Posted inRasifala

ରାଶିଫଳ: ସୋମବାର, ଅକ୍ଟୋବର ୧୮ ତାରିଖ – Daily Horoscope

ମେଷ
ଆଜି ଆପଣ ସ୍ବାସ୍ଥ୍ୟ, ପରିବାର, ଯାନ, ଜମିଜମା ଓ କଳହ ପ୍ରତି ସତର୍କ ରହିବା ଭଲ। ଶିକ୍ଷା, ସନ୍ତାନ, ଆଲୋଚନା କ୍ଷେତ୍ର, ସଙ୍ଗଠନ ଓ ରାଜନୀତି ସକାଶେ ଅସୁବିଧା ହେବ ନାହିଁ। କ୍ରୀଡ଼ା, କଳା, ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଈର୍ଷାପରାୟଣ ହୋଇ ସମସ୍ୟାକୁ ବୃଦ୍ଧି କରିପାରନ୍ତି।
ବୃଷ
ବୃଷ
କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ, ଯାହାକି ସମସ୍ୟା ବହୁଳ ହୋଇପାରେ। ମନ ଅନୁଯାୟୀ କାମ ନ ହେବା ଯୋଗୁ ବ୍ୟଥିତ ହେବାକୁ ପଡ଼ିପାରେ। ବନ୍ଧୁ ଆପଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ। ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ମିଥୁନ
ମିଥୁନ
ଆର୍ଥିକ ସମସ୍ୟାର ସମାଧନ ସହ ଯାହା ଚାହୁଁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ରହିବ ନାହିଁ। କିଛି ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ପରିବାର ଭିତରେ ଝଡ଼ ଉଠିପାରେ। ବନ୍ଧୁଙ୍କ ସହ ପୂର୍ବରୁ ଥିବା ମନୋମାଳିନ୍ୟ ଦୂରେଇବା ପାଇଁ ପ୍ରଯନତ୍ କରିବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବା ହେତୁ ସାମୟିକ ଖୁସି ମନେଇବେ।
କର୍କଟ
କର୍କଟ
ଅଭାବ ନ ଥିଲେ ମଧ୍ୟ କୌଣସି କାମ ସକାଶେ ଆକସ୍ମିକ ଅର୍ଥ ଅଭାବରୁ କାମଟି ସମ୍ପୂର୍ଣ୍ଣ ହେବ ନାହିଁ। ବନ୍ଧୁମିଳନ ସହ ମିଷ୍ଟାନ୍ନ ଲାଭ ଓ ବନ୍ଧୁ ଗୃହକୁ ଯାତ୍ରାଯୋଗ ରହିଛି। ପାରିପାର୍ଶ୍ୱିକ କ୍ଷେତ୍ରରୁ ସାହାଯ୍ୟ ଓ ସହଯୋଗ ନ ଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଲାଭ ମିଳିବ।
ସି˚ହ
ସି˚ହ
ସମସ୍ୟା ସମାଧାନ କରିବାର ଧୈର୍ଯ୍ୟ ଓ ସାହସ ଅକ୍ଷୁଣ୍ଣ ରହିବ। ପାରିବାରିକ ଅସ୍ଥିରତା ଓ କର୍ମକ୍ଷେତ୍ରର ଶିଥିଳତା ପ୍ରତିବନ୍ଧକ ସାଜିପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା କାରଣରୁ ସାମୟିକ ମନ ଦୁଃଖ ହୋଇପାରେ। ଆକସ୍ମିକ ଜମିଜମା, ଯାନବାହନ, ପ୍ରେସ୍‌, ପବ୍ଲିକେଶନ, ଅନୁସନ୍ଧାନାଦି କାମରେ ସଫଳତା ଅର୍ଜନ କରିବେ।
କନ୍ୟା
ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ସଫଳତା ନିଶ୍ଚିତ। ପୁରାତନ ଗାଡ଼ି, ବ୍ୟବହୃତ ଜିନିଷର ଯାନ୍ତ୍ରିକ ସମସ୍ୟା, ପୁରୁଣା ଘର ମରାମତି କରିବା ପାଇଁ ମନସ୍ଥ କରିପାରନ୍ତି। ନୂତନ ସ୍ଥାନରେ ନିର୍ଦ୍ଦିଷ୍ଟ ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ଅଫିସ୍‌ ସମୟରେ କୌଣସି ସମ୍ପର୍କୀୟଙ୍କ ଦ୍ୱାରା ଆଶା କରୁଥିବା ସୂଚନା ପାଇ ଖୁସି ହେବେ।
ତୁଳା
ତୁଳା
ପ୍ରତିଦାନ ପାଇବାରେ କୌଣସି ଆଶା ନ ରଖି କର୍ତ୍ତବ୍ୟ ଦୃଷ୍ଟିକୋଣରୁ କାମ କରିଚାଲିବେ। ଅବଶ୍ୟ ସ୍ବାତୀ ନକ୍ଷତ୍ର ବିଭିନ୍ନ ପ୍ରକାର କର୍ମ ଜଞ୍ଜାଳ ଚାପରେ ଅତିଷ୍ଠ ହୋଇପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ି ବଢ଼ି ଯିବ। ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ। ସନ୍ତାନହେତୁକ ଚିନ୍ତା ଦୂର ହେବ।
ବିଛା
ବିଛା
ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଯାହା ଇଚ୍ଛା ତାହା କଲେ ପରିସ୍ଥିତି ଅଣାୟତ୍ତ ହୋପାରେ। ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡ଼ିବେ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ମନରେ ଭୟ ଓ ଆଶଙ୍କା ଥିଲେ ମଧ୍ୟ ଦୃଢ଼ତା ଓ ମୁହଁଜୋର ହେତୁ ବହୁ ବିପଦରୁ ରକ୍ଷାପାଇବେ।
ଧନୁ
ଧନୁ
ଔଦ୍ଧତ୍ୟ କାରଣରୁ ଅନ୍ୟମାନଙ୍କ ସହ ବୁଝାମଣା ଠିକ୍‌ ରହି ନ ପାରେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ହଜି ଯାଇଥିବା ଜିନିଷ, ଧାତୁ ଅଳଙ୍କାର, ଟଙ୍କା ପଇସା କିମ୍ବା ପଶୁଜନ୍ତୁର ଖୋଜ ଖବର ପାଇପାରନ୍ତି। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ନତୁବା ଅପଦସ୍ଥ ହେବାକୁ ପଡିପାରେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ ହେବ। ପଡ଼ୋଶୀଙ୍କ କୌଣସି ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ । ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ। କର୍ମକ୍ଷେତ୍ର, ରାଜନୀତି, ମାଲି ମକଦ୍ଦମା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
କେତେକ କ୍ଷେତ୍ରରେ ନିଜ ଲୋକଙ୍କ ଦ୍ୱାରା ଅପଯଶ ପାଇପାରନ୍ତି। ସତର୍କରେ ନ ଚଳିଲେ କର୍ମକ୍ଷେତ୍ର୍ରରେ ବିଭିନ୍ନ ସମସ୍ୟାର ସାମ୍‌ନା କରିପାରନ୍ତି। ପରିବାରରେ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରେ। ଅର୍ଥ ସମ୍ପର୍କ, ଆଲୋଚନା, କଳା, ସାହିତ୍ୟ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ମନ୍ଦ ନୁହେଁ।
ମୀନମୀନ
ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ। ଅର୍ଥନୈତିକ ଅବରୋଧ ହଟିଯିବ ଓ ଏବଂ ଆପଣଙ୍କ ଅଭିଳାଷ ଅନୁଯାୟୀ ପ୍ରାପ୍ୟ ଅବଶ୍ୟ ପାଇବେ। ଗଲା କଥାକୁ ମନରୁ ପୋଛିଦେଇ ଆଗାମୀ ଦିନର କାମ ସକାଶେ ଚିନ୍ତା କରିବା ଭଲ ହେବ। ପରିବହନ, ଶେୟାର୍‌ ବଜାର କ୍ଷେତ୍ରରୁ ସୁଫଳ ମିଳିବ। ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri