Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ
ଆଜି ପାରିବାରିକ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ କୌଶଳରେ କାର୍ଯ୍ୟ ସାଧନ କରିପାରିବେ। ସହକର୍ମୀଙ୍କୁ ସୁପରାମର୍ଶ ଦେଇ ପ୍ରଶଂସିତ ହୋଇପାରନ୍ତି। ସାଧାରଣ କଥାକୁ ନେଇ ସମ୍ପର୍କୀୟଙ୍କ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମଗୁଡିକ ଅଧାରେ ଅଟକିଯିବ। କର୍ମକ୍ଷେତ୍ରରେ ଶାରୀରିକ କଷ୍ଟ ସ୍ବୀକାର କରି କାମ ହାସଲ କରିବେ।
ବୃଷ
ବୃଷ
ଆଜି ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। କିନ୍ତୁ ଶୁକ୍ରଙ୍କ ସୁପ୍ରଭାବରୁ ଅଭାବ ନ ଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଭୁଲି ପାରିବେ ନାହିଁ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ବନ୍ଧୁମେଳରେ ସାଧାରଣ ବଚସାରୁ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ମିଥୁନ
ମିଥୁନ
ଆଜି ନିଜ ପରିସରର ବ୍ୟକ୍ତିଙ୍କ ସାହାଯ୍ୟରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେବ। ରାଶ୍ୟାଧିପତିଙ୍କୁ ଗୁରୁଙ୍କ ଦୃଷ୍ଟିରୁ ଭାଙ୍ଗିପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ଶେଷରେ ନାସ୍ତିବାଣୀ ଶୁଣାଇପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସନ୍ତୋଷଜନକ ଫଳ ପାଇବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ସହ ଗୁରୁଦାୟିତ୍ୱ ବହନ କରି ଚାପଗ୍ରସ୍ତ ହୋଇପାରନ୍ତି। ସାମାଜିକ ସ୍ତରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରୀଚିକା ପଛରେ ଦୌଡ଼ିବାକୁ ପଡ଼ିପାରେ। ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ଆଶଙ୍କା ରହିଛି। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିବେ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ପ୍ରତି ଅବିଚାର କଲେ ପଛରେ ବହୁମୂଲ୍ୟ ଦେବାକୁ ପଡ଼ିପାରେ। ବନ୍ଧୁଙ୍କ ସାହାଯ୍ୟରେ ଅତୀତରେ ସୃଷ୍ଟ ପରିସ୍ଥିତିକୁ ସମ୍ଭାଳି ନେବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ରପ୍ତାନି ବାଣିଜ୍ୟ, ବ୍ୟବସାୟ, ପରିବହନରେ ଉନ୍ନତି ଘଟିବାରୁ ସାମୟିକ ଖୁସି ରହିବେ।
କନ୍ୟା
ସମସ୍ୟା ଲାଗିରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ମତ ପାର୍ଥକ୍ୟ ଦେଖା ଦେବ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ସାମାଜିକ ସ୍ତରରେ କ୍ରୀଡ଼ା, ସାହିତ୍ୟ, କଳା, ସାମ୍ବାଦିକତା କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା
ତୁଳା
ଆଜି ଆପଣ ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ମନୋବୃତ୍ତି ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଳମ୍ବ ଘଟିପାରେ।
ବିଛା
ବିଛା
ସ୍ବାସ୍ଥ୍ୟସମସ୍ୟା କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରହିପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ବଦଳି ଯାଇଥିଲେ ମଧ୍ୟ ବନ୍ଧୁଙ୍କ ପୂର୍ବର ସେହି ଅନୁରାଗ ରହିବ ନାହିଁ। ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବାର ସମ୍ଭାବନା ରହିଛି। ସାମୟିକ ପ୍ରତିବନ୍ଧକ କାରଣରୁ ଗତକାଲିଠାରୁ ଭାବୁଥିବା କାମଟିକୁ ଆଜି ଶେଷ କରିପାରିବେନି।
ଧନୁ
ଧନୁ
ଆଜି ଆପଣଙ୍କୁ ଅର୍ଥ, ସମ୍ମାନ ସହ ସାମାଜିକ ପ୍ରତିଷ୍ଠା ପ୍ରଦାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ହସଖୁସିର ଆଲୋଚନା ମଧ୍ୟଭାଗରେ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ମୁହଁ ଫେରାଇନେବେ। ଅଥଯା ପ୍ରତିକ୍ରିୟାଶୀଳ ହେଲେ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଘଟିବ। ଭୁଲ୍‌ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ।
ମକର
ମକର
ପାରିବାରିକ କ୍ଷେତ୍ରରେ ସବୁ ଭାବିଚିନ୍ତି କରିବା ଭଲ। ବନ୍ଧୁଙ୍କ ପରାମର୍ଶକୁ ନିର୍ବିବାଦରେ ଗ୍ରହଣ ନ କଲେ ବିବାଦୀୟ ହେବାର ଆଶଙ୍କା ଦେଖାଦେବ। ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ। ପରିସ୍ଥିତିବଶତଃ ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ସମ୍ପର୍କୀୟଙ୍କ ଦ୍ୱାରା ସୃଷ୍ଟ ସମସ୍ୟା ପାରିବାରିକ ଜୀବନକୁ ପ୍ରଭାବିତ କରିବ। କର୍ମକ୍ଷେତ୍ରରେ ସରଳ ଭାବେ କୌଣସି କଥାକୁ ଗ୍ରହଣ କରନ୍ତୁ ନାହିଁ। ଜମିଜମା ବିବାଦଜନିତ କଚେରି ମାମଲା ଆପଣଙ୍କ ସପକ୍ଷରେ ଯାଇପାରେ। ପାରିବାରିକ ସମସ୍ୟା ସମାଧାନରେ ବନ୍ଧୁଙ୍କ ପକ୍ଷପାତିତାକୁ ନାପସନ୍ଦ କରିପାରନ୍ତି।
ମୀନମୀନ

ଆଜି ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।ପାରିବାରିକ ଅଶାନ୍ତି ପରିପ୍ରେକ୍ଷୀରେ ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଇବା ଯୋଗୁ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ଦକ୍ଷତା ହେତୁ ଉପରିସ୍ଥଙ୍କ ଶ୍ରଦ୍ଧାଭାଜନ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?