କରିବାକୁ ଯାଇ ସମସ୍ୟା ଭିତରକୁ ଟାଣି ହୋଇଯିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ମନ୍ଦ ହେବନି ମାତ୍ର କର୍ମକ୍ଷେତ୍ରରେ ଜମା ଫୁର୍‌ସତ୍‌ ପାଇବେ ନାହିଁ। ଅତୀତ ଘଟଣାକୁ ବାରମ୍ବାର ଚିନ୍ତାକରି ମାନସିକ ଅଶାନ୍ତି ଅନୁଭବ କରିବେ।
କନ୍ୟା
ଯାହାକୁ ନିଜର ଭାବିବେ ସେ ସରଳତାର ସୁଯୋଗ ନେବାକୁ ପଛାଇବ ନାହିଁ। ଆଜି ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ । ନିର୍ମାଣ, ପରିବହନ, ପ୍ରଶାସନ, ମାଲିମକଦ୍ଦମା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। କୌଣସି ଆନୁଷ୍ଠାନିକ କାମରେ ଯୋଗ ଦେଲେ ସମ୍ମାନିତ ହେବାର ସୌଭାଗ୍ୟ ଲାଭକରିବେ।
ତୁଳା
ତୁଳା
କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରିବାକୁ ଯାଇ ଅସୁସ୍ଥତା ଅନୁଭବ କରିପାରନ୍ତି। ମନର ଭାବକୁ ବନ୍ଧୁ ନିକଟରେ ପ୍ରକାଶ କରିବା ହେତୁ ଭୁଲ୍‌ ବୁଝାମଣାର ପରିସ୍ଥିତି ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଭଲକୁ ମନ୍ଦ ଜ୍ଞାନରେ ଗ୍ରହଣ କରି ମାନସିକ ସନ୍ତୁଳନ ହରାଇବେ। ଅର୍ଥନୈତିକ ଅଭିବୃଦ୍ଧି ଓ କର୍ମକ୍ଷେତ୍ରରେ ସମୟାନୁବର୍ତ୍ତୀ ହେବେ।
ବିଛା
ବିଛା
ସ୍ବଗୃହୀ ବୃହସ୍ପତି ସମସ୍ତ କାର୍ଯ୍ୟସିଦ୍ଧିର ମାର୍ଗ ଉନ୍ମୁକ୍ତ କରିପାରନ୍ତି। ଭିନ୍ନ ଏକ ପରିବେଶରେ କର୍ମକ୍ଷେତ୍ରରେ ଥିବା ବହୁଦିନର ମନାନ୍ତରର ସମାଧାନ ହୋଇଯିବ। ପାରିବାରିକ ଜୀବନରେ ଉଚିତ ବୁଝାମଣା ରହିବାରୁ ସାମୟିକ ଆଶ୍ୱସ୍ତିଲାଭ କରିବେ । ବ୍ୟବସାୟିକ ସ୍ଥିତି ଓ ପାରିବାରିକ ପରିସ୍ଥିତି କେତେକାଂଶରେ ବ୍ୟାହତ ହୋଇପାରେ।
ଧନୁ
ଧନୁ
କୌଣସି କାମ ଶୃଙ୍ଖଳିତ ନ ହେବାରୁ ଧୈର୍ଯ୍ୟଚ୍ୟୁତି ଘଟିବାର ଆଶଙ୍କା ରହିଛି। ବନ୍ଧୁଙ୍କ ପରାମର୍ଶରେ ବ୍ୟବସାୟ ଓ ପରିବହନର ଆଧୁନିକୀକରଣ କରିବାର ଯୋଜନା କରିପାରନ୍ତି। ନିର୍ମାଣ କ୍ଷେତ୍ରରେ ଆବଶ୍ୟକ ଜିନିଷ ଅଭାବରୁ କାର୍ଯ୍ୟ ସ୍ଥଗିତ ରହିପାରେ। ଫେରନ୍ତା ବାଟରେ ଘର ପାଇଁ ମନଲାଖି ଦ୍ରବ୍ୟ କିଣିବା ସକାଶେ ମନ ବଳିବ।
ମକର
ମକର
ପରିବାର ମଧ୍ୟରେ ଅସ୍ଥିର ମନୋଭାବ ପ୍ରକାଶ କରିବା ସମସ୍ୟାର କାରଣ ହୋଇପାରେ । କର୍ମକ୍ଷେତ୍ର ଓ ବ୍ୟବସାୟିକ ଦିଗଟି ମନ୍ଦ ହେବ ନାହିଁ କିନ୍ତୁ ପ୍ରତିବନ୍ଧକ ଲାଗିରହିବ। ଦିନ ତମାମ କଠୋର ପରିଶ୍ରମଜନିତ ସାମୟିକ କ୍ଳାନ୍ତି ଅନୁଭବ କରିବେ। ଆଗାମୀ ମାଙ୍ଗଳିକ ଉତ୍ସବକୁ ନେଇ ନିର୍ମାଣାଧୀନ ଗୃହ, ଯାନବାହନକୁ ଶେଷ ସ୍ପର୍ଶ ଦେବେ।
କୁମ୍ଭ
କୁମ୍ଭ
ପରିବାରରେ ଅଶାନ୍ତି ପୂର୍ବପରି ଲାଗିରହୁଥିବା ହେତୁ କାମଗୁଡ଼ିକ ଠିକ୍‌ ଭାବେ ନ ହୋଇପାରେ। ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତିଲାଭ କରିବେ। ଅଫିସ କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବ ଏବଂ ପୂର୍ବ ସମସ୍ୟା ଦୂରେଇ ଯିବ। ନିକଟ ସମ୍ପର୍କୀୟଙ୍କ ଅନାଦର ଭାବକୁ ନେଇ ବିଭିନ୍ନ ପ୍ରକାର ଚିନ୍ତା ଲାଗିରହିବ।
ମୀନମୀନ
ବନ୍ଧୁଙ୍କ ଦ୍ୱାରା ପ୍ରଶଂସା, ଆତ୍ମୀୟଙ୍କ ଅନୁରାଗ, ପଡ଼ୋଶୀଙ୍କ ସ୍ନେହ ଓ ଶ୍ରଦ୍ଧା ପାଇବେ। ବୃତ୍ତି, ବାଣିଜ୍ୟ, ଆଲୋଚନା, ଆନୁଷ୍ଠାନିକ କାମ କେତେକାଂଶରେ ସନ୍ତୋଷଜନକ ନ ହୋଇପାରେ। ଆର୍ଥିକ ଦୁରବସ୍ଥା କାରଣରୁ କେତେକ କାମ ଅଟକି ରହିଯିବ। ଆନୁଷ୍ଠାନିକ କାମ କିମ୍ବା ସାଂସ୍କୃତିକ ଅନୁଷ୍ଠାନକୁ ଆମନ୍ତ୍ରିତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?