Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ
ଆଜି ନିଜ ରାଶିରେ ତିନୋଟିଗ୍ରହଙ୍କ ଏକତ୍ର ସମାବେଶ ବିକ୍ଷିପ୍ତ ଚିନ୍ତାଧାରାର ଦ୍ୟୋତକ ହେବ। ଅବଶ୍ୟ ଉଚ୍ଚ ସ୍ତରରେ ସମ୍ପର୍କ ସ୍ଥାପିତ ହେବ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଶୁଭେଚ୍ଛା ଲାଭ କରିବେ। ସଦ୍‌ଭାବନାର ଅନ୍ତର୍ନିହିତ ସ୍ବର ମୁହଁରେ ଫୁଟି ଉଠିବ, ଯାହା କି ବୁଦ୍ଧିଜୀବୀଙ୍କ ପ୍ରଶଂସାର ସ୍ରୋତ ଝରି ଆସିବ।
ବୃଷ
ବୃଷ
ସ୍ବଗୃହୀ ଶୁକ୍ରଙ୍କ ପ୍ରଭାବରୁ ଏକାଧାରରେ ଦୈହିକ ଓ ମାନସିକ ସୁସ୍ଥତା ସଙ୍ଗକୁ ଜୀବନଯାତ୍ରା କୁସୁମିତ ହେବ। ଆଜି ହଠାତ୍‌ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ଯାତ୍ରା କରିବାକୁ ପଡ଼ିପାରେ। ନୂତନ ସ୍ଥାନ ପରିଦର୍ଶନ ସଙ୍ଗକୁ ମିତ୍ରତାର ସମ୍ପର୍କ ଯୋଡ଼ି ହୋଇଯିବ। କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଖଟାଇ କାମ ହାସଲ କରିନେବେ।
ମିଥୁନ
ମିଥୁନ
ଲାଭ ଭାବରେ ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ ଆପଣଙ୍କୁ ଇଚ୍ଛା ମୁତାବକ ଜିନିଷ ପ୍ରଦାନରେ ସହାୟକ ହେବେ। ଗତକାଲିର ପରିଶ୍ରମଜନିତ ଆଜି ସକାଳୁ ଦେହ ଭଲ ଲାଗି ନ ପାରେ। ବ୍ୟବସାୟ କ୍ଷେତ୍ରରେ କୌଶଳ ଖଟାଇ କାର୍ଯ୍ୟ ହାସଲ ପାଇଁ ଚେଷ୍ଟିତ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାମ ହାସଲ କରିପାରନ୍ତି।
କର୍କଟ
କର୍କଟ
ଭାଗ୍ୟସ୍ଥ ଶୁଭଗ୍ରହ ଯୋଗୁ ପାରିବାରିକ ସଦ୍‌ଭାବ ସଙ୍ଗକୁ କର୍ମକ୍ଷେତ୍ରର ସାବଲୀଳତା ମନକୁ ହର୍ଷୋତ୍‌ଫୁଲ୍ଲ କରିବ। ନିକଟ ସମ୍ପର୍କୀୟଙ୍କ ସହଯୋଗୀ ମନୋଭାବ କାମକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ। ବିଶ୍ୱସ୍ତ ଲୋକଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହେବେ। ନିର୍ମାଣାଧୀନ କାମ ଆରମ୍ଭ କରିବାକୁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ସି˚ହ
ସି˚ହ
ଶନିଙ୍କ ଦୃଷ୍ଟି ହେତୁ ପାରିବାରିକ ସମସ୍ୟା ବିଜଡିତ ମନ ହେତୁ ଅଫିସରେ ମନମାରି ରହିବାକୁ ବାଧ୍ୟ ହେବେ। ବ୍ୟବସାୟ, ନିର୍ମାଣ, ଗୃହ ଜମି, ପରିବହନ ପ୍ରଭୃତିରେ ସମସ୍ୟା ରହିବ ନାହିଁ। ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ କିମ୍ବା ବନ୍ଧୁ ଗହଣରେ ପ୍ରଶଂସିତ ହେବେ। ଶିକ୍ଷା, ସନ୍ତାନ, ସମ୍ପର୍କ, ଲେଖାପଢ଼ା କ୍ଷେତ୍ରରେ କିଛି ଗଡ୍‌ବଡ୍‌ ରହିପାରେ।
କନ୍ୟା
ବିଭିନ୍ନ ସମସ୍ୟା ଟେନ୍ସନର କାରଣ ପାଲଟିବ। ସ୍ବଭାବରୁ ଅଷ୍ଟମସ୍ଥ ଶୁକ୍ରଙ୍କ ଯୋଗୁ ଆର୍ଥିକ ସ୍ଥିତି ଓ ବୈଷୟିକ ସମୃଦ୍ଧିର ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ଥିରତା ରହି ନ ପାରେ। ଲେଖାପଢ଼ା, ପ୍ରକାଶନ, ପ୍ରଶାସନ, ମାଲି ମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କୀୟ ଚିନ୍ତା ଦୂର ହେବ।
ତୁଳା
ତୁଳା
ଆଜି ବାଧିଲାଭଳି କଥା କହିବା ଦ୍ୱାରା କର୍ମକ୍ଷେତ୍ରରେ ଅଶାନ୍ତକର ପରିସ୍ଥିତି ସୃଷ୍ଟି ହେବ। ମାଙ୍ଗଳିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ବନ୍ଧୁ ଗହଣରେ ସମୟ କଟାଇପାରନ୍ତି। ରାହୁ ସହ ବୁଧ ହେତୁ ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ କାମର ଚାପରେ ବିବ୍ରତ ହୋଇପାରନ୍ତି।
ବିଛା
ବିଛା
ଯାହା କରିବାକୁ ମନସ୍ଥ କରିଛନ୍ତି, ସେହି ସମ୍ପର୍କରେ ହିତୈଷୀଙ୍କ ପରାମର୍ଶ ନେଇ ଆଗାମୀ ନିଷ୍ପତ୍ତି ନେବା ଭଲ ହେବ। ଅଷ୍ଟମସ୍ଥ ମଙ୍ଗଳ ଯୋଗୁ ସାଧାରଣ କଥାକୁ ଅସାଧାରଣ ଭାବେ କଳ୍ପନା କରି ଆଶଙ୍କାଗ୍ରସ୍ତ ହୋଇପାରନ୍ତି। କ୍ରୟ, ବାଣିଜ୍ୟ, ମାଙ୍ଗଳିକ କାମକୁ ଶାନ୍ତ ମନରେ କରିବାରେ ଧୈର୍ଯ୍ୟ ଧାରଣ କରିବେ।
ଧନୁ
ଧନୁ
ଚତୁର୍ଥସ୍ଥ ଶୁଭଗ୍ରହ ପ୍ରଭାବରୁ ସକାଳୁ ଯାତ୍ରା କରିବେ। ନିରୋଳା କିମ୍ବା ଏକାକୀ ରହିଲେ ଏକାଧିକ ବିଷୟର ଚିନ୍ତା ମନକୁ ବିବ୍ରତ କରାଇବାର ଆଶଙ୍କା ରହିଛି। ବନ୍ଧୁ ଆଗରେ କିଛି ନ କହି ପଛରେ ବିଭିନ୍ନ ସମାଲୋଚନାମୂଳକ କଥା କହିପାରନ୍ତି। ରାଜନୈତିକ, ପ୍ରଶାସନିକ, ରଚନାମତ୍କ ତଥା ସାମାଜିକ କ୍ଷେତ୍ରରେ ଉନ୍ନତ ଫଳ ମିଳିବ।
ମକର
ମକର
ଆଜି ନିଜ କାମ ଛାଡି ପର କାର୍ଯ୍ୟରେ ତପତ୍ରତା ପ୍ରକାଶ କରିବେ। ଅଟକି ରହିଥିବା କାମ ଯୋଗୁ ଅନୁତାପ କରିବାକୁ ପଡିପାରେ। ପରିବାରସ୍ଥାନରେ ରାହୁ ସହ ଗ୍ରହମାନେ ଥିବାରୁ ପାରିବାରିକ କ୍ଷେତ୍ରରେ କିଛି ଆଳ ଦେଖାଇ ଆମତ୍ୀୟ ଦୂରେଇ ଯାଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ।
କୁମ୍ଭ
କୁମ୍ଭ
ମଙ୍ଗର୍ଳ୍‌କ ଅଶୁଭତ୍‌ବରୁ କର୍ମକ୍ଷେତ୍ରରେ ଧିମେଇ ଧିମେଇ ଗତି କରିବାକୁ ପଡିପାରେ। ପାରିବାରିକ ସ୍ଥିତି ବିଶେଷ ପ୍ରୀତିଦାୟକ ରହିବ ଏବଂ ବନ୍ଧୁ ମିଳନଜନିତ ଆନନ୍ଦ ଅନୁଭବ କରିପାରନ୍ତି। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଆର୍ଥିକ ସମସ୍ୟାର ସରଳ ସମାଧାନ କରିବାରେ ଅସମର୍ଥ ହେବେ।
ମୀନମୀନ
ରାଶିରେ ଶୁଭଗ୍ରହ ପ୍ରଭାବରୁ ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବିଶେଷ ଅନୁକୂଳ ରହିବ। କିନ୍ତୁ ପରକଥାରେ ପଡି ଘର ଲୋକଙ୍କୁ ଅବିଶ୍ୱାସ କଲେ ଓଲଟାଫଳ ପାଇବେ। ନିଜର ସଂଯମିତ କଥାବାର୍ତ୍ତା ସମସ୍ୟା ସମାଧାନ କରି ସମ୍ମାନ ଦାନରେ ସାହାଯ୍ୟ କରିବ। ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ଜମିଜମା କ୍ଷେତ୍ରରୁ ସଫଳତା ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri