Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ
ହିତୈଷୀଙ୍କ ପରାମର୍ଶରେ ନୂତନ କାମ କରିବା ସକାଶେ ମନ ବଳାଇବେ। ବିଶେଷ ଅସୁବିଧା ନ ହେଲେ ମଧ୍ୟ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ, ବିବ୍ରତ କରାଇପାରେ। ତଥାପି ଆପଣଙ୍କର ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ସଞ୍ଚିତ ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ଭାଙ୍ଗିଲା ଭଳି ଅନୁଭବ କରିବେ। ଦୀର୍ଘଦିନରୁ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବିଶେଷ ଲାଭ ନ ହେଲେ ମଧ୍ୟ ଶିଳ୍ପ, ବାଣିଜ୍ୟ ଭଲରେ ଚାଲିବ। ପ୍ରିୟବନ୍ଧୁଙ୍କ ମାଧ୍ୟମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
ମିଥୁନ
ମିଥୁନ
ଭୁଲ୍‌ ବୁଝାମଣା କାରଣରୁ ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିପାରନ୍ତି। ସଂଗଠନ, ରାଜନୀତି, ଆନୁଷ୍ଠାନିକ କାମ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଯୋଡ଼ିବା ପାଇଁ ଚିନ୍ତା କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସଂଯମତାର ଅଭାବ ଓ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ
କର୍କଟ
ଆଜି ମନ ଅସ୍ଥିର ରହିବ। ଇଚ୍ଛା ନ ଥାଇ ମଧ୍ୟ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। କେହି ଜଣେ ବନ୍ଧୁ ସମସ୍ୟା ସମାଧାନରେ ସହାୟ ହେବେ। ରାଜନୀତି, ବିତର୍କ ଓ ଆନୁଷ୍ଠାନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ବାଣିଜ୍ୟ, ପରିବହନ, କ୍ରୀଡ଼ା ଓ ପ୍ରଶାସନିକ କ୍ଷେତ୍ରରେ ସାଧାରଣ ଫଳ ମିଳିପାରେ। ପିଲାଙ୍କ ପଢ଼ାକୁ ନେଇ ଚିନ୍ତିତ ରହିବେ।
ସି˚ହ
ସି˚ହ
ପୂର୍ବବିବାଦୀୟ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ଆର୍ଥିକ ଦିଗରୁ ଉପକୃତ ହେବେ କିନ୍ତୁ ପୂର୍ଣ୍ଣ ଆବଶ୍ୟକତା ଅପୂରଣୀୟ ରହିବ। ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ସରସ ସୁନ୍ଦର କରିପାରେ। ଆଲୋଚନା ପରିସରରେ ସତକଥା କହି ବନ୍ଧୁଙ୍କ ଅପ୍ରିୟ ହୋଇପାରନ୍ତି।
କନ୍ୟା
ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା କୌଣସି ଗୁଜବ ମନକୁ ଚହଲାଇ ଦେବ। ଆମତ୍ୀୟଙ୍କ ନିକଟରୁ ଅସହଯୋଗ, ଅସମ୍ମାନ ପାଇ ଦୁଃଖିତ ହେବେ। କୌଣସି ସମ୍ପର୍କୀୟଙ୍କୁ ଅର୍ଥ କିମ୍ବା ଅଳଙ୍କାର ଦେବା ନେବାକୁ କେନ୍ଦ୍ରକରି ଝଗଡ଼ା ସୃଷ୍ଟି ହୋଇପାରେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି।
ତୁଳା
ତୁଳା
ସନ୍ତାନଙ୍କ ବୈବାହିକ ସମ୍ପର୍କକୁ ନେଇ ନୂତନ ବନ୍ଧୁତ୍ୱ ସକାଶେ ଆଲୋଚନା କରିପାରନ୍ତି। ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ଧର୍ମକାର୍ଯ୍ୟ କିମ୍ବା ଆନୁଷ୍ଠାନ ପାଇଁ ସତ୍‌ସଙ୍ଗୀଙ୍କ ପ୍ରେରଣା ମିଳିପାରେ। ପଡ଼ୋଶୀଙ୍କ ଆଚରଣରେ ଅସନ୍ତୋଷ ବ୍ୟକ୍ତ କରି ମନେ ମନେ ବିରକ୍ତି ପ୍ରକାଶ କରିପାରନ୍ତି।
ବିଛା
ବିଛା
ଦୀର୍ଘଦିନରୁ ଯାହା ମନରେ ଆଶାବାନ୍ଧି ବସିଛନ୍ତି ଆଜି ତାହା ଅବଶ୍ୟ ପାଇବେ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଉପକୃତ ହେବେ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ଭଲ। କଳା, ସାହିତ୍ୟ, ସାମ୍ବାଦିକତା, ସଭାସମିତି ଓ ମନୋରଞ୍ଜନରେ ଆଗ୍ରହ ପ୍ରକାଶ କରିପାରନ୍ତି।
ଧନୁ
ଧନୁ
ଦୀର୍ଘଦିନରୁ ପରିକଳ୍ପିତ ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇପାରନ୍ତି। ପୂର୍ବରୁ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ପରିଜନଙ୍କ ସହିତ ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
କର୍ମକ୍ଷେତ୍ରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ପରିବାର ସକାଶେ ଧାର କରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ। ପରିହାସଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ ଏଣୁ ସତର୍କତା ଅବଲମ୍ବନ କରିବା ଭଲ। ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାର ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
କୁମ୍ଭ
କୁମ୍ଭ
ପରିବାରର ଆବଶ୍ୟକତା ଅନୁଭବ କରି କୌଣସି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କର୍ମ କ୍ଷେତ୍ରରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ। ଦୀର୍ଘ ଦିନରୁ ଲାଗି ରହିଥିବା ପୁରାତନ ରୋଗପୀଡ଼ାରୁ ବିଶେଷ କଷ୍ଟ ପାଇବେ।
ମୀନମୀନ

ଆଜି ଫେରିବା ବେଳକୁ ଘରର ଅଶାନ୍ତ ପରିବେଶ କେତେକାଂଶରେ ଶାନ୍ତ ପଡି ଯାଇଥିବ। ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ପରିବାର ଭିତରେ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୨୨ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ ପାରିବାରିକ ସଦ୍‌ଭାବ ଓ ନିକଟ ସମ୍ପର୍କୀୟମାନଙ୍କ ସ୍ନେହ,ଶ୍ରଦ୍ଧା ଓ ଆଦର ପାଇ ଖୁସି ରହିବେ। ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା…

ରାଶିଫଳ: ରବିବାର, ଜୁନ୍ ୨୧ ତାରିଖ – Daily Horoscope

ମେଷ ଆଜି ଦ୍ୱିତୀୟଭାବସ୍ଥ ମଙ୍ଗଳଜନିତ ବ୍ୟବହାରରେ କଠୋରତାଜନିତ ମତାନ୍ତର କିମ୍ବା କଳହ ଘଟିପାରେ। ଅବଶ୍ୟ ମନ ଭିତରର ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିପାରିଲେ…

ରାଶିଫଳ: ଶନିବାର, ଜୁନ୍ ୨୦ ତାରିଖ – Daily Horoscope

ମେଷ ଆଜି ପୂର୍ବ ସମସ୍ୟାକୁ ଦୂରେଇ ନେଇ କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ଖୁସି କରାଇବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଓ…

ରାଶିଫଳ: ଶୁକ୍ରବାର , ଜୁନ୍ ୧୯ ତାରିଖ – Daily Horoscope

ମେଷ କର୍ମାଧିପ ବ୍ୟୟଭାବସ୍ଥ ଯୋଗୁ ଉଦ୍ୟମରେ ସଫଳତା ପାଇବା କଷ୍ଟକର ହୋଇପାରେ। ଧନାଧିପ ଚତୁର୍ଥକେନ୍ଦ୍ରସ୍ଥ ଯୋଗୁ ସାମାଜିକ ସ୍ଥିତି ପୂର୍ବଭଳି ରହିବ। ଦ୍ୱିଜା ନକ୍ଷତ୍ର ଯେ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri