Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ପାରିବାରିକ ଜୀବନରେ ଟେନ୍‌ସନ କିଛି ମାତ୍ରାରେ କମିଯାଇପାରେ। ପ୍ରତ୍ୟେକ କାମରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ସାମାଜିକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଲାଭ କରି କାମ ହାସଲ କରିପାରିବେ।
ବୃଷ
ବୃଷ
ସକାଳୁ ବନ୍ଧୁ ମିଳନରୁ ଉତ୍ସାହିତ ହେବେ ଏବଂ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ସ୍ତ୍ରୀଙ୍କ ଅମନଯୋଗୀ ଓ ଚିଡ଼ା ସ୍ବଭାବଜନିତ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହେବ। କର୍ମାରମ୍ଭ ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ ।
ମିଥୁନ
ମିଥୁନ
ଏକାଧିକ କାମରେ ଅନୁପ୍ରବେଶ କରିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ତଥାପି ଆପଣ ମିଠା ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ କାମ ହାସଲରେ ସମର୍ଥ ହେବେ। ବ୍ୟବସାୟ,ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପ, ସାହିତ୍ୟ, ସାମ୍ବାଦିକତାରୁ ଖୁସି ରହିବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।
କର୍କଟ
କର୍କଟ
ଭାବ ପ୍ରବଣତାକୁ ଲଗାମ ଦେଇ ଆଗକୁ ବଢ଼ି ଚାଲିଲେ ସବୁ ଠିକ୍‌ ହୋଇଯିବ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରନ୍ତୁ ଅନ୍ୟଥା ପରେ ଅନୁତାପ କରିବାକୁ ପଡ଼ିପାରେ। ରଚନାତ୍ମକ କାର୍ଯ୍ୟ,ଗବେଷଣା, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯାଇପାରନ୍ତି।
ସି˚ହ
ସି˚ହ
ନିଜ ପରିସରରେ ସ୍ନେହ, ଶ୍ରଦ୍ଧା, ଆଦର ଗୌରବାଦି ଲାଭକରି ଖୁସି ଅନୁଭବ କରିପାରନ୍ତି। କୌତୂହଳ ପ୍ରକାଶକରି ସହକର୍ମୀ କିମ୍ବା ପଡ଼ୋଶୀ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ।
କନ୍ୟା
କର୍ମକ୍ଷେତ୍ରରେ କାର୍ଯ୍ୟ ହାସଲଜନିତ ମାନସିକ ସ୍ଥିତି ଭଲ ରହିବ। ଯେଉଁ ଜିନିଷଟିକୁ ପାଇବାକୁ ବହୁତ ଦିନରୁ ଆଶା କରି ବସିଛନ୍ତି ତାହା ଆଜି ପାଇପାରିବେ। ରାଜନୀତି, ପ୍ରଶାସନ ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବନ୍ଧୁମାନଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
ତୁଳା
ତୁଳା
ଆଜି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିତର୍କଠାରୁ ଦୂରେଇ ରହି କାମ କରିବା ଭଲ। ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। ବିବାଦୀୟ ପରିସ୍ଥିତିରେ ବନ୍ଧୁଙ୍କ ସହାୟତାରେ ଆଇନ ସହାୟତା ପାଇପାରିବେ। ପାରସ୍ପରିକ ଉତ୍ତମ ବୁଝାମଣାଜନିତ ପାରିବାରିକ ପରିସ୍ଥିତି ଭଲ ରହିବ।
ବିଛା
ବିଛା
ଅବସର ସମୟରେ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ। ଯାତ୍ରାକାଳୀନ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ। ସଭାସମିତିରେ ଯୋଗଦେଲେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରେ ଆସି କାମ ହାସଲ କରିପାରିବେ। କାର୍ଯ୍ୟବ୍ୟସ୍ତତା କାରଣରୁ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ।
ଧନୁ
ଧନୁ
ପରିବାରରେ କେତେକ ସାମାନ୍ୟ ଭୁଲ୍‌ରୁ କାମ ବିଶୃଙ୍ଖଳିତ ହୋଇପାରେ। କର୍ମକ୍ଷେତ୍ରରେ ବିବାଦୀୟ ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରି ଅଶାନ୍ତ ରହିପାରନ୍ତି। ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବାକୁ ବାଧ୍ୟ ହେବେ।
ମକର
ମକର
ଗଠନମୂଳକ ପ୍ରେରଣା ଦେଇ ନିଜର ଦକ୍ଷତା ଓ ସହଯୋଗୀ ମନୋବୃତ୍ତି କାରଣରୁ କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ବିଭିନ୍ନ ପ୍ରକାରର ସମସ୍ୟାର ଅନ୍ତ ଘିଟି ନ ଥିବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ଦେହ ଭଲ ରହିଲେ ମଧ୍ୟ ସାମୟିକ ବାତବ୍ୟାଧିଜନିତ ରୋଗରେ କଷ୍ଟ ପାଇପାରନ୍ତି।
କୁମ୍ଭ
କୁମ୍ଭ
ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ତିକ୍ତତା ଯୋଗୁ ମନ ଭଲ ରହିବନାହିଁ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ। ଆପଣଙ୍କ କାର୍ଯ୍ୟଶୈଳୀରେ ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି। ପରିବାରରେ ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗି ରହିବାରୁ ସାମୟିକ ମନସ୍ତାପ କରିପାରନ୍ତି।
ମୀନମୀନ

ବିଶିଷ୍ଟବ୍ୟକ୍ତିଙ୍କ ଆମନ୍ତ୍ରଣ ରକ୍ଷାକରି ଆକସ୍ମିକ ଯାତ୍ରା କରିବାକୁ ପଡ଼ିପାରେ। ଆଜି ବନ୍ଧୁ ଠିକ ଖବର ଦେବାରେ ହେଳା କରିପାରନ୍ତି। ଆର୍ଥିକ ସ୍ଥିତି କେତେକାଂଶରେ ବଦଳି ଯାଇଥିବାରୁ କାମ ସ୍ଥଗିତ ରହିଯାଇପାରେ । ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?