Posted inRasifala

ରାଶିଫଳ: ଗୁରୁବାର, ଜାନୁୟାରୀ ୧୯ ତାରିଖ – Daily Horoscope

ମେଷ
ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଅର୍ଥ ସମ୍ବନ୍ଧୀୟ କୌଣସି କଥା ବନ୍ଧୁଙ୍କ ନିକଟରୁ ଶୁଣି ଉଲ୍ଲସିତ ହେବେ। ଅନ୍ୟର କଥାରେ ପ୍ରଭାବିତ ହୋଇ କିମ୍ବା ସତର୍କତାର ସହ କାମ ନ କଲେ ଫସିଯାଇପାରନ୍ତି। ପାରିବାରିକ, ପ୍ରଶାସନିକ ତଥା ସାମାଜିକ କ୍ଷେତ୍ର ମଧ୍ୟମ ପ୍ରକାର ରହିବ।
ବୃଷ
ବୃଷ
ପୂର୍ବ ରାଗ ଶୁଝାଇବାକୁ ଯାଇ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ଏବଂ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି। କିଛି ଜିନିଷ ହଜାଇବା ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନାଦି କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, କଳକାରଖାନା, ହୋଟେଲ ବ୍ୟବସାୟରୁ ସୁଫଳ ପାଇବେ। ପାରିବାରିକ କ୍ଷେତ୍ର ଗତାନୁଗତିକ ରୀତିରେ ଚାଲିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସାମୟିକ ଆନନ୍ଦିତ ରହିପାରନ୍ତି।
କର୍କଟ
କର୍କଟ
ପାରିବାରିକ ସ୍ତରରେ ଭାବପ୍ରବଣତା କିମ୍ବା ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ସାମୟିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ସ୍ନାୟବିକ ଦୁର୍ବଳତା କିମ୍ବା ଆଣ୍ଠୁଗଣ୍ଠିରେ ଦରଜଜନିତ ପୀଡ଼ା ଅନୁଭବ କରିବେ।
ସି˚ହ
ସି˚ହ
ସାମାଜିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ଆବଶ୍ୟକତା ପୂରଣ ଲାଗି ଧାର କରଜ କରି କାମ ଚଳାଇନେବେ। ଅସୁବିଧାଜନକ ସ୍ଥିତିରେ ଗୁରୁଜନଙ୍କ ସାନ୍ତ୍ବନାବାଣୀ ମନରେ ଆଶ୍ୱସ୍ତି ଭରିପାରେ। ବନ୍ଧୁମାନଙ୍କୁ ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
କନ୍ୟା
ପରିବାରର ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତି ସୃଷ୍ଟି ହୋଇପାରେ। ଖୋଜୁଥିବା ଜିନିଷ ହଠାତ୍‌ ନ ପାଇବା କାରଣରୁ ବିରକ୍ତ ହେବେ। ଖୁସି ରହିବା ଓ ଅନ୍ୟକୁ ଖୁସିରେ ରଖିବା ସକାଶେ ଯେତେ ଚେଷ୍ଟା କଲେ ମଧ୍ୟ ବିଫଳ ହୋଇପାରନ୍ତି। ବାଣିଜ୍ୟ, ଶିଳ୍ପ ଏବଂ ପ୍ଲଟିଂ କାରବାର ସମସ୍ୟା ବିଜଡ଼ିତ ରହିପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ସୁଯୋଗ ଆପଣାଛାଏଁ ପାଖରେ ଆସି ଜୁଟିବ ଓ ଆଶା ନିଶ୍ଚିତ ପୂରଣ ହୋଇଯିବ। ନିଜ ଲୋକମାନଙ୍କ ଅନାଦର ଭାବ ମନକୁ ସାମୟିକ ବ୍ୟଥିତ କରିପାରେ।
ବିଛା
ବିଛା
ପ୍ରଶାସନିକ ସ୍ତରରେ ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବେ କିନ୍ତୁ ସୁବିଧାରେ ନୁହେଁ। ଅର୍ଥନୈତିକ, ପ୍ରଶାସନିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ। ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ କ୍ଷେତ୍ରରୁ ପ୍ରତିବନ୍ଧକ ଦୂରେଇଯିବ। ବୁଝାମଣାରେ ଉନ୍ନତି ହେତୁ ପାରିବାରିକ କ୍ଷେତ୍ରରେ ମିଶ୍ରିତ ଫଳ ଅନୁଭବ କରିବେ।
ଧନୁ
ଧନୁ
ଆଜିର ଯାତ୍ରାରେ ଯେଉଁଥିଲାଗି ଯାଉଛନ୍ତି ସେଥିରେ ସଫଳତା ଅବଶ୍ୟମ୍ଭାବୀ। ସଭାସମିତିରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ପାରିବାରିକ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ଅଫିସ୍‌ରେ ପୂର୍ବାହ୍ନରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ମକର
ମକର
ଅବସର ବିନୋଦନ ପରିପ୍ରେକ୍ଷୀରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପାରିବାରିକ ସ୍ଥିତି ପୂର୍ବପରି ରହିବ ଏବଂ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ। ପ୍ରକାଶନ, ସଂଗଠନ, ରାଜନୀତି, ପ୍ରତିଦ୍ୱନ୍ଦ୍ୱିତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବ୍ୟବସାୟିକ ସଫଳତା ମିଳିବ କିନ୍ତୁ ପୂର୍ଣ୍ଣ ସନ୍ତୋଷଜନକ ହେବନାହିଁ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ କାର୍ଯ୍ୟ ମନକୁ ନ ପାଇଲେ ମଧ୍ୟ କିଛି କରିବାର ଉପାୟ ନାହିଁ। ଅସୁବିଧା ନ ହେଲେ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଧାରେ ଅଟକିଯିବ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ।
ମୀନମୀନ
ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବଢ଼ିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଅପ୍ରିୟ ସତକଥା କହି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। କର୍ମକ୍ଷେତ୍ରରେ ଅନ୍ୟମନସ୍କତା ହେତୁ କେତେକ ଭୁଲ୍‌ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜାନୁଆରି ୨୩ ତାରିଖ – Daily Horoscope

ମେଷ ବୁଧ ନକ୍ଷତ୍ରସ୍ଥ ମଙ୍ଗଳ ରୋଗପୀଡ଼ା, ଶତ୍ରୁତା, ଭ୍ରାତୃ ସମ୍ପର୍କହାନୀ ଘଟାଇବାର ପୂର୍ଣ୍ଣ ସୂଚନା ରହିଛି । ଅବଶ୍ୟ କର୍ମସ୍ଥ ରବି ଓ ବୁଧ ପ୍ରଭାବରେ...

ରାଶିଫଳ: ଶନିବାର , ଫେବୃୟାରୀ ୨୨ ତାରିଖ – Daily Horoscope

ମେଷ ସ୍ବନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ମାନସିକ ସ୍ଥିତି ଭଲ ରହିବ ଏବଂ ପ୍ରତ୍ୟେକ କାମ ଯଥା ସମୟରେ ସମ୍ପନ୍ନ ହେବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ...

ରାଶିଫଳ: ରବିବାର, ଅକ୍ଟୋବର ୬ ତାରିଖ – Daily Horoscope

ମେଷ କୌଣସି ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ଆଜି ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା ବ୍ୟକ୍ତିଙ୍କୁ...

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ବଳବାନ୍‌ କର୍ମାଧିପତିଙ୍କ ସହ ଚତୁର୍ଥାଧିପ ହେତୁ ଆଜି ହଠାତ୍‌ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ ହୋଇଯିବ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସାହାଯ୍ୟ ଓ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି। ଯାନ୍ତ୍ରିକ ଶିଳ୍ପରେ ଉନ୍ନତି, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା...

ରାଶିଫଳ: ମଙ୍ଗଳବାର, ଫେବୃୟାରୀ ୯ ତାରିଖ– Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ ଅଟକିବ ନାହିଁ। କିନ୍ତୁ ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନତୁବା ସାଧାରଣ...

ରାଶିଫଳ: ଶନିବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ । ଆର୍ଥିକ ସଙ୍କଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭକରିବା ସକାଶେ...

ରାଶିଫଳ: ରବିବାର, ଜୁଲାଇ ୧୮ ତାରିଖ – Daily Horoscope

ମେଷ ଆଜି ଆପଣ ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ହାସଲ କରିବେ। ସହକର୍ମୀମାନଙ୍କର କୌଣସିଥିରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଇଚ୍ଛା...

Advertisement
Archives

Model This Week